Posted inଭଦ୍ରକ

ଆନ୍ଧ୍ରପ୍ରଦେଶରୁ ସାଇକେଲରେ ଫେରିଲେ ଯୁବକ

ଭଣ୍ଡାରିପୋଖରୀ, ୨୮।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଢି଼ଅସାହି ଗ୍ରାମର ଜଣେ ଯୁବକ ସୁଦୂର ୭୦୦ କି.ମି. ଆନ୍ଧ୍ରପ୍ରଦେଶରୁ ସାଇକେଲରେ ଆସି ସୋମବାର କୁରିଗାଁରେ ପହଞ୍ଚିଛନ୍ତି। ସେ ୨୨ତାରିଖରେ ବିଜୟନଗରମରୁ ୧୨୦୦ ଟଙ୍କା ଦେଇ ଏକ ପୁରୁଣା ସାଇକେଲ କିଣି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପାଖରେ ଥିଲା ମାତ୍ର ୩୦୦ ଟଙ୍କା। ଦୀର୍ଘ ପାଞ୍ଚ ଦିନ ଯାତ୍ରା ପରେ ସେ ଗ୍ରାମରେ ପହଞ୍ଚିଥିଲେ। ଉମାକାନ୍ତ ପରିଡ଼ା ନାମକ ଏହି ଯୁବକ ନିଜ ଘରକୁ ନ ଯାଇ ପଞ୍ଚାୟତ ସ୍କୁଲରେ ଖୋଲାଯାଇଥିବା ଅସ୍ଥାୟୀ ସ୍ବାସ୍ଥକେନ୍ଦ୍ରକୁ କ୍ୱାରାଣ୍ଟାଇନରେ ରହିବାକୁ ସ୍ବଇଛାରେ ଚାଲି ଯାଇଥିଲେ। ସେ ସେଠାରେ ଏକ ମିଠା ଦୋକାନରେ କାମ କରନ୍ତି। ଲକଡାଉନ ପାଇଁ ଦୋକାନ ବନ୍ଦ ହୋଇଯିବାରୁ ମାଲିକ ଆଉ ଦରମା ନ ଦେବାରୁ ଚଳିବା କଷ୍ଟକର ହୋଇପଡିଥିଲା। ଆସିବାର ପାଞ୍ଚ ଦିନ ମଧ୍ୟରେ ଗଞ୍ଜାମରେ ଦୁଇ ରାତି, ଇଚ୍ଛାପୁର, ଭୁବନେଶ୍ୱର, କଟକରେ ଗୋଟିଏ ଲେଖା ରାତି ପର ଦୋକାନ ପିଣ୍ଡାରେ ବର୍ଷା ଖରାରେ ଜୀବନ କାଟି ଖାଇବାକୁ ନ ପାଇ ଭୋକ ଉପବାସ ରହି ଗ୍ରାମରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri