ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଦମ୍ପତି

 

କୋମନା, ୧୧ା୨ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ଅସାହା, ଭୂମିହୀନ ପରିବାରମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକଁର ଉଦାସୀନତା ଲାଗି ହକ୍‌ଦାର ଗରିବ୍‌ ଦୁଖି ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ସେମାନେ ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରୁଥିଲେ ବି କେହି ତାକର କଥା ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ନୂଆପଡ଼ା ଜିଲା କୋମନା ବ୍ଲକ ଗଣ୍ଡାମେର ପଁଚେତ୍‌ ଅଧୀନ କେନ୍ଦୁଭଟା ଗଁାର ବୁରୁଧ୍‌ କାଶୀରାମ ନାଗ(୭୦)। ପରିବାର କହିଲେ ମାଏକିନା ଫଗନୀ ନାଗ(୬୫) ଆର ପୁଓ ସନ୍ତୋଷ(୩୫)କେ ନେଇ ସଁସାର। କାଶୀରାମ ଆର ଫଗନୀ ଦିବ୍ୟାଙ୍ଗ ଆଏ। ପେଟ୍‌ପାଟନାର ଲାଗି ସନ୍ତୋଷ ବଛରର ବଡ଼ଭାଗି ସମିଆ ଦାଦନ ଖଟିଯାଉଛନ୍‌। ସେ ଟଁକା ପଠାଲେ ଯାଇ ବୁରୁଧ୍‌ ମା’ବାପ୍‌ ଚଲୁଛନ୍‌। ଇଆଡ଼େ କାଶୀରାମକଁର ଜମିବାଡ଼ି ବଲି କିଛି ନାଇଁ। ବଲବଏସ ଥିଲାବେଲେ ପରହର କାମ୍‌ବୁତା କରି କୁଟୁମ ପୁଷୁଥିଲେ। ଏହେଦେ ରୋଗ୍‌ ବେମାରି ସଂଗେ ବଏସ୍‌ ଅଧ୍‌କା ହେବାର ଲାଗି ବୁରୁଧ୍‌ ଦମ୍ପତି ଭିନ୍ନକ୍ଷମ ପାଲଟିଯାଇଛନ୍‌। ଇ ଦିବ୍ୟାଙ୍ଗ ଦମ୍ପତି ସରକାରୀ ଯୋଜନାରେ ପଁଚେତ୍‌ରୁ ମାସିକ ୧୦ କେ.ଜି. ଚାଉଲ ଆର ୫ଶହ ଟଁକା ଲେଖେଁ ଭତା ପାଉଛନ୍‌। ହେଲେ ଫିମାସ ୫ କି.ମି. ଦୂରିଆ ପଁଚେତ୍‌ ଅଫିସରୁ ଚାଉଲ ଆନ୍‌ବାର ଲାଗି କାଶୀରାମ ବଡ଼ା ହଇରାନ ହରକତ ହେଉଥିବାର କହିଛନ୍‌। ଭତା ଟଁକାରେ ବୁରୁଧ୍‌ ଦମ୍ପତି ନିଜର ଉଷୋକଷାରେ ଖରଚ୍‌ କରୁଥିଲାବେଲେ ତେଲନୁନ୍‌, କପଡ଼ାଲତା ଖରଚ୍‌ ତୁଲାଲାବେଲେ ଭିଡ଼ ପଡ଼ିଯାଉଛେ। ଫଗନୀ ରୋଗ୍‌ ବେମାରି ଲାଗି ଚଲାବୁଲା, ଉଠାବସା କରି ନାଇଁ ପାରବାର। ଏନ୍‌ତାଥି କାଶୀରାମ ବଡ଼ା ଦୁଖେ ଭାତଦୁରା ରଁାଧୁଛନ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ନିଜର ପୁରନା ଘରଟାକେ ବି ମରାମତି କରି ନାଇଁପାରବାର। ବରଷା ଦିନେ ଦରୋ ଦରୋ ପାଏନ୍‌ ଗଲୁଛେ। ବୁଢ଼ାବୁଢ଼ୀ ବଡ଼ା ଦୁଖେ ଜୀବନ୍‌ ବିତଉଛୁଁ ବଲି କାଶୀରାମ କହିଛନ୍‌। ଇ ବୁରୁଧ୍‌ ଦମ୍ପତି ଉପରେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri