ଆବାସ ଯୋଜନାରେ ଦୁର୍ନୀତି ଘଟଣା; ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ

ଅନୁଗୋଳ ଅଫିସ, ୧୭।୧୦: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତରେ ୩ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତୁରନ୍ତ ଏହାର ଉତ୍ତର ଦେବା ପାଇଁ ଅନୁଗୋଳ ବିଡିଓ ମାୟାଧର ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବେଡ଼ାଶାସନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦରୁ ଜେନାମଣି ଗଡ଼ନାୟକଙ୍କୁ ବିରତି ଦିଆଯାଇଛି ବୋଲି ବିଡିଓ କହିଛନ୍ତି।
ଉକ୍ତ ଅଭିଯୋଗର ତଦନ୍ତ ପାଇଁ ଅନୁଗୋଳ ବିଡିଓ ଏକ ୪ ଜଣିଆ ଟିମ୍‌ ଗଠନ କରିଥିଲେ। ଗତ ୩ ତାରିଖରେ ରିପୋର୍ଟ ଆସିବା ପରେ ବୁଧବାର ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। ଏଥିସହ ଦୁଇଟି ଘର ପାଇଁ ଦିଆଯାଇଥିବା ପ୍ରଥମ କିସ୍ତିର ଟଙ୍କା ଫେରସ୍ତ ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ଘରର କାର୍ଯ୍ୟାଦେଶକୁ ବାତିଲ କରାଯାଇଥିବା ବିଡିଓ ବେହେରା କହିଛନ୍ତି। ତେବେ ଟଙ୍କା ଫେରସ୍ତ ପରେ ଉକ୍ତ ଦୁଇଟି ଘରର କାର୍ଯ୍ୟାଦେଶ ବାତିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୯-୨୦ ବର୍ଷରେ ଉକ୍ତ ପଞ୍ଚାୟତକୁ ବଣ୍ଟାଯାଇଥିବା ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ବଣ୍ଟାଯାଇଥିବା ୩୩ଟି ଆବାସ ଯୋଜନାରେ ୩ ଅଯୋଗ୍ୟଙ୍କୁ ଯୋଗ୍ୟ କରାଯାଇଥିବା ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି: କେନ୍ଦୁପତ୍ରକୁ ଭୟ ଫନୀ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇସପ୍ତାହ ହେଲା ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡିକ ବିଭିନ୍ନ ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରିଛନ୍ତି। ବର୍ତ୍ତମାନ ପ୍ରାୟ...

୨ ପ୍ରବାସୀଙ୍କୁ ଅଧାବାଟରେ ଛାଡ଼ିଲା ପ୍ରଶାସନ: ଚିଲିକା କୂଳରେ ରାତି କଟିଲା

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୨ା୫(ଡି.ଏନ.ଏ.)- ମହାରାଷ୍ଟ୍ରରୁ ଆସିଥିବା ୨ ପ୍ରବାସୀ ଓଡ଼ିଆଙ୍କୁ ଜିଲା ପ୍ରଶାସନ ଗୁରୁବାର ରାତିରେ ଅଧାବାଟରେ ଛାଡ଼ି ଚାଲିଯାଇଛି। ସୂଚନା ଅନୁଯାୟୀ, କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଏଁଷା...

କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ଡେମୋ ଦେଖାଇଲେ ଡ୍ରାଇଭର ବର୍ଦ୍ଧନ

ଝାରସୁଗୁଡ଼ା ଅଫିସ,୧୭ା୨: ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ୨୦୧୬ରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ଅତି...

୧୫୦ ଶିକାରୀଙ୍କୁ ଶପଥ କରାଇଲେ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଧଡ଼କ ଭାବେ ପଶୁ ଶିକାର ଚାଲିଛି। ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।...

ପୋଡ଼ିଲେ ମାଓବାଦୀ ପୋଷାକ, ସମାଜର ମୁଖ୍ୟସ୍ରୋତରେ ହେଲେ ସାମିଲ

ଚିତ୍ରକୋଣ୍ଡା,୧୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସଫଳ ହେବାକୁ ଲାଗିଛି ସରକାରଙ୍କ ଆଣ୍ଟି ମାଓବାଦୀ ଅପରେଶନ। ଜିଲାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ବିଏସ୍‌ଏଫ୍‌ ଆସିବା...

ବାଟ ହୁଡ଼ିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ନୟାଗଡ଼ ଅଫିସ,୧୯ା୫: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ବାଟ ହୁଡ଼ିଛି। ବାବୁ ଜାଣି ଯନ୍ତ୍ର କାମ କରୁଥିବାବେଳେ...

ଲକ୍‌ଡାଉନ୍‌ ଦେଲା ନିଖୋଜ ପୁଅର ଠିକଣା

ନବରଙ୍ଗପୁର,୬ା୫(ବି.ପ୍ର.)- ଲକ୍‌ଡାଉନ୍‌ ସମୟରେ ମା’ ବାପାଙ୍କୁ ମିଳିଲା ଖୁସି ଖବର। ୧୫ ବର୍ଷ ହେଲା ନିଖୋଜ ବୋଲି ଭାବୁଥିବା ପୁଅର ଠିକଣା ପାଇଛନ୍ତି। ପୁଅର ପତ୍ତା...

କରୋନାରେ ବାପ, ପୁଅ, ବୋହୂ ଚାଲିଗଲେ

ବାଲିକୁଦା,୩୦ା୫(ସ୍ବ.ପ୍ର.): ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଇଛି କରୋନା। ୨ ଦିନ ମଧ୍ୟରେ ବାପ, ପୁଅ ଓ ବୋହୂଙ୍କ ମୃତ୍ୟୁ ଘଟିଛି। ବାଲିକୁଦା ବ୍ଲକ...

Advertisement
Archives

Model This Week