Posted inଜାତୀୟ

ଆମରଣ ଅନଶନରେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବିରୋଧରେ ପୂରା ଦେଶ ସ୍ବର ଉତ୍ତୋଳନ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଆମରଣ ଅନଶନରେ ବସିଛନ୍ତି। ମଙ୍ଗଳବାରଠାରୁ ଜନ୍ତରମନ୍ତରଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ଅନଶନରେ ବସିଛନ୍ତି। ଅନଶନ ପୂର୍ବରୁ ପ୍ରଥମେ ସେ ରାଜଘାଟର ଗାନ୍ଧୀ ସମାଧିସ୍ଥଳକୁ ଗସ୍ତ କରିଥିଲେ। ଏହାପରେ ସେ ଅନଶନରେ ବସିଥିଲେ। ପୂର୍ବରୁ ତାଙ୍କୁ ଅନଶନରେ ବସିବା ପାଇଁ ପୋଲିସ ଅନୁମତି ଦେଉନାହିଁ ବୋଲି ଅଭିଯୋଗ କରିଥିଲେ। ଅପରପକ୍ଷରେ ସ୍ବାତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ୬ମାସ ଭିତରେ ବଳାତ୍କାରୀଙ୍କୁ ଫାଶୀ ନ ମିଳିବା ପର୍ଯ୍ୟନ୍ତ ସେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସଙ୍କୁ ୬୬,୦୦୦ ପୋଲିସ କର୍ମଚାରୀ ଦିଆଯିବା ସହ ତୁରନ୍ତ ୪୫ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପିତ କରିବା ପାଇଁ ସେ ଦାବି କରିଛନ୍ତି। ଏଥିସହ ଯେକୌଣସିମତେ ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ କାଟିବାରୁ ଥାନାର ବିଜୁଳି କାଟିଦେଲେ ଜେଇ

ମିରଟ,୨୦।୯: ଉତ୍ତର ପ୍ରଦେଶର ମିରଟରେ ଜଣେ ଜେଇ ଥାନାର ବିଜୁଳି କାଟିଦେବା ଖବର ଏବେ ଆସିଛି ଚର୍ଚ୍ଚାକୁ। ଜେଇ ସୋମପ୍ରକାଶ ଗର୍ଗ ବିନା ହେଲମେଟ୍‌ରେ ଗାଡ଼ି...

ଜେଟଲୀଙ୍କୁ ଭେଟିବାକୁ ଏମ୍ସ ଯିବେ ଆଡଭାନୀ

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ଏବେ ସେ Extracorporeal membrane oxygenation...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ଲକ୍ଷ୍ନୌ,୨୬।୯: ଲକ୍ଷ୍ନୌର ଇଟାଉଞ୍ଜାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଏକ ଟ୍ରାକ୍ଟରକୁ ଟକ୍କର ଦେଇଛି। ଫଳରେ ଏକ ପୋଖରୀରେ ଟ୍ରାକ୍ଟର-ଟ୍ରଲି...

୪୯ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ: ସୃଷ୍ଟି ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ, ୧୬।୧୨: ଭାରତରେ ବୁଧବାର ବିଜୟ ଦିବସ ପାଳିତ ହେଉଛି । ୪୯ ବର୍ଷ ତଳେ ୧୯୭୧ ଡିସେମ୍ବର ୧୬ରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା...

ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟରେ ବିଷ ପିଇ ଆତ୍ମହତ୍ୟା କଲେ ଅଭିଯୁକ୍ତ

ଜୟପୁର,୩୦।୭:ରାଜସ୍ଥାନର କୋଟାରେ ଜଣେ ଯୁବକ କୋର୍ଟଙ୍କ ଦଣ୍ଡାଦେଶ ଶୁଣିବା ମାତ୍ରେ ହିଁ ବିଷ ପିଇ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି...

ମିଥ୍ୟା ବଳାତ୍କାର ମାମଲାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ…

ଭୋପାଳ, ୧୨।୨ : ମିଥ୍ୟା ବଳାତ୍କାର ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି। ସିହୋର ଜିଲାର ଏସ୍‌ପିଙ୍କୁ ଘଟଣାର ଉଚିତ ତଦନ୍ତ ଦାୟିତ୍ୱ ପ୍ରଦାନ...

ହୃଦ୍‌ଘାତରେ ସାଉଥ କମେଡିଆନ ବିବେକଙ୍କ ନିଧନ

ଚେନ୍ନାଇ,୧୭।୪: ତାମିଲ ଫିଲ୍ମର ବେଶ୍‌ ଲୋକପ୍ରିୟ ଅଭିନେତା ତଥା କମେଡିଆନ ବିବେକଙ୍କ ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୋରରୁ ସେ ଶେଷ...

Advertisement
Archives

Model This Week