ଆଣ୍ଟାର୍କଟିକାରେ ତାପମାତ୍ରା ୧୮.୩ ଡିଗ୍ରୀ ଛୁଇଁଲା: ୧୧ ଉପକୂଳ ସହର ସମୁଦ୍ର ଆଁକୁ ଯିବା ଆଶଙ୍କା !

ଜେନେଭା,୯।୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକାରେ ତାପମାତ୍ରା ୧୮.୩ ଡିଗ୍ରୀ ଛୁଇଁଛି। ଏଭଳି ସ୍ଥିତି ଜାରି ରହିଲେ ଆସନ୍ତା ୮୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୩ ମିଟର ବଢ଼ିଯିବ। ତାପମାତ୍ରା ବଢୁଥିବାରୁ ୧.୪୨ କୋଟି ବର୍ଗ କିମି ଅଞ୍ଚଳର ହିମ ପାହାଡ଼ ତରଳି ଯିବ। ଏହାଦ୍ୱାରା ବହୁ ଦେଶ ତଥା ଉପକୂଳରେ ଥିବା ୧୧ଟି ବଡ଼ ବଡ଼ ସହର ସମୁଦ୍ର ଆଁରେ ରହିଯିବାର ଆଶଙ୍କା ଦେଖାଦେଇଛି। ୨୧୦୦ ମସିହା ବେଳକୁ ସମୁଦ୍ର ଜଳସ୍ତର ବଢ଼ିବା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ଜେLନେଭା ସ୍ଥିତ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ସଂଗଠନର ପ୍ରବକ୍ତା କ୍ଲେର୍‌ ନଲିସ୍‌ କହିଛନ୍ତି ଯେ, ଖରାଦିନେ ଆଣ୍ଟାର୍କଟିକାରେ ତାପମାତ୍ରା ୧୫ ଡିଗ୍ରୀ ପର୍ଯ୍ୟନ୍ତ ଯାଇଥାଏ। ତେବେ ବର୍ତ୍ତମାନ ଖରାଦିନ ନ ଥିଲେ ବି ତାପମାତ୍ରା ଏଭଳି ରହିବା ଆଗତ ବିପଦର ସତର୍କ ସୂଚନା ଦେଉଛି। ଗତ ୫୦ ବର୍ଷ ମଧ୍ୟରେ ଆଣ୍ଟାର୍କଟିକା ତାପମାତ୍ରା ୩ ଡିଗ୍ରୀ ବଢ଼ିଛି। ତାପମାତ୍ରା ବଢୁଥିବାର ୧୯୭୯ ତୁଳନାରେ ୨୦୧୭ରେ ଏହା ୬ଗୁଣା ବୃଦ୍ଧି ପାଇଥିଲା। ଲଗାତାର ହିମ ପାହାଡ଼ ତରଳୁଥିବାରୁ ଜାକର୍ତ୍ତା,ହଷ୍ଟନ, ଲାଗୋସ୍‌, ଫ୍ଲୋରିଡ଼ା, ନ୍ୟୁ ଓରଲିୟନ୍ସ, ଢ଼ାକା, ଭେନିସ୍‌, ଭର୍ଜିନିଆ ଉପକୂଳ, ବ୍ୟାଙ୍କକ, ରୋଟ୍ରଡମ୍‌, ଆଲେକ୍ସଜାଣ୍ଡ୍ରିଆ ଆଦି ସହର ଆଗାମୀ ଦିନରେ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ରହିଥିବା ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାଣି ମହାପ୍ରୟାଣ ଯାନ, ଖଟିଆରେ ବୁହା ହେଲା ମୃତଦେହ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ…

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri