ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌ ପହଞ୍ଚିବା ପରେ ଉପଖଣ୍ଡ ଡାକ୍ତରଖାନା ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଟିମ୍‌ର ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ ଏକ ମାସ ହେବ ଉପଖଣ୍ଡ ଡାକ୍ତରଖାନାକୁ କର୍ତ୍ତୃପକ୍ଷ ନୁଆ ରୂପରେ ସଜାଇଥିଲେ। ଯୁଗ୍ମ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ନାୟକଙ୍କ ନେତୃତ୍ୱରେ ଟିବିଏଚ୍‌ଆଇବି କୋର୍ଡିନେଟର ଡା. ବିକାଶ ପଟ୍ଟନାୟକ, ୟୁନିସେଫ କନସଲଟାଣ୍ଟ ହୀରାଲାଲ ନାୟକ, କାୟାକଳ୍ପ ଜିଲା ମୁଖ୍ୟ ଅଭିଷେକ ଷଡ଼ଙ୍ଗୀ, ଜିଲା ଟୀକା ପରିଚାଳକ ଗୋବିନ୍ଦ ମିଶ୍ର ପ୍ରମୁଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଥିଲେ। ପ୍ରଥମେ ଟିମ୍‌ର ସଦସ୍ୟମାନେ ଉପଖଣ୍ଡ ଡାକ୍ତରଖାନା ପରିସର, ରୋଷେଇ ଗୃହ, ଆବର୍ଜନା ନଷ୍ଟ ପାଇଁ ଉଦ୍ଧିଷ୍ଟ ବିଏମ୍‌ଡବ୍ଲ୍ୟୁ ଗୃହ, ପୁରୁଷ ଓ ମହିଳାଙ୍କ ଓ୍ବାର୍ଡ, ଲାବରୋଟାରୀ, ରକ୍ତ ଭଣ୍ଡାର ଆଦି ପରିଦର୍ଶନ କରି ସ୍ବଚ୍ଛତା ସମ୍ପର୍କରେ ଟିକିନିକି ପରଖିବା ସହ ବିଭାଗୀୟ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ଟିମ ସ୍ବତନ୍ତ୍ର ମାତୃଶିଶୁ ଡାକ୍ତରଖାନାକୁ ଯାଇ ସେଠାରେ ପ୍ରସୂତୀଙ୍କ ଚିକିତ୍ସାରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯାଉଛି କି ନାହିଁ ତାହା ଯାଞ୍ଚ କରିଥିଲେ। ଏହାର ରିପୋର୍ଟ ରାଜ୍ୟସ୍ତରରେ ତର୍ଜମା କରାଯିବା ପରେ ଉପରେ ଉପଖଣ୍ଡ ଡାକ୍ତରଖାନାକୁ କାୟାକଳ୍ପର ସ୍ବତନ୍ତ୍ର ମାନ୍ୟତା ମିଳିବ କି ନାହିଁ ତାହା ସ୍ପଷ୍ଟ ହେବ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଧନେଶ୍ୱର ସେଠୀ ଉକ୍ତ ଟିମକୁ ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri