Posted inଫୁରସତ

ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ

ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ପାର୍ବତ୍ୟାଞ୍ଚଳ ପ୍ରତି ସମସ୍ତଙ୍କର ଦାୟିତ୍ୱ ସମ୍ପର୍କରେ ଏହି ଦିବସରେ ସଚେତନ କରାଯାଇଥାଏ।
ପୃଥିବୀର ପାଖାପାଖି ୨୨ ପ୍ରତିଶତରେ ପାହାଡ଼ ରହିଛି ଯେଉଁଠି ବିଶ୍ୱ ଜନସଂଖ୍ୟାର ୧୩ ପ୍ରତିଶତରୁ ଊର୍ଦ୍ଧ୍ୱ ବା ୯୧୫ ମିଲିୟନରୁ ଅଧିକ ଲୋକ ବାସ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୧୯୯୨ରେ ଜାତିସଂଘ ଏହା ଉପରେ ଗୁରୁତ୍ୱ ଦେଇ ଏକ ପ୍ରସ୍ତାବ ଆଗତ କରିଥିଲା। ଏହି ପ୍ରସ୍ତାବ କ୍ରମେ ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକମାନଙ୍କ ବିକାଶ ଓ ସୁରକ୍ଷା ଉପରେ ଧ୍ୟାନ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରାଯାଇଥିଲା। ଏହାକୁ ଆଗକୁ ବଢାଇବା ଲାଗି ୨୦୦୩ରେ ଏହି ଦିବସ ପାଳନ କରାଯିବା ଲାଗି ସ୍ଥିର କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଉଛି। ପୃଥିବୀର ଅଧିକାଂଶ ନଦୀ ଓ ଝରଣା ପାହାଡ଼ରୁ ବାହାରିଛି। କୃଷିର ବିକାଶ ତଥା ପାନୀୟଜଳ ଯୋଗାଇବାରେ ପାହାଡର ଭୂମିକା ରହିଛି। କିନ୍ତୁ ଦୁଃଖର କଥା ଏବେ ବିକାଶ ନାଁରେ ପାହାଡ଼କୁ ଧ୍ୱଂସ କରାଯାଉଛି। ମୁଖ୍ୟତଃ ବିକାଶଶୀଳ ଦେଶଗୁଡିକରେ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ପାହାଡ ଧ୍ୱଂସ କରାଯାଉଥିବାରୁ ଏହାର ପ୍ରଭାବ ମଧ୍ୟ ଜଳବାୟୁ ଉପରେ ପଡୁଛି। ଏବେ ବୃଦ୍ଧି ପାଉଥିବା ଅନାହାର,ପ୍ରଦୂଷଣ ଓ ପାନୀୟ ଜଳ ଅଭାବର ସମ୍ବନ୍ଧ କେଉଁଠି ନା କେଉଁଠି ପାହାଡ ସହ ରହିଛି। ପାହାଡ଼ରୁ ଶକ୍ତି ଓ ଖାଦ୍ୟ ବି ମିଳୁଛି। ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତି କ୍ଷେତ୍ରରେ ପାହାଡ଼ର ଗୁରୁତ୍ୱ ରହିଆସିଛି। ଅନ୍ୟ ପକ୍ଷରେ ମାନବକୃତ ପ୍ରଦୂଷଣ ଓ ବିଶ୍ୱତାପନ ବୃଦ୍ଧିର ପ୍ରଭାବ ପାହାଡ ଉପରେ ପଡୁଛିି। ଯାହାର ପ୍ରମାଣ ହେଉଛି ମେରୁ ଅଞ୍ଚଳର ବରଫ ପାହାଡ଼ ଓ ହିମାଳୟ। ଏଣୁ ବିଶ୍ୱତାପନ ହ୍ରାସ କରି ପାହାଡର ସୁରକ୍ଷା କରାଯାଇପାରିବ। ପାହାଡ଼ର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ପରିବେଶ ସୁରକ୍ଷିତ ରହିବ ଓ ଜୀବନ ରକ୍ଷା ମଧ୍ୟ ହୋଇପାରିବ । ପାହାଡର ସୁରକ୍ଷା ଲାଗି ଯୁବପିଢି ଉପରେ ଗୁରୁତ୍ୱ ଦେଇ ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ୍‌ ରଖାଯାଇଛି ‘ମାଉଣ୍ଟେନ୍ସ ମ୍ୟାଟର ଫର୍‌ ୟୁଥ’।


Enter your email to get our daily news in your inbox.

All Right Reserved By Dharitri.Com

ଏଲିଅନ୍‌ ଆତଙ୍କ: ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ଉଡ଼ିବୁଲିଲା ୧୪ ୟୁଏଫ୍‌ଓ…

ଓ୍ବାଶିଂଟନ,୩୦।୫: ଏଲିଅନ୍‌ଙ୍କୁ ନେଇ ଆମେରିକାର ଡେଲି ମେଲ୍‌ ଡଟ୍‌ କମ୍‌ରେ ଫିଲ୍ମ ମେକର ଜେରେମି କୋରଓ୍ବେଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୪୬ ସେକେଣ୍ଡର ଏକ ଭିଡ଼ିଓ...

ବିଲୁପ୍ତି ପଥେ ଡାଇଭିଂ ବାର୍ଡ

ଓ୍ବାଶିଂଟନ୍‌: ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ଜୀବକୁ ପ୍ରଭାବିତ କରିଛି। ଏପରି ଅନେକ ପ୍ରଜାତିର ଜୀବ ରହିଛନ୍ତି, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର ସାହାରା ଖୋଜି ପାଇଛନ୍ତି।...

ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା

ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ...

ବନ୍ଦ ହେଲା ୧ ମିଲିୟନ ବର୍ଗ କିମିର ଓଜୋନ ଛିଦ୍ର

ନୂଆଦିଲ୍ଲୀ, ୨୭ା୪- ବିଭିନ୍ନ କାରଣରୁ ପ୍ରକୃତିରେ ପରିବର୍ତ୍ତନ ଦେଖାଯାଇଥାଏ। କିନ୍ତୁ ସମୟ ଆସିଲେ ପ୍ରକୃତି କିପରି ସେହି ପରିବର୍ତ୍ତନରୁ ପୁଣି ନିଜକୁ ମୁକ୍ତ କରିନିଏ ତାହା...

ଜାତୀୟ ସ୍ବର୍ଣ୍ଣବିଜେତା ଏବେ ଦୀନ ମଜୁରିଆ

କାନପୁର: ନିୟତିର ଗତି ବଡ଼ ବିଚିତ୍ର। ପରିସ୍ଥିତି କେତେବେଳେ ବଦଳିଯାଏ ତାହା କହିହେବନି। ସଫଳତାର ପାହାଚ ଚଢ଼ି ଉପରକୁ ଯାଇଥିବା ଜଣେ ଖେଳାଳି ଏକ ସୁନ୍ଦର...

ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଘର ନିର୍ମାଣ କଲେ ସ୍ବାମୀ, ଜାଣନ୍ତୁ କାହିଁକ

ପ୍ରେମକୁ ଜୀବନ୍ତ କରିବା ପାଇଁ କିଏ ମନ୍ଦିର ତୋଳିଛନ୍ତି ତ, ଆଉ କିଏ ବଗିଚା ନିର୍ମାଣ କରିଛନ୍ତି। ନାଇଜେରିଆରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ପାଇଁ ବିମାନ...

ଯାହାକୁ ମୃତ ଭାବିଥିଲେ ସେ ବୁଲୁଥିଲେ ରାସ୍ତାରେ, ୧୬ ବର୍ଷ ପରେ ହେଲା ଭଉଣୀ-ଭାଇଙ୍କ ଭେଟ

ଭୋପାଳ,୧୪।୫: କରୋନା ସମୟରେ ଏକ ପରିବାର ମୁହଁରେ ହସ ଫୁଟି ଉଠିଛି। ୧୬ ବର୍ଷ ଧରି ଅଲଗା ହୋଇଯାଇଥିବା ଭଉଣୀ ଭାଇ ପୁଣି ଏକାଠି ହୋଇଛନ୍ତି।...

କୁକୁର ଛାତିରୁ ବାହାରିଲା ୪ କିଲୋ ଓଜନର ଟ୍ୟୁମର

ପୁଣେ,୨୯।୮: ପୁଣେର ଏକ କୁକୁର ଛାତିରୁ ୪ କିଲୋଗ୍ରାମ ଓଜନର ଏକ ଟ୍ୟୁମର ଅପରେଶନ ମାଧ୍ୟମରେ ବାହାର କରାଯାଇଛି। ଏହି ଟ୍ୟୁମର ଏକ ଫୁଟବଲ ପରି...

Advertisement
Archives

Model This Week