ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୋଦି ସରକାର

ଭୁବନେଶ୍ୱର, ୨୩ା୧୧(ସୁନିତ୍‌ ମିଶ୍ର):୨ ହଜାର କୋଟି ଟଙ୍କା ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍‌ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ କର୍ପୋରେଟ୍‌ ସ୍ବାର୍ଥ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ସମଗ୍ର ବିଶ୍ୱରେ ଏହି ଘଟଣା ଚହଳ ପକାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଏହାର ଜଟିଳତାକୁ ଦର୍ଶାଉଛି। ଏହା ଶାସନ, ନିୟାମକ ତଦାରଖ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ନେଇ ଗୁରୁତର ଚିନ୍ତା ବଢ଼ାଇଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।
ଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀକାନ୍ତ କହିଛନ୍ତି, ଭ୍ରଷ୍ଟାଚାରୀ ଗୌତମ ଆଦାନୀଙ୍କୁ ମୋଦି ସରକାର ଘଣ୍ଟ ଘୋଡ଼ାଉଛି। ଆମେରିକାର ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ କମିଶନ(ଏସ୍‌ଇସି) ପକ୍ଷରୁ ଆଦାନୀ ଓ ଅନ୍ୟମାନଙ୍କ ବିରୋଧରେ ଆମେରିକାର ପ୍ରତିଭୂତି ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଭାଜପା ଶାସନରେ ସିକ୍ୟୁରିଟି ଜାଲିଆତି: ଦୁର୍ନୀତି ନିବାରଣ ଅଭ୍ୟାସର ମିଥ୍ୟା ଦାବି ମାଧ୍ୟମରେ ୧୭୫ ମିଲିୟନ ଡଲାରରୁ ଅଧିକ ସଂଗ୍ରହ କରୁଥିବାବେଳେ ଆମେରିକୀୟ ନିବେଶକଙ୍କୁ ବିଭ୍ରାନ୍ତ କରୁଛି। ସରକାରୀ ଡିସ୍‌କମ୍‌ ଅଧିକ ମୂଲ୍ୟର ସୌରଶକ୍ତି କିଣିବାକୁ ବାଧ୍ୟହେଲା, ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିୁଦ୍ୟତ୍‌ ବିଲ୍‌ ଭାର ବଢ଼ିଛି। ଏହି ପକ୍ଷପାତିତା ଆଦାନୀଙ୍କ ବିମାନବନ୍ଦର, ବନ୍ଦର, ମିଡିଆ କମ୍ପାନୀ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣରେ ପ୍ରତିଫଳିତ ହୋଇଛି, ଯାହାକି ପ୍ରତ୍ୟକ୍ଷ ସରକାରୀ ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାରେ ଆଦାନୀ ଗୋଷ୍ଠୀକୁ ବିକ୍ରି ହୋଇଥିବା ପ୍ରାକୃତିକ ସମ୍ପଦ ଲୁଣ୍ଠନ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରତିଫଳିତ ହୋଇଛି। ଓଡ଼ିଶାର ଖଣିଜ ସମ୍ପଦକୁ ଆଦାନୀ ହାତକୁ ଶାଗ ମାଛ ଦରରେ ବିକ୍ରି କରାଯାଇଛି। ଆଦାନୀ ଅଧୀନରେ ଆଜି ଧାମରା ଓ ଗୋପାଳପୁର ବନ୍ଦର ୯୫% ନିୟନ୍ତ୍ରଣରେ ରହିଛି। ସେବି ବିଫଳତା ଓ ହିଣ୍ଡେନ୍‌ବର୍ଗ ରିପୋର୍ଟରେ ବିନୋଦ ଆଦାନୀଙ୍କ ମାଲିକାନାରେ ଥିବା ସଂସ୍ଥାଗୁଡ଼ିକ ସହ ସେବି ଚେୟାରମ୍ୟାନ୍‌ ମାଧବୀ ପୁରୀ ବୁଚ୍‌ଙ୍କ ଲିଙ୍କ୍‌ ପ୍ରକାଶ ପାଇଛି ବୋଲି ଶ୍ରାକାନ୍ତ କହିଛନ୍ତି। ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ଟେକିଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri