ଆନ୍ଦୋଳନରୁ ଓହରିଲା ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ: ନଭେମ୍ବର ୪ରେ କାର୍ଯ୍ୟରେ ଯୋଗଦେବେ ଓକିଲ

କଟକ ଅଫିସ,୧।୧୧: ବିଭିନ୍ନ ଦାବି ନେଇ ପ୍ରାୟ ଦୁଇ ମାସ ଧରି ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଜାରି ରହିଥିବା କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବାକୁ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ। ହାଇକୋର୍ଟ ବାର୍‌ ଆସୋସିଏଶନ୍‌ର ସାଧାରଣ ପରିଷଦ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କଲେଜିୟମ ବ୍ୟବସ୍ଥାରେ ସୁଧାର, ନ୍ୟାଶନାଲ ଜୁଡ଼ିସିଆଲ ଆପଏଣ୍ଟମେଣ୍ଟ କମିଶନଙ୍କ ଦ୍ୱାରା ହାଇକୋର୍ଟ ବିଚାରପତି ନିଯୁକ୍ତି, ଓଡ଼ିଶା ହାଇକୋର୍ଟ ଏବଂ ନିମ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ଆଦି ଦାବି ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ଆନ୍ଦୋଳନ ଚାଲିଛି। ଆସୋସିଏଶନ ପକ୍ଷରୁ ପ୍ରଥମେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଦାଲତ ବର୍ଜନ କରାଯାଇଥିଲା। ଗତ ୧୪ ତାରିଖରେ ହାଇକୋର୍ଟଙ୍କ ସମସ୍ତ ଖଣ୍ଡପୀଠଙ୍କ ଅଦାଲତକୁ ଆଇନଜୀବୀ ବର୍ଜନ କରିଥିଲେ। ପରେ ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ ବାର୍‌ ଆସୋସିଏଶନ ସାମିଲ ହୋଇଥିଲେ। ଏ ନେଇ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏଥିରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ୬୮ଟି ବାର୍‌ ଆସୋସିଏଶନକୁ ପକ୍ଷଭୁକ୍ତ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସହ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ସେହିପରି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସମେତ ଅଦାଲତ ଅବମାନନା ମାମଲାରେ ପକ୍ଷଭୁକ୍ତ ସମସ୍ତ ୬୮ଟି ବାର୍‌ ଆସୋସିଏଶନକୁ ତୁରନ୍ତ ଆନ୍ଦୋଳନରୁ ଓହରିଯିବା ପାଇଁ ଗତ ୨୬ତାରିଖରେ ବିସିଆଇ ପକ୍ଷରୁ କୁହାଯାଇଥିଲା। ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ବେ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ମହାନ୍ତି କହଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୩ରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ବଣ୍ଟାଯିବ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ସମ୍ବନ୍ଧୀୟ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ରହିଛି ଏସବୁ ସୁବିଧା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ଏକ ବୈଠକ...

ଆବାସ ପ୍ଲସ୍‌ ଖୋଲିବାକୁ ପୁଣି ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର,୧ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଅଧୀନରେ ଗୃହ ମଞ୍ଜୁର କରିବା ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ପୁଣି ମନେପକାଇ ଦେଇଛନ୍ତି। ରାଜ୍ୟ ସରକାର ଘର...

ସୁସ୍ଥ ହେଲେ ଝାରସୁଗୁଡାର ୨ କରୋନା ଆକ୍ରାନ୍ତ

ଝାରସୁଗୁଡା ଅଫିସ,୧୧ା୫: ଝାରସୁଗୁଡା ଜିଲାର ୨ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ସୋମବାର ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଆରମ୍ଭ ହେଲା ଦେବଗଡ ପୌରାଞ୍ଚଳରେ ସାନିଟାଇଜ କାର୍ଯ୍ୟକ୍ରମ

ଦେବଗଡ, ୯ା୪(ଡି.ଏନ.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ବୁଧବାର ଦେବଗଡ ପୌର ପରିଷଦ ପକ୍ଷରୁ ଅଗ୍ନିଶମ ବାହିନୀ ସହାୟତାରେ ପୌରାଞ୍ଚଳର ମୁଖ୍ୟ ଅଞ୍ଚଳଗୁଡିକୁ ଜୀବାଣୁ ମୁକ୍ତ...

ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ: ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା ଅଫିସ,୨୧ା୭: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ...

ଜୟପୁରରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଜୟପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରଠାରେ କୋଭିଡ-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଗତ ଶୁକ୍ରବାର ଜିଲାପାଳଙ୍କ ଘୋଷଣା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ...

ବ୍ରିଜ୍‌ ଦୁଇ ପାର୍ଶ୍ୱରେ ନିର୍ମାଣ ହୋଇନି ଆପ୍ରୋଚ ରାସ୍ତା

ବୈପାରିଗୁଡା,୨।୧୧ (ଡି.ଏନ୍‌.ଏ): ଗ୍ରାମାଞ୍ଚଳରେ ଯୋଗାଯୋଗ ପାଇଁ ସରକାରଙ୍କ ପକ୍ଷରୁ ବହୁ ଅର୍ଥ ଖର୍ଚ୍ଚ କରାଯାଇ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରାଯାଉଛି। ତେବେ ବିଭାଗୀୟ ଉଦାସୀନତା ତଥା...

Advertisement
Archives

Model This Week