Posted inରାଜ୍ୟ

ଆଦାନୀ ଦେବ ଓଡ଼ିଶାକୁ ଆଲୋକ

ଭୁବନେଶ୍ୱର,୨୪।୬ (ବ୍ୟୁରୋ): ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍‌(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍‌ (ଏପିଏଲ୍‌) ନିକଟକୁ ଯିବ। ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍‌ କର୍ପୋରେଶନ ସହ ଆଦାନୀ ଶେୟାର ବିକ୍ରି ଏବଂ କ୍ରୟ ଚୁକ୍ତି (ଏସ୍‌ଏସ୍‌ପିଏ)ରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଆଦାନୀ ଏଇଏସ୍‌ର ଓପିଜିସି ହୋଲ୍ଡିଂ ଏବଂ ଇଏସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ଓପିଜିସିରେ ଥିବା ୮୯, ୩୦,୨୭୩ ଇକ୍ୱିଟି ଶେୟାରକୁ ଅଧିଗ୍ରହଣ କରିବ। ଅଧିଗ୍ରହଣର ମୋଟ ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜିଲା ବନହରପାଲିରେ ଓପିଜିସି ୧୭୪୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପରିଚାଳନା କରୁଛି। ଉକ୍ତ ପ୍ଲାଣ୍ଟରେ ଆଦାନୀ ବର୍ତ୍ତମାନ ଅଂଶୀଦାର ହୋଇଛି। ଫଳରେ ଓଡ଼ିଶାକୁ ଶକ୍ତି ଯୋଗାଣ କରିବା କ୍ଷେତ୍ରରେ ଆଦାନୀ କାର୍ଯ୍ୟ କରିବ ବୋଲି ସୂଚନା ରହିଛି। ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉକ୍ତ ୟୁନିଟ କାର୍ଯ୍ୟ କରୁଛି। ଉକ୍ତ ୟୁନିଟରେ କମ୍‌ ପ୍ରଦୂଷଣ ସହ ୧୩୨୦ ମେଗାଓ୍ବାଟ୍‌ର ସୁପର କ୍ରିଟିକାଲ ଫାସିଲିଟିକୁ ନିକଟରେ କାର୍ଯ୍ୟକ୍ଷମ କରାଯାଇଛି। ନିକଟବର୍ତ୍ତୀ କ୍ୟାପ୍ଟିଭ ଖଣିଗୁଡ଼ିକରୁ ଜାଳେଣି କୋଇଲା ଏହି ପ୍ଲାଣ୍ଟକୁ ଯୋଗାଣ ହେଉଛି। ଏହାବାଦ ରାଜ୍ୟ ସରକାରଙ୍କ ଗ୍ରୀଡ୍‌କୋ ସହ ୨୫ ବର୍ଷର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି(ପିପିଏ)ରେ ଉକ୍ତ ପ୍ଲାଣ୍ଟ ସାମିଲ ହୋଇଛି।
ଓପିଜିସିର ବଳକା ୫୧% ଅଂଶ ଓଡ଼ିଶା ସରକାରଙ୍କ ନିକଟରେ ରହିବ ବୋଲି ଜଣାପଡ଼ିଛି। ଉକ୍ତ ଅଧିଗ୍ରହଣ ଚୁକ୍ତି ଦ୍ୱାରା ଆଦାନୀ ପ୍ରଥମକରି ରାଜ୍ୟର ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରବେଶ କରିଛି। ଦୀର୍ଘମିଆଦୀ ଭିତ୍ତିରେ ଓଡ଼ିଶାରେ ଉଚ୍ଚ ଗୁଣବତ୍ତା ଭିତ୍ତିଭୂମି ନିର୍ମାଣ ଏବଂ ପରିଚାଳନା ଏବଂ ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ କାମ କରିବାକୁ ଉଦ୍ୟମ ଜାରି ରହିବ ବୋଲି ଆଦାନୀ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ଘରୋଇ ବଜାରରେ ଶକ୍ତ ସଂରକ୍ଷଣ ଏବଂ ଅଣପାରମ୍ପରିକ ଶକ୍ତି ଯୋଗାଣ ଦିଗରେ ଆଦାନୀ ଗ୍ରୁପ୍‌ ଏବଂ ଏଇଏସ୍‌ ମିଳିତ ହୋଇ କାମ କରିବେ। ରାଜ୍ୟରେ ସେବା ଯୋଗାଣ ନେଇ କମ୍ପାନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ମଞ୍ଜୁରୀ ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ୨୦୧୭, ୨୦୧୮ ଏବଂ ୨୦୧୯ ଆର୍ଥତ୍କ ବର୍ଷରେ ଓପିଜିସିର ମୋଟ ଆୟ ଯଥାକ୍ରମେ ୭୫୮.୦୯ କୋଟି, ୬୧୩.୩୬ କୋଟି ଏବଂ ୮୮୭.୭୧ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri