ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ତଦନ୍ତ ଦାବି କଲେ ହିତାଧିକାରୀ

ଛେଣ୍ଡିପଦା, ୧୨ା୧୦ (ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ। ଏ ନେଇ ଶୁକ୍ରବାର ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି।
ଅଭିଯୋଗ ମୁତାବକ, ଛେଣ୍ଡିପଦା ପଞ୍ଚାୟତ ୫ ନମ୍ବର ଓ୍ବାର୍ଡ କୁମ୍ଭାର ସାହିରେ ଆବାସ ଯୋଜନାରେ ଘର ପାଇବା ପାଇଁ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇଥିଲା। କିନ୍ତୁ ଚୟନ ପ୍ରକ୍ରିୟାରେ ଚଞ୍ଚକତା କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦିଆଯାଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଓ୍ବାର୍ଡମେମ୍ବର ମାନସ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ୪୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ମହିଳା ବିଡିଓଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ସୁନୀଲ କୁମାର କେରକେଟା କୁହନ୍ତି, ଆବାସ ଯୋଜନାରେ ନାମ ପଞ୍ଜୀକରଣ କରିବା ନିମନ୍ତେ ସରକାରୀ ନିୟମାନୁଯାୟୀ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ହିତାଧିକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାମ ପଞ୍ଜୀକରଣ କରି ନ ଥିବାରୁ ସେମାନଙ୍କ ନାମ ତାଲିକାରେ ନାହିଁ। ପୁନର୍ବାର ହିତାଧିକାରୀ ଚୟନ ନିମନ୍ତେ ନିର୍ଦ୍ଦେଶ ଆସିବା ପରେ ସେମାନଙ୍କ ନାମ ପଞ୍ଜୀକରଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରଣାରେ ଛଟପଟ ସନ୍ତୋଷ

ବଇଣ୍ଡା,୧୭।୧୦(ଡି.ଏନ.ଏ.)- ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ପଡିଯାଇ ପେଟରେ ଆଘାତ ପାଇଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ସନ୍ତୋଷ ସାହୁ (୩୦)। ଜିଲା ମୁଖ୍ୟ...

ଅନୁଗୋଳରେ ମହାତ୍ମା ଗାନ୍ଧୀଙ୍କ ଜିଲାସ୍ତରୀୟ ଜୟନ୍ତୀ

ଅନୁଗୋଳ ଅଫିସ,୨।୧୦: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜିଲାସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା...

ଅନୁଗୋଳ ପୋଲିସ କବ୍‌ଜାରେ ଅଭିଯୁକ୍ତ ବାପି

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ବାପି ଓରଫ ସତ୍ୟଜିତ୍‌ ପ୍ରଧାନ(୩୩)। ତେବେ ବାପିଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ସମ୍ପର୍କରେ...

୪ ତାରିଖରୁ ନିଖୋଜ ଥିଲେ ଯୁବକ : ରାସ୍ତା ପାର୍ଶ୍ୱରୁ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୯।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ଜଣେ ଯୁବକ ଗତ ୪ ତାରିଖରୁ ନିଖୋଜ ଥିବାବେଳେ ଶୁକ୍ରବାର ତାଙ୍କ...

ଅଣ୍ଟାରେ ଅଟକିଛି ଭଙ୍ଗା ଛୁଞ୍ଚତ୍ ଘଟଣା:ଚିକିତ୍ସା ନ ପାଇ କଟକରୁ ଫେରିଲେ ଶିଶୁ କନ୍ୟା

ଅନୁଗୋଳ ଅଫିସ, ୧୯।୧୦ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁ କନ୍ୟା ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚତ୍ ଧରି ଶୁକ୍ରବାର...

ଗାଁ ମୁଣ୍ଡରେ ନରହନ୍ତା ଦନ୍ତା

ଛେଣ୍ଡିପଦା,୮।୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଓ ଜରପଡା ବନାଞ୍ଚଳ ସୀମାନ୍ତରେ ଥିବା କୋରଡା, ପୁଟଗାଡିଆ ଗ୍ରାମ ମଧ୍ୟରେ ଗୁରୁବାର ଏକ ନରହନ୍ତା ଦନ୍ତା ବୁଲୁଥିବା...

ଠକାମିର ଶିକାର ହେଲେ ଅଭିଜିତ୍‌

ଅନୁଗୋଳ ଅଫିସ, ୧୦।୭: ଅନୁଗୋଳ ହେମସୁରପଡ଼ାରେ ରହି ଏକ ଘରୋଇ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଅଭିଜିତ ପାଣ୍ଡେ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି।...

ଦିନକରେ ୫୫ ପଜିଟିଭ୍‌, ଅନୁଗୋଳରେ ଛନକା

ଅନୁଗୋଳ ଅଫିସ,୯।୧: ଦୀର୍ଘଦିନ ପରେ କରୋନା ସଂକ୍ରମିତଙ୍କୁ ନେଇ ଅନୁଗୋଳ ଜିଲାରେ ବଢ଼ିଛି ଚିନ୍ତା। ଶନିବାର ଏକାବେଳେ ଜିଲାରୁ ୫୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଲୋକଙ୍କ...

Advertisement
Archives

Model This Week