ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗୁରୁବାର ସେ ବ୍ରହ୍ମପୁରରେ ବିଧାୟକ ଓ ଏମ୍‌ପିଙ୍କ ପାଇଁ ରହିଥିବା ଅତିରିକ୍ତ ଜିଲାଜଜ୍‌-୩ଙ୍କ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ବାହିନୀପତିଙ୍କ ନାମରେ ପୂର୍ବରୁ କୋର୍ଟ ପକ୍ଷରୁ ଜାରି ଜାମିନବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ପ୍ରକାରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଜାମିନର ଶୁଣାଣି ହୋଇଥିଲା। ଜଜ୍‌ ରାଜ କୁମାର ଦାଶ ଏହି ମାମଲାର ବିଚାର କରି ବାହିନୀପତିଙ୍କୁ ୫୦ ହଜାର ଟଙ୍କାର ୨ଟି ମୁଚାଲିକା ଓ ୧୦ ହଜାର ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେବା ସହ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।
୨୦୧୬ ମାର୍ଚ୍ଚ ୧୦ ତାରିଖରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁରୁଣା ବୋରିଗୁମ୍ମା ମଣ୍ଡି ପଡିଆଠାରେ ବାହିନୀପତିଙ୍କ ନେତୃତ୍ୱରେ ଅଞ୍ଚଳବାସୀଙ୍କୁ ନେଇ ଏକ ସଭା ହୋଇଥିଲା । ଅଞ୍ଚଳରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀ ମଦଭାଟି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା ା ଏହାପରେ ଶତାଧିକ ଲୋକ ସେଠାରେ ଥିବା ଏକ ଦେଶୀ ମଦଭାଟିକୁ ଯାଇ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ନଷ୍ଟ କରିବା ସହ ଭାଟିରେ ନିଆଁ ଲଗାଇ ଦେଇଥିଲେ । ଉକ୍ତ ଭାଟିରୁ ୭୫ ହଜାର ଟଙ୍କା ମଧ୍ୟ ଲୁଟ କରି ନେଇ ଯାଇଥିଲେ ବୋଲି ଭାଟି କର୍ମଚାରୀ ଅନିଲ କୁମାର ଗୁପ୍ତା ଜୟପୁର ବିଧାୟକଙ୍କ ସମେତ ୨୪ ଜଣଙ୍କ ନାଁରେ ବୋରିଗୁମ୍ମା ଥାନାରେ ଅଭିଯାଗ କରିଥିଲେ। ପୋଲିସ ନଂ. ୩୪/୧୬ରେ ଏକ ମାମଲା ରୁଜୁ କରିଥିଲା। ମାମଲାର ବିଚାର ପୂର୍ବରୁ ଜୟପୁର କୋର୍ଟରେ ଚାଲୁଥିଲା । ବ୍ରହ୍ମପୁରରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ବ୍ରହ୍ମପୁରସ୍ଥିତ ଏଡିଜେ-୩ ଅଦାଲତଙ୍କୁ ସ୍ଥାନାନ୍ତର ହୋଇଥିଲା। ବିଚାର ଚାଲୁଥିବା ବେଳେ କୋର୍ଟରେ ହାଜର ହେବାକୁ ଅଭିଯୁକ୍ତମାନଙ୍କୁ ସମନ ଜାରି ହୋଇଥିଲା। ବାରମ୍ବାର ସମନ ସତ୍ତ୍ବେ ହାଜର ନ ହେବାରୁ ଅଦାଲତ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅନିଲ କୁମାର ସାହୁ ଓ ଅତିରିକ୍ତ ପିପି ବିକ୍ରମ କୁଣ୍ଡୁ ଓ ମୁଦାଲାଙ୍କ ପକ୍ଷରୁ ଦୀପକ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ଦୂରର କଥା….ବିଜୟଙ୍କ ଉପରେ ବର୍ଷିଲେ ଷ୍ଟାଲିନ, ୩ରୁ୬ ମାସରେ ଖେଳ ଶେଷ

ଚେନ୍ନାଇ,୨୯।୬: ତାମିଲନାଡୁ ରାଜନୀତିରେ ବୟାନବାଜି ତୀବ୍ର ହୋଇଛି । ରବିବାର ଦିନ ଡିଏମକେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ ବିଜୟଙ୍କ ନେତୃତ୍ୱାଧୀନ ସରକାରର ସ୍ଥିରତା ଉପରେ ପ୍ରଶ୍ନ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ମହୁଲ ଗଛରେ ଝୁଲୁଛି…

ପାଟଣା, ୨୯/୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଡାଳପକା ପଞ୍ଚାୟତର କେନ୍ଦୁଯୋଡା ଗ୍ରାମରେ ଜଣେ ୧୮ ବର୍ଷୀୟା ବିବାହିତା ମହିଳାଙ୍କ ସନ୍ଦେହଜନକ…

ରାଇକିଆରେ ଦେବସ୍ନାନ ପୂର୍ଣ୍ଣିମା: ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ରାଇକିଆ,୨୯/୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏଥିରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ମନ୍ଦିର ପରିସରସ୍ଥ…

୧ ଜୁଲାଇରୁ ବନ୍ଦ ହୋଇଯିବ ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟ୍‌? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ,୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ର ଲୋଗୋ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

ଖେମେନେଇଙ୍କ ଶେଷକୃତ୍ୟରେ ସାମିଲ ହେବ ଭାରତ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ….

ତେହରାନ,୨୯।୬: ବିହାର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆତା ହାସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଭାରତ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri