ଆଜି ମହାଷଷ୍ଠୀ : ଝଲସୁଛି ମଣ୍ଡପ

ଭୁବନେଶ୍ୱର,୪।୧୦(ବ୍ୟୁରୋ) : ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଶୁକ୍ରବାରଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା। ମହାଷଷ୍ଠୀ ଅବସରରେ ମା’ଙ୍କ ବେଲ୍ବ୍ବବରଣ କରାଯିବା ପରେ ସପ୍ତମୀଠାରୁ ମା’ଙ୍କ ଦର୍ଶନ ଆରମ୍ଭ ହେବ। ଷଷ୍ଠୀପୂଜାରେ ମା’ଙ୍କ ବିଲ୍ବାଧିବାସ ଅନୁଷ୍ଠିତ ହେବାପରେ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ଷଷ୍ଠାଦି କର୍ମ ସମ୍ପନ୍ନ ହେବ। ଅଧିକାଂଶ ମଣ୍ଡପରେ ଶୁକ୍ରବାରଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରମୁଖ ମଣ୍ଡପଗୁଡିକରେ ଟ୍ରାଫିକ ପରିଚାଳନା ଓ ଭିଡ଼ ଏଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶାରଦୀୟ ପୂଜା ପାଇଁ କଟକ ସହରର ମେଢ଼ ଓ ମୂର୍ତ୍ତି ପ୍ରସିଦ୍ଧି ଲାଭ କରିଥିବାବେଳେ ଆକର୍ଷଣୀୟ ତୋରଣ ପାଇଁ ବାଜି ମାରିଥାଏ ଭୁବନେଶ୍ୱର। ତୋରଣକୁ ସର୍ବୋତ୍କୃଷ୍ଠ କରିବା ପାଇଁ ଗତ କିଛି ବର୍ଷ ହେବ ରାଜଧାନୀର ପୂଜାମଣ୍ଡପଗୁଡିକ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେଉଛି। ଚଳିତ ଥର ମଧ୍ୟ ସମାନ ପରମ୍ପରା ବଜାୟ ରହିଥିବାବେଳେ ଆକାଶ୍ଚୁମ୍ବୀ ତୋରଣକୁ ନେଇ ଫୁଲେଇ ହେଉଛି ରାଜଧାନୀ। ଡିଜ୍‌ନି ଲ୍ୟାଣ୍ଡ୍‌, ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର, ଲକ୍ଷ୍ନୌ ରାଜପ୍ରାସାଦ, ଗୁଜରାଟ ପ୍ରସିଦ୍ଧ ପଦ୍ମାବତ୍‌ ପ୍ୟାଲେସ୍‌ ଭଳି ତୋରଣ ଏଥର ଶାରଦୀୟ ପୂଜାର ଆକର୍ଷଣ ସାଜିଛି। ଏଲଇଡି ଓ ଡିଜିଟାଲ ଲାଇଟ୍‌ରେ ଝଲସୁଛି ରାଜଧାନୀ। ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଷ୍ଟେସନ ବଜାର, ବମିଖାଲ, ରସୁଲଗଡ଼, ୟୁନିଟ-୪, ୟୁନିଟ-୮, ୟୁନିଟ୍‌-୧ ଭଳି ପ୍ରମୁଖ ପୂଜାମଣ୍ଡପ ଉପରେ ସମସ୍ତଙ୍କ ନଜର ରହିଛି। ରସୁଲଗଡ଼ ପୂଜା ମଣ୍ଡପ ଏଥର ‘ଇନ୍ଦ୍ରପୁରୀ’ର ଭ୍ରମ ସୃଷ୍ଟି କରୁଥିବାବେଳେ ଧଳା ଓ ଗୋଲାପ ରଙ୍ଗର ଲାଇଟ୍‌ ଏହି ମଣ୍ଡପର ତୋରଣକୁ ଦୂରରୁ ଚମକାଉଛି। ନୟାପଲ୍ଲୀରେ ଏଥର ପଦ୍ମାବତ୍‌ ପ୍ୟାଲେସ୍‌ ସଦୃଶ ତୋରଣ ନିର୍ମାଣ ହୋଇଥିବା ବେଳେ ଶହୀଦ୍‌ନଗରରେ ଦେଖିବାକୁ ମିଳୁଛି ଲକ୍ଷ୍ନୌର ବିଖ୍ୟାତ ରାଜପ୍ରାସାଦ ପ୍ରତିକୃତି ତୋରଣ। ସେହିଭଳି ଝାରପଡ଼ାରେ ‘ଡିଜ୍‌ନୀ ଲ୍ୟାଣ୍ଡ୍‌’ ତୋରଣ ପିଲାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ବରମୁଣ୍ଡାରେ ନିର୍ମିତ ହୋଇଛି ଗୁଜରାଟ ଗାନ୍ଧୀନଗରରେ ଥିବା ପ୍ରସିଦ୍ଧ ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ଆକୃତିର ତୋରଣ। ଏହାବ୍ୟତୀତ ଷ୍ଟେସନ ବଜାର, ଭିଏସ୍‌ଏସ୍‌ ନଗର, ବମିଖାଲ ଭଳି ପୂଜା ମଣ୍ଡପର ମଧ୍ୟ ଏଥର ଆକର୍ଷଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri