ଆଧାର ଲିଙ୍କ୍‌ ସତ୍ତ୍ୱେ ମିଳୁନି ଗ୍ୟାସ୍‌ ସବ୍‌ସିଡି

ଭୁବନେଶ୍ୱର,୧୭-୯(ବ୍ୟୁରୋ):୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆସିବା ପରେ ପ୍ରତ୍ୟେକ ଘରେ ଗ୍ୟାସ୍‌ ସଂଯୋଗ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସବୁଘରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ୨୦୧୬ ମେ ୧ରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା(ପିଏମ୍‌ୟୁଓ୍ବାଇ)ଆରମ୍ଭ କରିଥିଲେ। ଏହା ପରଠାରୁ ୨୦୧୯ ସେପ୍ଟେମ୍ବର ୭ ସୁଦ୍ଧା କେନ୍ଦ୍ର ସରକାର ୮କୋଟି ଉଜ୍ଜ୍ୱଳା ସଂଯୋଗ କରିବାକୁ ରଖିଥିବା ଲକ୍ଷ୍ୟ ପୂରଣ କରିପାରିଥିବା ସୂଚନା ଦିଆଯାଇଛି। ଓଡ଼ିଶାରେ ୮୭ଲକ୍ଷ ୫୭ ହଜାର ଲୋକ ଗ୍ୟାସ୍‌ ସଂଯୋଗ ନେଇଛନ୍ତି। ସେଥିମଧ୍ୟରୁ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ଲକ୍ଷ ୪୦ ହଜାର ଲୋକ ଗ୍ୟାସ ସଂଯୋଗ ନେଇଥିବା ଜଣାପଡିଛି। ଉପଭୋକ୍ତାମାନଙ୍କ ପାଇଁ କେନ୍ଦ୍ର ସରକାର ସବ୍‌ସିଡି ବ୍ୟବସ୍ଥା କରିଛନ୍ତି। ଏନେଇ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ ଗ୍ୟାସ୍‌ ମୂଲ୍ୟ ଉପଭୋକ୍ତାଙ୍କ ପାଖରୁ ନିଆଯାଇ ପରବର୍ତ୍ତୀ ସମୟରେ ସେମାନଙ୍କ ଆକାଉଣ୍ଟକୁ ସବ୍‌ସିଡି ବାବଦ ଅର୍ଥ ଫେରସ୍ତ ଦିଆଯାଏ। ହେଲେ ଏହି ବ୍ୟବସ୍ଥା ଆରମ୍ଭ ଦିନଠାରୁ ଅନେକ ଲୋକ ଗୋଟିଏ ଅଭିଯୋଗ କରି ଆସୁଛନ୍ତି ଯେ, ସେମାନଙ୍କ ଆକାଉଣ୍ଟକୁ ସବିସିଡି ଅର୍ଥ ଆସୁନାହିଁ। କେବଳ ସେତିକି ନୁହେଁ, ଅନେକ ଗ୍ରାହକଙ୍କୁ ସବ୍‌ସିଡି ଅର୍ଥ ନିର୍ଦ୍ଦିଷ୍ଟ କୌଣସି ସମୟରେ ଫେରାଯାଉନାହିଁ ବୋଲି ଅଭିଯୋଗ ହେଉଛି।
ଜଣେ ଗ୍ୟାସ୍‌ ଡିଲରଙ୍କ ସୂଚନା ମୁତାବକ, ବର୍ତ୍ତମାନ ଲୋକେ ୬୧୭ଟଙ୍କା ୪୯ ପଇସାରେ ଗ୍ୟାସ୍‌ କିଣୁଛନ୍ତି। ସେଥିରୁ ସବ୍‌ସିଡି ବାବଦକୁ ୭୪ଟଙ୍କା ୮୦ପଇସା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଛି। ସୂଚନାଥାଉକି ଗ୍ୟାସ୍‌ ମୂଲ୍ୟ ବିଭିନ୍ନ ସମୟରେ ପରିବର୍ତ୍ତନ ହୋଇଥାଏ।
କୋଣାର୍କ ଅଞ୍ଚଳର ରୋଜାଲିନ ସାହୁଙ୍କ କହିବାନୁଯାୟୀ, ୨ ବର୍ଷ ହୋଇଗଲା ସବ୍‌ସିଡି ଅର୍ଥ ପାଇବା ପାଇଁ ବ୍ୟାଙ୍କ ଏବଂ ଗ୍ୟାସ୍‌ ଡିଲରଙ୍କ ପାଖକୁ ଦୌଡ଼ିବା ପରେ ମଧ୍ୟ କିଛି ଲାଭ ହେଉନାହିଁ। ୨ ବର୍ଷ ମଧ୍ୟରେ ବହୁ ଟଙ୍କା ତାଙ୍କର ସବ୍‌ସିଡି ବାବଦକୁ ରହିଲାଣି। ନିୟମାନୁଯାୟୀ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ମଧ୍ୟ ଲିଙ୍କ୍‌ କରାଯାଇଛି। ତା’ପରେ ମଧ୍ୟ ଆମ ଟଙ୍କାକୁ କମ୍ପାନୀ ଚୋରାଇ ନେଇଛି ବୋଲି ରୋଜାଲିନ କହିଛନ୍ତି। ଯାଜପୁର ଜିଲା କୋରେଇ ବ୍ଲକର କବିତା ବାରିକଙ୍କ ମଧ୍ୟ ସମଦଶା। ୨ ବର୍ଷ ହୋଇଗଲା ଗ୍ୟାସ୍‌ ସଂଯୋଗ ନେଇଛନ୍ତି। କିନ୍ତୁ ସବ୍‌ସିଡି ଅର୍ଥ ପାଉନାହାନ୍ତି। ଏଥିପାଇଁ ବାରମ୍ବାର ବ୍ୟାଙ୍କ ଏବଂ ଡିଲର ପାଖକୁ ଦୌଡ଼ିବା ପରେ ସୁଦ୍ଧା ଫଳ ଶୂନ। ଏତେଦିନର ଯେଉଁ ସବ୍‌ସିଡି ଅର୍ଥ ରଖାଯାଇଛି ତା’ର ସୁଧ କିଏ ଦେବ ବୋଲି କବିତା ପ୍ରଶ୍ନ ଉଠାଇଛନ୍ତି। ସେହିପରି ଉତ୍ତରା ଶାସନର ତ୍ରିଲୋଚନ ବାରିକଙ୍କ କହିବା କଥା ହେଉଛି, ଆଧାର କାର୍ଡ ଦେଇ ନ ଥିବାରୁ ଏ ପର୍ଯ୍ୟନ୍ତ ସବ୍‌ସିଡି ଅର୍ଥ ମିଳିନାହିଁ। ଆମକୁ ସବ୍‌ସିଡି ଅର୍ଥ ନ ମିଳିବା ପଛରେ ସମସ୍ତଙ୍କ ଭୁଲ୍‌ ରହିଛି। ଯଦି ବ୍ୟାଙ୍କ ସହିତ ଆଧାର କାର୍ଡ ଲିଙ୍କ୍‌ ହେବା ନିତାନ୍ତ ଆବଶ୍ୟକ, ଏକଥା ଜଣେ ଗ୍ରାହକକୁ କିଏ ଜଣାଇବ। ଦୀର୍ଘଦିନ ଧରି ବ୍ୟାଙ୍କରେ ଖାତା ଆମର ରହିଛି, ଆଧାର ସଂଯୋଗ ସମ୍ପର୍କରେ ବ୍ୟାଙ୍କ ଜାଣିଥିଲେ ମଧ୍ୟ ଜଣାଉନାହିଁ। ଏପରି କି ବ୍ୟାଙ୍କରେ ଆମର ଫୋନ ନମ୍ବର ଥିବା ସତ୍ତ୍ୱେ ଏସ୍‌ଏମ୍‌ଏସ ମିଳୁନାହିଁ। ଯଦି ବ୍ୟାଙ୍କ ନ ଦେଲା ତେବେ ଆମେ ଯେଉଁ ଗ୍ୟାସ୍‌ କମ୍ପାନୀର ଗ୍ରାହକ ହୋଇଛୁ, ସେମାନେ କାହିଁକି ଏସ୍‌ଏମ୍‌ଏସ୍‌ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ନିୟମାନୁଯାୟୀ ଆଧାର ଲିଙ୍କ୍‌ କରା ନ ଗଲେ ବ୍ୟାଙ୍କରେ ଆକାଉଣ୍ଟ ଚାଲିବା କଥାନୁହେଁ, ତେବେ ଏହାକୁ କାହିଁକି ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ।
ସବ୍‌ସିଡି ଅର୍ଥ ପାଇବା ପାଇଁ କେନ୍ଦ୍ର ସରକାର ଆଧାର କାର୍ଡକୁ ବାଧ୍ୟତାମୂଳକ କରିଛନ୍ତି। ରିହାତି ଅର୍ଥ ପାଇବାକୁ ହେଲେ ଗ୍ରାହକଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ସଂଯୋଗ କରିବାକୁ ପଡୁଛି। ମାତ୍ର କେନ୍ଦ୍ର ସରକାରଙ୍କ ଏହି ବାଧ୍ୟତାମୂଳକ ବ୍ୟବସ୍ଥାକୁ ସାଧାରଣ ଲୋକମାନେ ଗ୍ରହଣ କରିବାପରେ ମଧ୍ୟ ନିଜ ଅର୍ଥ ପାଇବାରେ ବହୁ ଗ୍ରାହକ ସକ୍ଷମ ହୋଇପାରୁ ନ ଥିବା ଜଣାପଡିଛି। କେବଳ ସେତିକି ନୁହେଁ ବରଂ ଗ୍ୟାସ୍‌ ଚୋରି ରୋକିବା ଲାଗି ଆଧାର କାର୍ଡ ବ୍ୟବସ୍ଥାକୁ କେନ୍ଦ୍ର ବିଶେଷ ଗୁରୁତ୍ୱ ଦେଇଥିବା କହିଛି। ତେବେ ଉଜ୍ଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା (ଏସଇସିସି) ତାଲିକାରେ ଥିବା ଲୋକଙ୍କୁ ପ୍ରଥମେ ସାମିଲ କରାଯାଇଥିଲା। ଏହାପରେ ଏସ୍‌ସି,ଏସ୍‌ଟି ଲୋକଙ୍କୁ ଏହା ମଧ୍ୟକୁ ଅଣାଗଲା। ଏହି ବର୍ଗର ସମସ୍ତ ଲୋକଙ୍କୁ ସରକାରଙ୍କ ପକ୍ଷରୁ ୧୪ଶହ ଟଙ୍କାରେ ଚୁଲା ସହିତ ଗ୍ୟାସ ଟାଙ୍କି ଯୋଗାଇ ଦିଆଯାଉଛି। ଅର୍ଥାତ୍‌ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ନେଉଥିବା ଲୋକମାନେ କେଉଁ ବର୍ଗର ତାହା ସ୍ପଷ୍ଟ। ଯଦି ଏମାନଙ୍କୁ ନିଜ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ କରିବାକୁ ବାଧ୍ୟ କରାଯାଏ ଏବଂ ନିୟମକାନୁନ ମାନିବା ପରେ ମଧ୍ୟ ସବ୍‌ସିଡି ଅର୍ଥ ନ ଆସେ, ସେମାନେ କ’ଣ କରିବେ ସେନେଇ ପ୍ରଶ୍ନ ଉଠିଲାଣି।
ଏଲ୍‌ପିଜି ଡିଜିଏମ୍‌ ଧର୍ମେନ୍ଦ୍ର ବେହୁରା କହିଛନ୍ତି ଯେ, ଆଧାର ଲିଙ୍କ୍‌ କରୁ ନ ଥିବା କ୍ଷେତ୍ରରେ ସବ୍‌ସିଡି ଆସିପାରୁନାହିଁ। କିଛିଟା ସ୍ଥାନରେ କୌଣସି କାରଣ ଯୋଗୁ ସବ୍‌ସିଡି ଆସିପାରୁ ନାହିଁ। ବହୁ ଲୋକଙ୍କ କ୍ଷେତ୍ରରେ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେଇଯାଉଛି ମାତ୍ର ସେମାନେ ଜାଣିପାରୁ ନାହାନ୍ତି। କେବଳ ସବ୍‌ସିଡି ଆସୁନାହିଁ ବୋଲି ଅଭିଯୋଗ କରୁଛନ୍ତି। ଏହାପରେ ଆମେମାନେ ଘଟଣାର ଠିକ୍‌ ଅନୁଧ୍ୟାନ କରିବାପରେ କାରଣ ଜଣାପଡୁଛି। ଅଳ୍ପକିଛି ଜାଗାରେ ଆଧାର ଲିଙ୍କ୍‌ କରାଇବା ସତ୍ତ୍ୱେ ଲୋକଙ୍କ ଟଙ୍କା ଆସିପାରୁ ନାହିଁ ବୋଲି ବେହୁରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri