ଆତ୍ମ ସନ୍ଦେହ ସ୍ଥିତିରେ ନ ରହୁ ଶିଳ୍ପଜଗତ: ସୀତାରାମନ

ନୂଆଦିଲ୍ଲୀ,୨୧-୧୨: ଦେଶର ଶିଳ୍ପ ଜଗତ ଆତ୍ମ ସନ୍ଦେହ ସ୍ଥିତିରେ ନ ରହି ଏହାଠାରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଶିଳ୍ପ ଜଗତ ନକାରାତ୍ମକ ମନୋଭାବଠାରୁ ବାହାରକୁ ଆସିବା ଉଚିତ। ସରକାର ଶିଳ୍ପର ପ୍ରତି ପ୍ରଶ୍ନର ଉତ୍ତର ରଖିବେ। ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଥିବାର ଏବେ ଆଭାସ ଆସୁଛି। ବିଦେଶୀ ନିବେଶ ବଢିଥିବା ବେଳେ ଏବେ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତର ଛୁଇଁଛି ବୋଲି ସେ ମତ ରଖିଛନ୍ତି। ସରକାର ବଜେଟ ପରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ଦେଖାଯାଇଛି। ଶିଳ୍ପ ଜଗତର ବିକାଶକୁ ସରକାର ପ୍ରାଥମିକତା ସହ ନେଉଛନ୍ତି ବୋଲି ଆସୋଚାମର ଏକ କାର୍ଯ୍ୟକ୍ରମରେ ସୀତାରାମନ ଏହା କହିଛନ୍ତି। ଗତ କିଛି ବର୍ଷରେ ସରକାର ଯେଉଁ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ତାର ଫଳ ମିଳିଛି। ଭାରତ ବିଶ୍ୱ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି। ଶିଳ୍ପ କ୍ଷେତ୍ର ମଧ୍ୟ ଏହି ପରିବର୍ତ୍ତନର ଅଂଶୀଦାର ହେବା ଆବଶ୍ୟକ। ମନ ମଧ୍ୟରୁ ସମସ୍ତ ସଂଶୟକୁ ଦୂର କରି ବିକାଶ ଧାରାରେ ସାମିଲ ହେବାକୁ ସେ ଆହ୍ବାନ ଜଣାଇଛନ୍ତି। ସରକାର ଶିଳ୍ପଗୁଡିକୁ ବନ୍ଦ କରିବାକୁ ଚାହୁଁ ନାହାନ୍ତି। ଆଇନ ଏବଂ ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନ ଦ୍ୱାରା ସରକାର ଶିଳ୍ପଗୁଡିକୁ ସହାୟତା କରିବାକୁ ଗୁରୁତ୍ୱ ଦେଉଥିବା ସୀତାରାମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବନ ହଂସକୁ ବିକ୍ରି ଲାଗି ପୁଣି ଉଦ୍ୟମ

ନୂଆଦିଲ୍ଲୀ,୨୧-୫: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ପବନ ହଂସକୁ ବିକ୍ରି କରିଦେବା ଲାଗି ପୁନର୍ବାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ମାସ ଶେଷରେ ନୂଆକରି ବିଡିଂ ପ୍ରକ୍ରିୟା...

‘ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୟାର୍ଡ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା କିର୍ଲୋସ୍କର ମୋଟର’(ଟିକେଏମ୍‌)ର ଆଉ ଏକ ଷ୍ଟକ୍‌ୟାର୍ଡ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ...

ରେଡ୍‌ମି ଏ୧+ ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୮।୧୦: ଦେଶର ପ୍ରମୁଖ ସ୍ମାର୍ଟ ଫୋନ୍‌ ଉତ୍ପାଦନକାରୀ କମ୍ପାନୀ ‘ସାଓମି ଇଣ୍ଡିଆ’ର ପ୍ରମୁଖ ବ୍ରାଣ୍ଡ୍‌ ରେଡ୍‌ମି ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରେଡ୍‌ମି ଏ୧+ର ଶୁଭାରମ୍ଭ...

ପୁରୀ-ଅନୁଗୋଳ ମଧ୍ୟରେ ଦୀର୍ଘତମ ମେମୁ ସେବା

ଭୁବନେଶ୍ୱର,୯-୨ : ଅନୁଗୋଳ ଏବଂ ପୁରୀ ମଧ୍ୟରେ ଚଳାଚଳ କରୁଥିବା ପୁରୀ-ଅନୁଗୋଳ-ପୁରୀ ମେମୁ ଟ୍ରେନରେ ଅତିରିକ୍ତ ୪ ବଗି ସଂଯୋଗ କରାଇବାକୁ ସ୍ଥିର କରାଯାଇଛି। ଯାତ୍ରୀଙ୍କ...

ଅଡୁଆରେ ମସ୍କ, ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଲା ଟୁଇଟର…

ଓ୍ବାଶିଂଟନ, ୧୫।୫ : ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କଙ୍କ ପାଇଁ ଟୁଇଟର କିଣିବା ଅତ୍ୟନ୍ତ କଷ୍ଟକର ବୋଲି ପ୍ରମାଣିତ...

ଉତ୍ପାଦନ ବନ୍ଦ କଲେ ଅଟୋମୋବାଇଲ କମ୍ପାନୀ

କରୋନା ପ୍ରଭାବକୁ କମ୍‌ କରିବା ପଦକ୍ଷେପ ଅନ୍ତର୍ଗତ ଦେଶର ପ୍ରମୁଖ ଅଟୋମୋବାଇଲ ନିର୍ମାତା କମ୍ପାନୀଗୁଡିକ ରବିବାରଠାରୁ ଦେଶ ମଧ୍ୟରେ ଉତ୍ପାଦନ ବନ୍ଦ କରିଥିବା ଜଣାପଡିଛି। ପ୍ରମୁଖ...

ନିବେଶକଙ୍କୁ ୩୧ ଲକ୍ଷ କୋଟି ଲାଭ

ମୁମ୍ବାଇ, ୨।୮:  ଚଳିତ ଆର୍ଥତ୍କବର୍ଷରେ ଭାରତୀୟ ପୁଞ୍ଜି ବଜାରର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ୪ ମାସରେ ନିବେଶକ ୩୧ ଲକ୍ଷ କୋଟି ଟଙ୍କାର...

କରୋନା କାଳରେ ପିଏଫ୍‌ ଟଙ୍କା ଦେଲା ସାହାରା: ୪ ମାସରେ ଉଠାଇଲେଣି ୩୦ ହଜାର କୋଟି

ନୂଆଦିଲ୍ଲୀ,୨୮।୭:କରୋନା ସମୟରେ ଲୋକଙ୍କୁ ଜରୁରୀ ଅର୍ଥର ଆବଶ୍ୟକତା ବଢ଼ିଯାଇଛି। ଏଭଳି ସମୟରେ ଭବିଷ୍ୟନିଧି ପାଣ୍ଠିଂ ବା ପିଏଫ୍‌ ଟଙ୍କା ଲୋକଙ୍କର ସାହାରା ପାଲଟିଥିବା ଏକ ଜାତୀୟ...

Advertisement
Archives

Model This Week