ଆଟେଣ୍ଡାନ୍ସ ଖାତାରେ ପୂର୍ବତନ ବିଧାୟକଙ୍କ ନାମ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରଥମଥର ବିଧାୟକ ହୋଇଛନ୍ତି। ଯେତେବେଳେ ବିଧାନସଭାର ଅଧିବେଶନରେ ଯୋଗ ଦେବାକୁ ଆସୁଛନ୍ତି ବିଧାୟକଙ୍କ ଅଟେଣ୍ଡାନ୍ସ ଖାତାରେ ରହିଛି ପୂର୍ବତନ ବିଧାୟକଙ୍କ ନାମ। ଥରେ ନୁହେଁ କି ଦୁଇ ଥର ନୁହେଁ ୩ ଥର ଏଭଳି ଅଜବ ଅବସ୍ଥା ଦେଖି ସେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଧାନସଭା ଅଧିବେଶନ ବେଳେ ଯେତେବେଳେ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ଯାଉଛି ସେତେବେଳେ ସେଠାରେ ପୂର୍ବତନ ବିଧାୟକଙ୍କ ନାମ ଲେଖା ହୋଇଛି। ଏହା ବିଧାୟକଙ୍କ ପ୍ରତି ଅପମାନ ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ। ବାରମ୍ବାର ଏଭଳି କରାଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଶ୍ୱାସନା ଦେଇ କହିଥିଲେ ଯେ ଆଉ ସେ ଭୁଲ ହେବ ନାହିଁ। ବିଧାନସଭା ସଚିବଙ୍କୁ ଏ ନେଇ ନିର୍ଦ୍ଦେଶ ଦେବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ...

ହସ୍ପିଟାଲରୁ ନାଗସାପ ଛୁଆ ଉଦ୍ଧାର

ପୁରୀ ଅଫିସ, ୧୪ା୯: ଚନ୍ଦନପୁର ହସ୍ପିଟାଲରୁ ଶୁକ୍ରବାର ଏକ ନାଗସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହି...

ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ

ନୟାଗଡ ଅଫିସ୍‌, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ...

ଥମୁନି ସଂକ୍ରମଣ: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ; ଅଛି ୧୮ ଲୋକାଲ କେସ୍‌

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ କ୍ୱାରାଣ୍ଟାଇନ୍‌ ମାମଲା ରହିଥିବା ବେଳେ ୧୮ ଲୋକାଲ କେସ୍‌...

କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ନ ଯାଉଣୁ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା...

ସଙ୍କଟରେ ଚାନ୍ଦୁଆ ଶିଳ୍ପ

ପିପିଲି, ୨୧ା୪: କରୋନା ଯୋଗୁ ମଣିଷର ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହିଁ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ। ଫନୀ ବାତ୍ୟା ପରେ...

ଶାଳକ, ଭିଣୋଇଙ୍କ ଠକେଇ ଗୁମର ଖୋଲୁଛି

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରେଲ୍‌ଓ୍ବେ ଚାକିରି ଆଳରେ ୫ଜଣ ଯୁବକଙ୍କଠାରୁ ୨୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶାଳକ କଳିଙ୍ଗବିହାରର ସୌମ୍ୟ ରଞ୍ଜନ ରାଉତ ଓ ଭିଣୋଇ ସମରଜିତଙ୍କୁ ଚନ୍ଦ୍ରଶେଖରପୁର...

ଶ୍ରୀମନ୍ଦିର ଭିତର ଫଟୋ, ଭିଡିଓ ଭାଇରାଲ

ପୁରୀ ଅଫିସ, ୧୩ା୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ। ବିଭିନ୍ନ ସମୟରେ ଭକ୍ତମାନେ ମନ୍ଦିର ଭିତରେ ସେଲ୍‌ଫି...

Advertisement


Archives

Model This Week