Posted inଜାତୀୟ

ଆଣ୍ଡାମାନରେ ଗୋଟିଏ ରାତିରେ ୨ ଥର ଭୂକମ୍ପ

ପୋର୍ଟବ୍ଲେୟାର,୨୫।୫: ଆଣ୍ଡାମାନ ନିକୋବରରେ ୨ଥର ଭୂକମ୍ପ ଅନୁଭୁତ ହୋଇଛି। ପ୍ରଥମ ଭୂକମ୍ପ ରାତି ୨ଟା ୫୨ରେ ହୋଇଥିବାବେଳେ ଦ୍ୱିତୀୟ ଭୂକମ୍ପ ଭୋର ୫ଟାରେ ହୋଇଛି। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ଥିବାବେଳେ ଦ୍ୱିତୀୟର ତୀବ୍ରତା ୪.୮ ଥିବା ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଗୋଟିଏ ରାତିରେ ୨ ଥର ଭୂକମ୍ପ ହେବାରୁ ଘରେ ଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ପୁଣି ଭୂକମ୍ପ ହେବାର ଆଶଙ୍କା କରି ରାତିରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନାଯୋଗ୍ୟ, ଏଠାରେ ମେ ୨୧ ଏବଂ ୨୨ରେ ଭୂକମ୍ପ ଅନୁଭୁତ ହୋଇଥିଲା। ଆଣ୍ଡାମାନ ନିକୋବର ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍‌ ଫାୟାର ଅନ୍ତର୍ଗତ ରହିଥିବାରୁ ଏଠାରେ ଅନେକ ସମୟରେ ଭୂକମ୍ପ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଇଥିବା ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲା ଆଣିବ କଂଗ୍ରେସ…

ପଣଜୀ,୧।୧୧ : ନିକଟରେ ଗୋଆ କଂଗ୍ରେସ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କାମତ...

୨୭ ବର୍ଷର ରେକର୍ଡ ଭାଙ୍ଗିଲା ଚେରାପୁଞ୍ଜି

ସୋହରା,୧୮ ।୬: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗି ରହିଥିବା ବର୍ଷା ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଇତିମଧ୍ୟରେ...

ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ

ନୂଆଦିଲ୍ଲୀ,୮।୬: ଦୂରଦର୍ଶନର କ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ବୁଧବାର ଦେହାନ୍ତ ହୋଇଛି। ବ୍ରେନ୍‌ ହାମ୍ରେଜ୍‌ ଯୋଗୁ ଗୀତାଞ୍ଜଳିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୨ ବର୍ଷ...

ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ-କଶ୍ମୀର:ପୁଣି ମୋବାଇଲ, ଇଣ୍ଟରନେଟ ସେବା ବନ୍ଦ

ଶ୍ରୀନଗର, ୧୮।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବାର ସୂଚନା ମିଳିବା ପରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ ସେବା ଉପରେ ରୋକ ଲଗାଇଛି ପ୍ରଶାସନ। ସୀମାରେ ପାକିସ୍ତାନ...

‘ଓକିଲଙ୍କୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ଯୋଗାଉ କେନ୍ଦ୍ର’

ନୂଆଦିଲ୍ଲୀ, ୨୭ା୬: ଗ୍ରାମାଞ୍ଚଳ, ଆଦିବାସୀ, ଦୁର୍ଗମ ଅଞ୍ଚଳରେ ଯୋଗାଯୋଗର ଦୁର୍ବଳ ମାଧ୍ୟମ ନ୍ୟାୟ ପ୍ରଦାନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି...

ରୋଡ୍‌ଶୋ ବେଳେ ମୁହାଁମୁହିଁ ହେଲେ ଅଖିଳେଶ-ପ୍ରିୟଙ୍କା

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍‌ଶୋ ବେଳେ ପରସ୍ପରକୁ ଭେଟିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପ୍ରିୟଙ୍କା...

ବିହାରରେ ପଶିଲେ ୬ ଜୈଶ୍‌ ଆତଙ୍କବାଦୀ: ହାଇ ଆଲର୍ଟ ଜାରି

ପାଟନା, ୨୯।୬: ନେପାଳ ରାସ୍ତା ଦେଇ ବିହାରରେ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଏନେଇ ସ୍ପେଶାଲ ବ୍ରାଞ୍ଚ୍‌ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାକୁ...

ସୁଧୁରୁନି କଶ୍ମୀର ସ୍ଥିତି

ଶ୍ରୀନଗର,୩ା୧୦(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୫୯ଦିନରେ ପହଞ୍ଚତ୍ଥିଲେ ହେଁ ଏପର୍ଯ୍ୟନ୍ତ ଉପତ୍ୟକାର ସ୍ଥିତି ସୁଧୁରିନାହିଁ। ବୁଧବାର ସକାଳେ...

Advertisement
Archives

Model This Week