ଆତଙ୍କବାଦୀରୁ ସମାଜସେବୀ

ଜଣଙ୍କ ମନରେ କେତେବେଳେ ପରିବର୍ତ୍ତନ ଆସିବ ତାହା କହିହୁଏନି , ଯେମିତି ଘଟିଛି ଆସାମର ମୋନି ମାନିକ ଗୋଗୋଇଙ୍କ କ୍ଷେତ୍ରରେ। ମୋନିଙ୍କୁ ବୟସ ଏବେ ୫୭ ବର୍ଷ। ଦିବ୍ରୁଗଡ ଜିଲାର ଶାଲମାରି ଦିଘାଲିଆ ଗାଁରେ ତାଙ୍କ ଜନ୍ମ। ପ୍ରଥମରୁ ସେ ଜଣେ ଆଦର୍ଶବାଦୀ ଯୁବକ ଥିଲେ। ପରେ ଆତଙ୍କବାଦୀ ସାଜିଲେ। ଏଥିଲାଗି ତାଙ୍କୁ ଜେଲ୍‌ ଯିବାକୁ ପଡିଲା। ଜେଲରୁ ଫେରି ସେ ପାଲଟିଛନ୍ତି ସମାଜସେବୀ। ଗରିବୀକୁ ଖୁବ୍‌ ନିକଟରୁ ଦେଖିଥିବା ଗୋଗୋଇ ପରିବାର ଚଳାଇବା ଲାଗି ଅକ୍ଷମ ହେବା ପରେ ଅଶୀ ଦଶକର ଶେଷ ଆଡକୁ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ ଅଫ୍‌ ଆସାମ(ଉଲ୍‌ଫା) ଲାଗି କାମ କରିଥିଲେ। କିନ୍ତୁ ସେ କେବେ ବି ଅସ୍ତ୍ର ଧରିନାହାନ୍ତି। ସେ ଉଲ୍‌ଫାରେ ଜଣେ ଦକ୍ଷ ସଂଗଠକ ଭାବେ କାର୍ଯ୍ୟ କରିଥିଲେ। ପୋଲିସ ତାଙ୍କୁ ଧରିବାକୁ ଲାଗିପଡିଲା ଓ ସେ ଗାଁରୁ ଗାଁ ବୁଲି ସେଠାରେ ରହୁଥିଲେ। ୧୯୯୧ରେ ବିବାହ କରିବା ପରେ କେତେବେଳେ କେମିତି ଲୁଚିଛପି ଘରକୁ ଆସୁଥିଲେ। ଏହାପରେ ୧୯୯୪ରେ ୧୫୦ ଲୋକଙ୍କୁ ଧରି ମ୍ୟାନମାରରେ ଉଲ୍‌ଫା ଟ୍ରେନିଂ କ୍ୟାମ୍ପରେ ଯୋଗଦେଇଥିଲେ। କିନ୍ତୁ ସେଠାରେ ବିନା ଅସ୍ତ୍ରରେ ସେ ବିଭିନ୍ନ ଶାରୀରିକ ଟ୍ରେନିଂ ନେଇଥିଲେ। ୧୯୯୮ରେ ତାଙ୍କୁ ପୋଲିସ ଗିରଫ କରିବା ପରେ ଦିବ୍ରୁଗଡ ଜିଲା କାରାଗାରରେ ୬ ମାସ ରହିଥିଲେ। ତାଙ୍କ ଗାଁ ପାଖ ସହରରେ ଟିଙ୍ଗଖାଙ୍ଗ କଳା କେନ୍ଦ୍ର ପ୍ରତିଷ୍ଠା କରି ଏଠାରେ ପିଲାମାନଙ୍କୁ ନାଚ, ଗୀତ, ଡ୍ରାମା ଓ ଚିତ୍ର ଆଙ୍କିବା ଉପରେ ଶିକ୍ଷା ଦେଉଛନ୍ତି। ଉଲ୍‌ଫା ସହ ସମ୍ପର୍କ ଛିନ୍ନ କରିବା ପରେ ୨୦୦୩ରେ ଏହାକୁ ସରକାରୀ ସ୍ତରରେ ସ୍ବୀକୃତି ମିଳିଛି। ତାଙ୍କ ଗାଁରେ ଏକ ମ୍ୟୁଜିକ ସ୍କୁଲ୍‌ ବି ଖୋଲିଛନ୍ତି। ଏହିଠାରୁ ପିଲାମାନେ ପାସ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିପାରୁଛନ୍ତି। ଏବେ ସେ ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ କିଭଳି ଜୀବିକା ପାଇବେ ସେଥିପାଇଁ
ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri