ଆନନ୍ଦପୁର ଭିଆଇପି ରୋଡ ଦୁରବସ୍ଥା: ଯେତେ ଲୁଚେଇଲେ ବି ଲୁଚୁନି ଫାଟ

ଆନନ୍ଦପୁର,୨୨। ୫(ସ୍ବ.ପ୍ର.)-ବର୍ଷାକୁ ଡର ଭିଆଇପି ରୋଡ। ସାମାନ୍ୟ ବର୍ଷା ହେଲେ ଫାଟି ଆଁ କରୁଛି। ଥରେ ନୁହେଁ କି ଅଧେ ନୁହେଁ ତିନି ତିନି ଥର ଠିକାଦାରଙ୍କ ତାଳିପକା ଉଦ୍ୟମ ବ୍ୟର୍ଥ ହେଉଛି। ଏବେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ଉଠିଛି ନାନା ପ୍ରଶ୍ନ। ଆନନ୍ଦପୁର ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି ପାଇଁ ଭିଆଇପି ରୋଡ ନିର୍ମାଣ ହୋଇଥିଲା। ଖପରାଖାଇ ଛକଠାରୁ ଘସିପୁରା ବାଇପାସ୍‌ ଛକ ପର୍ଯ୍ୟନ୍ତ ୧.୫୨୦ କି.ମି. ରାସ୍ତା ୬ କୋଟି ୧୯ ଲକ୍ଷ ୪୮ ହଜାର ୫୩୮ଟଙ୍କା ବ୍ୟୟଅଟକଳରେ ଏହି ରାସ୍ତା ନିର୍ମିତ ହୋଇଥିଲା। ରାସ୍ତାର ନିର୍ମାଣ ଶେଷ ଅବଧି କାଗଜପତ୍ରରେ ୧.୨.୨୦୧୭ ରହିଛି। ହେଲେ ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇପାରି ନ ଥିବାବେଳେ ମାତ୍ର କେଇ ମାସ ପୂର୍ବରୁ ଏହାର କାର୍ଯ୍ୟ ଶେଷ ଅବସ୍ଥାକୁ ଆସିଥିଲା। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଘଟଗାଁ ଡିଭିଜନ୍‌ ଅଧୀନରେ ଏହି ରାସ୍ତା କାର୍ଯ୍ୟକୁ ପ୍ରଫୁଲ୍ଲ କୁମାର ମହାପାତ୍ର ନାମକ ଜଣେ ସୁପରକ୍ଲାସ ଠିକାଦାରଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ନିର୍ମାଣ ସମୟରେ ନିମ୍ନ ମାନର କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏହି ରାସ୍ତାର ବାଉଁଶନାଳ ଠାରେ ସାମାନ୍ୟ ବର୍ଷାରେ ଫାଟ ସୃଷ୍ଟି ହୋଇଥିଲା। ଏହି ଫାଟକୁ ଲୁଚାଇବାକୁ ଯାଇ ଠିକାଦାର ବିଭିନ୍ନ ପ୍ରକାରର ଉଦ୍ୟମ କରିଥିଲେ ସୁଦ୍ଧା ଫନୀ ପ୍ରଭାବରେ ହୋଇଥିବା ବର୍ଷାରେ ରାସ୍ତାରେ ପୁନର୍ବାର ଫାଟ ସୃଷ୍ଟି ହୋଇଛି। କିନ୍ତୁ ଏହାକୁ ତାଳିପକାଇବା ପାଇଁ ଠିକାଦାର କ୍ରସର ଡଷ୍ଟ ଆଣି ପୁନର୍ବାର ଲୁଚାଇବାକୁ ଉଦ୍ୟମ କରିଥିଲେ। ଯାହାକି ୧୫ ତାରିଖରେ ହୋଇଥିବା କାଳବୈଶାଖୀର ସାମାନ୍ୟ ବର୍ଷାରେ ପୁଣି ଫାଟ ହୋଇପଡ଼ିଛି। ତେବେ ଠିକାଦାରଙ୍କ ବୋଲମାନୁନଥିବା ଏହି ଭିଆଇପି ରୋଡର ଫାଟକୁ ଏବେ ମାଟିର ଚାଦର ତଳେ ଢାଙ୍କିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏତେ ସବୁ ହେବା ସତ୍ତ୍ୱେ ବିଭାଗୀୟ ଅଧିକାରୀ କିନ୍ତୁ ଠିକାଦାରଙ୍କ ଦୁର୍ନୀତିକୁ ଦୃଷ୍ଟି ଆଢୁଆଳରେ ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଅଧିକାରୀ ସମୀର କୁମାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ନୂଆମାଟିରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ କମ୍ପାକସନ୍‌ରେ ତ୍ରୁଟି ରହିଥିବାରୁ ଏପରି ଫାଟ ସୃଷ୍ଟି ହୋଇଛି। ଏହାକୁ ଖୁବଶୀଘ୍ର ପୁନଃ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri