ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଆସୁଛି। ଏହି ଯୋଜନାରେ ସରକାର ଗତ ଅକ୍ଟୋବର ୧୦ରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ। ଏଥିରେ ୧୨,୭୫,୦୦୦ ହିତାଧିକାରୀଙ୍କର ନାମ ଥିଲା । ହେଲେ ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଥିବା ଭାଜପା ପକ୍ଷରୁ କୁହାଯାଇଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରାଯିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂଙ୍କୁ ଭେଟି ଏହାର ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ପୂର୍ବତନ ଏମ୍‌ପି ବିଭୁ ତରାଇ କହିଛନ୍ତି ଯେ, ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଫେବୃୟାରୀ ୧୦ରୁ ୧୬ ମଧ୍ୟରେ ସମସ୍ତ ପଞ୍ଚାୟତ ଅଫିସ୍‌ରେ ଆବାସ ଯୋଜନାର ହିତାଧିକାରୀ ତାଲିକା ମରାଯିବା ସହ ଏକ ଅଭିଯୋଗ ବାକ୍ସ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ନିଜକୁ ଅଯୋଗ୍ୟ ମନେକରିବ ଅଥବା ନିଜକୁ ଯୋଗ୍ୟ ଭାବିବ ସେମାନେ ଆବେଦନ କରିପାରିବେ ବୋଲି କୁହାଯାଇଛି । ହେଲେ କିଏ କାହିଁକି ନିଜକୁ ଅଯୋଗ୍ୟ ଘୋଷଣା କରି ଅଭିଯୋଗ ବାକ୍ସରେ ନିଜର ନାଁ ହିତାଧିକାରୀ ତାଲିକାରୁ କାଟିବା ପାଇଁ ଚାହିଁବ ବୋଲି ତରାଇ ପ୍ରଶ୍ନ କରିଛନ୍ତି। ସରକାର ତରବରିଆ ଭାବେ ଫେବୃୟାରୀ ୧୦ରୁ ୧୬ ଭିତରେ ଅଭିଯୋଗ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଅଥଚ ଏବେ ସୁଦ୍ଧା ଅନେକ ପଞ୍ଚାୟତ, ବ୍ଲକରେ ସର୍ବସାଧାରଣ ନୋଟିସ ଲାଗିନାହିଁ । ଅନୁରୂପ ଭାବେ ଅଭିଯୋଗ କରିବା ପାଇଁ ବାକ୍ସ ରଖାଯାଇନାହିଁ । ୧୫ ତାରିଖ ବିତିଯାଇଥିଲେ ବି ବିଡିଓଙ୍କ ପାଖରେ କୌଣସି ସୂଚନା ନାହିଁ । ପୁଣି ସରକାର ସେହି ନୋଟିସରେ ଲେଖିଛନ୍ତି ଯେ, ୨୫ ଫେବୃୟାରୀ ୨୦୨୦ରେ ତାଲିକା ପ୍ରକାଶ କରିବେ । ଏହା ପରେ ଏପ୍ରିଲରେ ଚୂଡାନ୍ତ ତାଲିକା ଆସିବ । ତେଣୁ ଚାଲାକି କରି ଶାସକ ଦଳର ଅଯୋଗ୍ୟ ହିତାଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି କରାଯାଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଏହି ଅଭିଯୋଗ ଗ୍ରହଣ ବ୍ୟବସ୍ଥାର ସମୟସୀମା ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ପଞ୍ଚାୟତୱାରି ବକ୍ସ ରଖାଯାଉ ବୋଲି ଭାଜପା ପ୍ରସ୍ତାବ ଦେଇଛି। ସେହିପରି ଅଭିଯୋଗ କରିବାର ପୂରା ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯିବା ସହିତ ଆବେଦନ କରୁଥିବା ଲୋକକୁ ଏକ ‘ପ୍ରାପ୍ତି ସ୍ବୀକାର‘ ଦିଆଯାଉ । ବିଭିନ୍ନ ମହଲରୁ ଚାପ ପରେ ସରକାର ଡେଡ୍‌ ଲାଇନ୍‌ ଚଳିତ ମାସ ୨୨କୁ ବୃଦ୍ଧି କରିଥିବା ଜଣାପଡ଼ିଛି।ଅଭିଯୋଗ ଗ୍ରହଣ କରିବାର ପଦ୍ଧତିରେ ସ୍ବଚ୍ଛତା ରଖାଯାଉ ବୋଲି ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri