ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଦମ୍ପତି

 

କୋମନା, ୧୧ା୨ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ଅସାହା, ଭୂମିହୀନ ପରିବାରମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକଁର ଉଦାସୀନତା ଲାଗି ହକ୍‌ଦାର ଗରିବ୍‌ ଦୁଖି ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ସେମାନେ ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରୁଥିଲେ ବି କେହି ତାକର କଥା ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ନୂଆପଡ଼ା ଜିଲା କୋମନା ବ୍ଲକ ଗଣ୍ଡାମେର ପଁଚେତ୍‌ ଅଧୀନ କେନ୍ଦୁଭଟା ଗଁାର ବୁରୁଧ୍‌ କାଶୀରାମ ନାଗ(୭୦)। ପରିବାର କହିଲେ ମାଏକିନା ଫଗନୀ ନାଗ(୬୫) ଆର ପୁଓ ସନ୍ତୋଷ(୩୫)କେ ନେଇ ସଁସାର। କାଶୀରାମ ଆର ଫଗନୀ ଦିବ୍ୟାଙ୍ଗ ଆଏ। ପେଟ୍‌ପାଟନାର ଲାଗି ସନ୍ତୋଷ ବଛରର ବଡ଼ଭାଗି ସମିଆ ଦାଦନ ଖଟିଯାଉଛନ୍‌। ସେ ଟଁକା ପଠାଲେ ଯାଇ ବୁରୁଧ୍‌ ମା’ବାପ୍‌ ଚଲୁଛନ୍‌। ଇଆଡ଼େ କାଶୀରାମକଁର ଜମିବାଡ଼ି ବଲି କିଛି ନାଇଁ। ବଲବଏସ ଥିଲାବେଲେ ପରହର କାମ୍‌ବୁତା କରି କୁଟୁମ ପୁଷୁଥିଲେ। ଏହେଦେ ରୋଗ୍‌ ବେମାରି ସଂଗେ ବଏସ୍‌ ଅଧ୍‌କା ହେବାର ଲାଗି ବୁରୁଧ୍‌ ଦମ୍ପତି ଭିନ୍ନକ୍ଷମ ପାଲଟିଯାଇଛନ୍‌। ଇ ଦିବ୍ୟାଙ୍ଗ ଦମ୍ପତି ସରକାରୀ ଯୋଜନାରେ ପଁଚେତ୍‌ରୁ ମାସିକ ୧୦ କେ.ଜି. ଚାଉଲ ଆର ୫ଶହ ଟଁକା ଲେଖେଁ ଭତା ପାଉଛନ୍‌। ହେଲେ ଫିମାସ ୫ କି.ମି. ଦୂରିଆ ପଁଚେତ୍‌ ଅଫିସରୁ ଚାଉଲ ଆନ୍‌ବାର ଲାଗି କାଶୀରାମ ବଡ଼ା ହଇରାନ ହରକତ ହେଉଥିବାର କହିଛନ୍‌। ଭତା ଟଁକାରେ ବୁରୁଧ୍‌ ଦମ୍ପତି ନିଜର ଉଷୋକଷାରେ ଖରଚ୍‌ କରୁଥିଲାବେଲେ ତେଲନୁନ୍‌, କପଡ଼ାଲତା ଖରଚ୍‌ ତୁଲାଲାବେଲେ ଭିଡ଼ ପଡ଼ିଯାଉଛେ। ଫଗନୀ ରୋଗ୍‌ ବେମାରି ଲାଗି ଚଲାବୁଲା, ଉଠାବସା କରି ନାଇଁ ପାରବାର। ଏନ୍‌ତାଥି କାଶୀରାମ ବଡ଼ା ଦୁଖେ ଭାତଦୁରା ରଁାଧୁଛନ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ନିଜର ପୁରନା ଘରଟାକେ ବି ମରାମତି କରି ନାଇଁପାରବାର। ବରଷା ଦିନେ ଦରୋ ଦରୋ ପାଏନ୍‌ ଗଲୁଛେ। ବୁଢ଼ାବୁଢ଼ୀ ବଡ଼ା ଦୁଖେ ଜୀବନ୍‌ ବିତଉଛୁଁ ବଲି କାଶୀରାମ କହିଛନ୍‌। ଇ ବୁରୁଧ୍‌ ଦମ୍ପତି ଉପରେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ମିଳିଲା ଅପହୃତା ବର, ମିଳୁନି କନ୍ୟାଙ୍କ ପତ୍ତା

ତରବୋଡ଼/ନୂଆପଡ଼ା ଅଫିସ, ୨୫।୨: ନବବିବାହିତ ସ୍ବାମୀ ସ୍ତ୍ରୀଙ୍କୁ ଅପହରଣର ୨ ଦିନ ପରେ ଗରୁତର ଅବସ୍ଥାରେ ସ୍ବାମୀଙ୍କୁ ଉଦ୍ଧାର କରାଯାଇଛି। ହେଲେ କନ୍ୟାଙ୍କ ପତ୍ତା ମିଳିପାରୁ...

ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ନୂଆପଡ଼ା ଅଫିସ,୧୦।୧୨: ଢେଙ୍କାନାଳ ଜିଲା ଜୋରନ୍ଦା ମହିମା ଗାଦୀ ପୀଠରେ ନିର୍ମାଣ ବତୀ ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିରକୁ ସ୍ଥାନୀୟ ଜିଲା ପ୍ରଶାସନ...

କଟନୀ ଛଟନୀରେ ଚାଲିଛି ଧାନ କିଣା

ନୂଆପଡ଼ା ଅଫିସ,୬।୧୨: ନୂଆପଡା ଜିଲାରେ ଚାଷୀ ସୁବିଧାରେ ଧାନ ବିକ୍ରୟ କରି ଉଚିତ ପାଉଣା ପାଇବା ପାଇଁ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପାଇଁ...

ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୨।୧୧: ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ନୂଆପଡା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଜାମୁରସାଲେଭଟା ଗ୍ରାମରେ...

ଦିନିକିଆ ନୂଆପଡା ଗସ୍ତରେ ପୋଲିସ ଡିଜି

ନୂଆପଡ଼ା,୭।୧୧(ଡି.ଏନ୍‌.ଏ.): ଦିନିକିଆ ନୂଆପଡା ଗସ୍ତରେ ଯାଇଛନ୍ତିି ପୋଲିସ ଡିଜି ଅଭୟ । ସେଠାରେ ସେ ପହଞ୍ଚି ଜିଲାରେ ଚାଲିଥିବା ମାଓବାଦୀ ଗତିବିଧି ନେଇ ସମୀକ୍ଷା କରିଛନ୍ତି...

ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ସମୀକ୍ଷାସୁରକ୍ଷା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମ କରିବା

ନୂଆପଡା ଅଫିସ,୩ା୮ ଜଣେ ସୁରକ୍ଷିତ ଶିଶୁ ହିଁ ଦେଶର ଉଜ୍ୱଳ ଭବିଷ୍ୟତ । ଶିଶୁଙ୍କୁ ଉପଯୁକ୍ତ ସୁରକ୍ଷା ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ...

ପୁଣି ମାତିଲେ ମାଓବାଦୀ, ଜଣଙ୍କୁ କଲେ ହତ୍ୟା, ମୃତଦେହ ନିକଟରେ ଛାଡ଼ିଗଲେ ପୋଷ୍ଟର

ନୂଆପଡ଼ା ଅଫିସ,୧୯ା୮: ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାନି ଗାଁ ନିକଟରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି...

ଲାଞ୍ଜିଗଡ଼ରେ ବାଘ ଆତଙ୍କ

ଲାଞ୍ଜିଗଡ଼,୨୬।୬(ରମେଶ ଚନ୍ଦ୍ର ନାୟକ): ନୂଆପଡ଼ା ଜିଲା ପରେ ଏବେ କଳାହାଣ୍ଡି ଜିଲାରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି। ଜିଲାର ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ...

Advertisement
Archives

Model This Week