Posted inଜାତୀୟ

ଆଜି ବିଶ୍ୱ ଡାକ ଦିବସ: ଜାଣନ୍ତୁ ଡାକ ସେବା ସମ୍ପର୍କରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୯।୧୦: ଆଜି ସାରା ବିଶ୍ୱରେ ଡାକ ଦିବସ ପାଳନ କରାଯାଉଛି। ଡାକ ବିଭାଗ କାଇଁ କେଉଁ ଯୁଗରୁ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ସୂଚନା ପହଞ୍ଚାଇବାର ଏକ ବିଶ୍ୱସନୀୟ ମାଧ୍ୟମ ପାଲଟିଛି। ୧୮୭୪ ମସିହା ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟ ୟୁନିୟନ ଗଠନ ପାଇଁ ସ୍ବିଜରଲାଣ୍ଡର ବର୍ନରେ ୨୨ଟି ଦେଶ ମିଶି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ପ୍ରଥମ ଏସୀୟ ଦେଶ ଭାବେ ଭାରତ ୟୁନିଭରସାଲ ପୋଷ୍ଟ ୟୁନିୟନର ସଦସ୍ୟ ହୋଇଥିଲା। ଆନନ୍ଦ ମୋହନ ନରୁଲା ନାମକ ଜଣେ ଭାରତୀୟଙ୍କ ପ୍ରସ୍ତାବ କ୍ରମେ ୧୯୬୯ ମସିହାରେ ଟୋକିଓରେ ହୋଇଥିବା ଏକ ସମ୍ମିଳନୀରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବାକୁ ଘୋଷଣା ହୋଇଥିଲା। ବିଶ୍ୱସ୍ତରରେ ଡାକସେବାର ପ୍ରଚାର ଓ ପ୍ରସାର ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଅକ୍ଟୋବର ୧, ୧୮୫୪ରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ସ୍ଥାପନା କରିଥିଲେ। ଦେଶରେ ୧୭୬୬ରେ ଲର୍ଡ କ୍ଲାଇବଙ୍କ ଦ୍ୱାରା ସ୍ଥାପିତ ଡାକ ବ୍ୟବସ୍ଥାର ବିକାଶ ଓ୍ବାରେନ ହେଷ୍ଟିଙ୍ଗ୍ସ କରିଥିଲେ। ୧୭୭୪ରେ କୋଲକାତାରେ ସେ ଜିପିଓ ସ୍ଥାପନା କରିଥିଲେ। ଚେନ୍ନାଇ ଏବଂ ମୁମ୍ବାଇରେ ଜେନେରାଲ ପୋଷ୍ଟ ଅଫିସ୍‌ ୧୭୮୬ ଏବଂ ୧୭୯୩ରେ ହୋଇଥିଲା। ଏବେ ୧୪୨ଟି ଦେଶରେ ପୋଷ୍ଟା କୋଡ ଉପଲବ୍ଧ ରହିଛି। ଭାରତୀୟ ଡାକ ବିଭାଗ ପିନକୋର୍ଡ ନମ୍ବର ଆଧାରରେ ଡାକ ବିତରଣ ବ୍ୟବସ୍ଥା କାର୍ଯ୍ୟ କରେ। ପିନ୍‌କୋଡ୍‌ ନମ୍ବର ଅଗଷ୍ଟ ୧୫, ୧୯୭୨ରେ ହୋଇଥିଲା।
ଭାରତୀୟ ଜନଜୀବନରେ ଡାକସେବାର ଏକ ଅନନ୍ୟ ଭୂମିକା ରହିଛି। ଏହା କେବଳ ଚିଠି ଦେଣନେଣ, ଲଫାପା, ଡାକ ଟିକଟ ବିକ୍ରି କରି ନ ଥାଏ, ସମ୍ପର୍କୀୟଙ୍କୁ ପରସ୍ପର ସହ ଆତ୍ମିକ ଭାବେ ଯୋଡି ଥାଏ। ଆଗ କାଳରେ ସେବା ଏକ ଜରୁରୀ ସେବା ଥିଲା। ସେବା ମାଧ୍ୟମରେ ସବୁ ପ୍ରକାର ଯୋଗାଯୋଗ କରାଯାଉଥିଲା। ଯୁଗ ଏବଂ ସମୟ ବଦଳିବା ସହ ଡାକଘରର ଆବଶ୍ୟକତା ମଧ୍ୟ ବଢିଚାଲିଛି। ଏଣୁ ଡାକଘରର ଆବଶ୍ୟକତା ଓ ଉପକାରିତା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବାର ଲକ୍ଷ୍ୟ ନେଇ ଡାକ ଦିବସ ପାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri