ଆଜି ମହାଷଷ୍ଠୀ : ଝଲସୁଛି ମଣ୍ଡପ

ଭୁବନେଶ୍ୱର,୪।୧୦(ବ୍ୟୁରୋ) : ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଶୁକ୍ରବାରଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା। ମହାଷଷ୍ଠୀ ଅବସରରେ ମା’ଙ୍କ ବେଲ୍ବ୍ବବରଣ କରାଯିବା ପରେ ସପ୍ତମୀଠାରୁ ମା’ଙ୍କ ଦର୍ଶନ ଆରମ୍ଭ ହେବ। ଷଷ୍ଠୀପୂଜାରେ ମା’ଙ୍କ ବିଲ୍ବାଧିବାସ ଅନୁଷ୍ଠିତ ହେବାପରେ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ଷଷ୍ଠାଦି କର୍ମ ସମ୍ପନ୍ନ ହେବ। ଅଧିକାଂଶ ମଣ୍ଡପରେ ଶୁକ୍ରବାରଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରମୁଖ ମଣ୍ଡପଗୁଡିକରେ ଟ୍ରାଫିକ ପରିଚାଳନା ଓ ଭିଡ଼ ଏଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶାରଦୀୟ ପୂଜା ପାଇଁ କଟକ ସହରର ମେଢ଼ ଓ ମୂର୍ତ୍ତି ପ୍ରସିଦ୍ଧି ଲାଭ କରିଥିବାବେଳେ ଆକର୍ଷଣୀୟ ତୋରଣ ପାଇଁ ବାଜି ମାରିଥାଏ ଭୁବନେଶ୍ୱର। ତୋରଣକୁ ସର୍ବୋତ୍କୃଷ୍ଠ କରିବା ପାଇଁ ଗତ କିଛି ବର୍ଷ ହେବ ରାଜଧାନୀର ପୂଜାମଣ୍ଡପଗୁଡିକ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେଉଛି। ଚଳିତ ଥର ମଧ୍ୟ ସମାନ ପରମ୍ପରା ବଜାୟ ରହିଥିବାବେଳେ ଆକାଶ୍ଚୁମ୍ବୀ ତୋରଣକୁ ନେଇ ଫୁଲେଇ ହେଉଛି ରାଜଧାନୀ। ଡିଜ୍‌ନି ଲ୍ୟାଣ୍ଡ୍‌, ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର, ଲକ୍ଷ୍ନୌ ରାଜପ୍ରାସାଦ, ଗୁଜରାଟ ପ୍ରସିଦ୍ଧ ପଦ୍ମାବତ୍‌ ପ୍ୟାଲେସ୍‌ ଭଳି ତୋରଣ ଏଥର ଶାରଦୀୟ ପୂଜାର ଆକର୍ଷଣ ସାଜିଛି। ଏଲଇଡି ଓ ଡିଜିଟାଲ ଲାଇଟ୍‌ରେ ଝଲସୁଛି ରାଜଧାନୀ। ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଷ୍ଟେସନ ବଜାର, ବମିଖାଲ, ରସୁଲଗଡ଼, ୟୁନିଟ-୪, ୟୁନିଟ-୮, ୟୁନିଟ୍‌-୧ ଭଳି ପ୍ରମୁଖ ପୂଜାମଣ୍ଡପ ଉପରେ ସମସ୍ତଙ୍କ ନଜର ରହିଛି। ରସୁଲଗଡ଼ ପୂଜା ମଣ୍ଡପ ଏଥର ‘ଇନ୍ଦ୍ରପୁରୀ’ର ଭ୍ରମ ସୃଷ୍ଟି କରୁଥିବାବେଳେ ଧଳା ଓ ଗୋଲାପ ରଙ୍ଗର ଲାଇଟ୍‌ ଏହି ମଣ୍ଡପର ତୋରଣକୁ ଦୂରରୁ ଚମକାଉଛି। ନୟାପଲ୍ଲୀରେ ଏଥର ପଦ୍ମାବତ୍‌ ପ୍ୟାଲେସ୍‌ ସଦୃଶ ତୋରଣ ନିର୍ମାଣ ହୋଇଥିବା ବେଳେ ଶହୀଦ୍‌ନଗରରେ ଦେଖିବାକୁ ମିଳୁଛି ଲକ୍ଷ୍ନୌର ବିଖ୍ୟାତ ରାଜପ୍ରାସାଦ ପ୍ରତିକୃତି ତୋରଣ। ସେହିଭଳି ଝାରପଡ଼ାରେ ‘ଡିଜ୍‌ନୀ ଲ୍ୟାଣ୍ଡ୍‌’ ତୋରଣ ପିଲାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ବରମୁଣ୍ଡାରେ ନିର୍ମିତ ହୋଇଛି ଗୁଜରାଟ ଗାନ୍ଧୀନଗରରେ ଥିବା ପ୍ରସିଦ୍ଧ ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ଆକୃତିର ତୋରଣ। ଏହାବ୍ୟତୀତ ଷ୍ଟେସନ ବଜାର, ଭିଏସ୍‌ଏସ୍‌ ନଗର, ବମିଖାଲ ଭଳି ପୂଜା ମଣ୍ଡପର ମଧ୍ୟ ଏଥର ଆକର୍ଷଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri