ଆବାସ ଯୋଜନାରୁ ବଁଚିତ୍‌ ପରିବାର: କ୍ଲବ ଘର ପାଲଟିଛେ ଆଶ୍‌ରେ ଥଲ୍‌

 

ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍‌ ଲୋକ ହେଇଥିଲାବେଲେ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ସେ କୁଟୁମବସିଆ ଇତାର ପିଁଢ଼ା ତାର ଦୁଆର ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ ମେହେନାର ଗଁାର ଗଣେଶ ଉସେରାକଁର ପରିବାର କହେଲେ ମାଏକିନା ଅହଲ୍ୟା ଆର ପୁଓ ରାମନାରାୟଣକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଗଣେଶ କୁଲିମଜୁରି କରି କୁଟୁମ ପୁଷୁଥିଲେ। ଗଲା ବଛର ବରଷାରେ ତାକର ମାଏଟ୍‌ କୁରିଆଟା ଭାଂଗି ଗଲାରୁ ପରିବାରଟା ବାସହରା ହେଇଯାଇଛନ୍‌। ଏନ୍‌ତାଥି ଗଣେଶ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଥାନୀଅ ସରପଁଚ୍‌ନୁ ବିଡିଓ ତକ୍‌ ଗୁହାରି କରି ନିରାଶ ହେଇଛନ୍‌। ଗଁାବାସୀ ତାକର ଗୁଲ୍‌ଗୁଲା ଦେଖି କ୍ଲବ ଘରେ ରହିବାକେ କହିଲେ। ସେ ଦିନ୍‌ଠାନୁ ଗଣେଶ କୁଟୁମବସିଆ ଗଁାର କ୍ଲବ ଘରେ ରହିଆସୁଛନ୍‌। ଏନ୍‌ତା ଅସ୍‌ବିଧା ସମିଆରେ ଗଣେଶକୁ ବହୁତ୍‌ ଜର ହେଲା। ଭିନେ ଭିନେ ସରକାରୀ ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଲେ। ଇ ସମିଆରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅଇଁଲାଛାଟକେ କଟକରୁ ଝନେ ଡାକ୍‌ତର ଆସୁଥିବାର ଖବର ପାଇ ସେଠାନେ ଚିକିଛା କରାଲେ। ତାକର ଜର ବି ଭଲ ହେଲା। ହେଲେ ସେଠାନେ ରକତ ପରୀକ୍ଷା ଲାଗି ଡେବ୍‌ରି ହାତେ ଫୁଡ଼ା ଯାଇଥିବାର ସୁଜା ଜାଗାଟା ଏହେଦେ ଘା’ ହେଇଯାଇଛେ। ଏନ୍‌ତାଥି ଗଣେଶ କାମ୍‌ବୁତା କରି ନାଇଁପାରବାର। ଇଆଡ଼େ ପରିବାରଟା ଭୂମିହୀନ ହେଇଥିଲାବେଲେ ଗଣେଶ ପାଉଥିବାର ବୁଢ଼ାବୁଢ଼ି ଭତା ଆର ମାସିକ ୧୫ କେ.ଜି. ଚାଉଲ ନ ସାହାଭରସା ହେଇଛେ। ହେଲେ ଅଭାବ ଅନାଟନ ଲାଗି ଉପେ ଶୂଇନ୍‌ ଗଣେଶ ଭିଖ୍‌ମାଗି ଘରର ତେଲନୁନ ଚଲଉଛନ୍‌। ଇଆଡ଼େ ବୁଢ଼ା ବଏସେ ପୁଓଟେ ପାଇଛନ୍‌। ପୁଓର ଭବିଷତ୍‌ କଥା ଚିନ୍‌ତା କଲେ ତାକର ନିଦ୍‌ ହଜିଯାଉଛେ। ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌ ହେଲେ ଆମେ ହକ୍‌ଦାର ହିତାଧିକାରୀ ନୁହେ କାଏଁ ବଲି ସେ ପ୍ରଶ୍ନ କରିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ଆବାସ ଯୋଜନାରେ ଘର ଆର ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri