ଆଠମଲ୍ଲିକରେ ବଢ଼ୁଛି ପର୍ଯ୍ୟଟକଙ୍କ ଗହଳି:ପ୍ରାକୃତିକ ପରିବେଶରୁ ଉଠାଇଛନ୍ତି ମଜା

ମାଧପୁର, ୨୮।୧୨ (ମନୋଜ କୁମାର ପ୍ରଧାନ)

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ। ଏହା ମଧ୍ୟରୁ ଅନେକ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନ ଥିଲେ ମଧ୍ୟ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ନଦୀ, ଝରଣା, ଉଷ୍ଣପ୍ରସ୍ରବଣ ଓ ବଣ ପାହାଡ଼ ପରି ପ୍ରାକୃତିକ ପରିବେଶର ମଜା ନେବାକୁ ଚଳିତବର୍ଷ ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ବେଶ୍‌ ଗହଳି ପରଲକ୍ଷିତ ହେଉଛି।
ମହାନଦୀ କୂଳରେ ଥିବା ମା’ ବିନିକେୟୀଙ୍କ ଶକ୍ତିପୀଠର ମନୋରମ ପରିବେଶ ପିକ୍‌ନିକ୍‌ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ସବୁବର୍ଷ ପରି ଏଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଚଳିତବର୍ଷ ବଣଭୋଜି କରୁଥିବା ଦେଖାଯାଉଛି। ଗୋଟିଏ ସ୍ଥାନରେ ଭୋଜି ସହ ମନ୍ଦିର ଦର୍ଶନ ଓ ନୌବିହାର ସୁବିଧା ଥିବାରୁ ଏହାର ଭରପୂର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସେହିପରି ଓଡ଼ଶିଙ୍ଗା କିଆବଣରେ ଅବସ୍ଥିତ ଦେଉଳଝରୀ ଉଷ୍ଣ ପ୍ରସ୍ରବଣ ତଥା ସିଦ୍ଧେଶ୍ୱର ଶୈବପୀଠରେ ମଧ୍ୟ ଭିଡ଼ ଜମୁଛି। ଏଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସ୍ନାନ ନିମନ୍ତେ ଥିବା ଗରମ ଓ ଥଣ୍ଡା କୁଣ୍ଡ ଏକାଠି ଲଗାଲଗି ହୋଇ ରହିଥିଲେ ବି ୨ଟି ଯାକର ତାପମାତ୍ରା ସ୍ଥିର, ଯାହା ଅତ୍ୟନ୍ତ ବିରଳ ବୋଲି କୁହାଯାଉଛି। ଆଠମଲ୍ଲିକ ସହରର ପ୍ରବେଶ ପଥରେ ଥିବା ପଞ୍ଚଧାର ପର୍ବତମାଳା ପାଦଦେଶର କୁକୁଡ଼ାଦରହ ଓ ଝରଝରୀ ଘାଟି ନିକଟ ଝରଣା କୂଳରେ ବଣଭୋଜି ଆୟୋଜନ ପାଇଁ ଦୂର ଦୂରାନ୍ତରୁ ଲୋକେ ଆସୁଥିବା ଦେଖାଯାଉଛି। ସେହିପରି ମାଧପୁରର ମାନଯୋର ଡ୍ୟାମ୍‌ର ସୌନ୍ଦର୍ଯ୍ୟକରଣ ହୋଇଥିବାରୁ ଏହା ପୂର୍ବାପେକ୍ଷା ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଡ୍ୟାମ୍‌ ନିକଟରେ ବନ ବିଭାଗ ତରଫରୁ ନବନିର୍ମିତ ଓ୍ବାଚ୍‌ ଟାୱାର, ଦେବୀ ମନ୍ଦିର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। କଇଁଫୁଲିଆ ବାବାଙ୍କ ମଠ ବେଲପୁଞ୍ଜିର ପ୍ରାକୃତିକ ପରିବେଶ ହେଉ ଅବା ଝିମେଇଚୁଆର ବାବା ଗୁପ୍ତେଶର ମନ୍ଦିର, ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ ମନ୍ଦିର ନିକଟରେ ବି ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପ୍ରତିବର୍ଷ ଏତେ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉଥିଲେ ବି ସେମାନଙ୍କ ରହଣି ପାଇଁ ଆଠମଲ୍ଲିକରେ ସେପରି କିଛି ବିଶେଷ ସୁବିଧା ନାହିଁ। ଦେଉଳଝରୀ ନିକଟ କୁରୁମଟାପଠାରେ ଥିବା ସରକାରୀ ବଙ୍ଗଳା ଓ ଆଠମଲ୍ଲିକ କଲେଜ ନିକଟରେ ଏନ୍‌ଏସି ତରଫରୁ ନିର୍ମିତ ସରକାରୀ ବଙ୍ଗଳା ଭୂତ କୋଠିରେ ପରିଣତ ହୋଇଥିବା ବେଳେ ଆଠମଲ୍ଲିକ ସର୍କିଟ ହାଉସ ରକ୍ଷଣାବେକ୍ଷଣ ଅଭାବରୁ ଦୟନୀୟ ସ୍ଥିତିରେ ରହିଛି। ତେଣୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ସହ ପର୍ଯ୍ୟଟକଙ୍କ ରହଣି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀଙ୍କୁ ଆଜି ଟଙ୍କା ଦେବେ ସରକାର

ଭୁବନେଶ୍ବର,୩।୨: ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରୁ ଏହା ପ୍ରଥମ ଥର ପାଇଁ…

ଭାଜପା ନେତାଙ୍କ ଘର ଉପରକୁ ଆକ୍ରମଣ, ଘର ଭଙ୍ଗାରୁଜା କରି…

ମୋହନା,୩।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଭାଜପା ନେତାଙ୍କ ବାସଭବନକୁ ସଂଘବଦ୍ଧ ଆକ୍ରମଣ । ପୂର୍ବତନ ଭାଜପା ଗଜପତି ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ…

୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ…

ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଇ-ଲଟେରିରେ ମିଳିବ ବାଲି, ପଥର ଖଣି

ଭୁବନେଶ୍ୱର,୩।୨(ସୁନିତ୍‌ ମିଶ୍ର):ରାଜ୍ୟରେ ବାଲି, ଗୋଡି, ମୋରମ ଓ ପଥର ଭଳି ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ନୂଆ ବାଟ ତିଆରି କରିଛନ୍ତି।…

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ, ସମୀର ନାୟକରୁ ଏବେ ସମୀରା ମାଡାମ

ଖଲ୍ଲିକୋଟ,୩।୨ (ପ୍ରଶାନ୍ତ କୁମାର ମିଶ୍ର): ପୁଅ ଥିଲେ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମୀରା ମାଡାମ । ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ହେଲେ…

୨୮ ଏନ୍‌ଏସି, ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ: ୧୮ ଜିଲାପାଳଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶ

ଭୁବନେଶ୍ୱର,୩ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ନୂଆ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି)ର ନିର୍ବାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା…

ତେଲ ଟ୍ୟାଙ୍କର ନେଲା ମହିଳାଙ୍କ ଜୀବନ: ରାସ୍ତାରୋକ, ସ୍କର୍ପିଓ ଭଙ୍ଗାରୁଜା

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ବରଡୋଲ ନିକଟରେ ସୋମବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ତେଲ ବୋଝେଇ ଟ୍ୟାଙ୍କର ବିପରୀତ ଦିଗରୁ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri