ଆଜି ନୂଆଁଖାଇ, ପୁରପଲ୍ଲୀ ଉତ୍ସବମୁଖର

ସମ୍ବଲପୁର,୩।୯(ବ୍ୟୁରୋ): ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଛି। ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ଗଣପର୍ବ ପାଳିତ ହୋଇଥାଏ। ଇଷ୍ଟଦେବୀ ସମଲେଇଙ୍କ ନିକଟରେ ମଙ୍ଗଳବାର ନବାନ୍ନ ଭୋଗ ଲାଗିବ। ଏତଦ୍‌ବ୍ୟତୀତ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ବୌଦ୍ଧ ଜିଲାର ଭୈରବୀ, ନୂଆପଡ଼ା ଜିଲାର ଟାନ୍‌ୱାଟ୍‌ କଣା ଭଇଁରା, ବରଗଡ଼ ଓ ଝାରସୁଗୁଡ଼ା ଜିଲାର ସମଲେଇ, ସୁନ୍ଦରଗଡ଼ ଜିଲାର ସମଲେଇ ଓ ଶିଖରବାସିନୀ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ସୁରେଶ୍ୱରୀ ପୀଠରେ ମଧ୍ୟ ନୂଆଁଖାଇ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଘରଠାରୁ ଦୂରରେ ରହୁଥିବା ଲୋକେ ସୋମବାର ଆସି ପହଞ୍ଚିଛନ୍ତି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ଅଟୋରିକ୍ସା ଷ୍ଟାଣ୍ଡ ଓ ରିକ୍ସାଷ୍ଟାଣ୍ଡରେ ଲୋକଙ୍କ ଭିଡ଼ ଲାଗିଥିଲା। ଝାଡୁଆପଡ଼ା ବଡ଼ଦୁଆରସ୍ଥିତ ଆରଣ୍ୟକ ମଞ୍ଚ, ନନ୍ଦପଡ଼ା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପସ୍ଥିତ ଚିତ୍ରୋପତ୍ଳା ମଞ୍ଚ, ବଡ଼ବଜାର ସମଲେଶ୍ୱରୀ ମଣ୍ଡପକୁ ନୂଆଁଖାଇ ଭେଟଘାଟ ଲାଗି ସଜ୍ଜିତ କରାଯାଇଛି। ସୁସଜ୍ଜିତ ମଞ୍ଚରେ କଳାକାରମାନେ ଅଭ୍ୟାସ ଶେଷ କରିଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ସମ୍ବଲପୁର ଗୋଲବଜାର, ମୁଦିପଡ଼ା ଛକ ନିକଟ ପୁରୁଣା ବସ୍‌ଷ୍ଟାଣ୍ଡ, କମଳୀବଜାର, ଫାର୍ମ ରୋଡ୍‌, ଭିଏସ୍‌ଏସ୍‌ ମାର୍ଗ, ଚାରଭାଟି ଛକ, ବୁଢ଼ାରଜା, ମ୍ୟୁନିସିପାଲିଟି ଦୈନିକ ବଜାର, ଅଇଁଠାପାଲି କାଇଁଶିର, ଭାଲୁପାଲି ଛକ, ଧନୁପାଲି ଛକ, ଗୋବିନ୍ଦତୋଲା ବଡ଼ବଜାର, ମୁଦିପଡ଼ା ହଟଲି, ଲକ୍ଷ୍ମୀ ଟକିଜ୍‌ ଛକ ନିକଟ, କଚେରି ଛକ, ରେମେଡ଼ ବଜାରରେ ନୂଆଁଖାଇ ପାଇଁ ଗହଳି ଲାଗିଥିଲା। ନୂଆବସ୍ତ୍ର କିଣିବାକୁ ଦୋକାନଗୁଡ଼ିକରେ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ସୋମବାର ଇଷ୍ଟଦେବୀ ସମଲେଇ ପରିସର ୧୦୮ ଦେବଦେବୀଙ୍କୁ ସିନ୍ଦୂର ନୀତି ଲାଗି ହୋଇଛି। ମଧ୍ୟରାତ୍ରିରେ ଦେବୀଙ୍କଠାରେ ସିନ୍ଦୂର ନୀତି ହୋଇଛି। ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ପାରଦ ମିଶ୍ରିତ ସିନ୍ଦୂର ଓ ଜଡ଼ାତେଲ ମିଶ୍ରଣ କରି ସିନ୍ଦୁର ପ୍ରସ୍ତୁତ କରିଥିଲେ। ପ୍ରଥମେ ଶୀତଳା ଦେବୀଙ୍କୁ ପୂଜକମାନେ ସିନ୍ଦୂର ଅର୍ପଣ କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଉଛୁଳି ପଡ଼ିଥିଲା ମନ୍ଦିର ପରିସର। ଦେବେନ୍ଦ୍ର ରାୟ, ଗିରିଧାରୀ ରାୟ, ଶୁଭମ୍‌ ରାୟ, ପ୍ରକାଶ ରାୟ, ଚିତ୍ତରଞ୍ଜନ ରାୟ, ପଙ୍କଜ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମନ୍ଦିର ଓ ମୁଖ୍ୟ ଫାଟକ ବିଭିନ୍ନ ରଙ୍ଗିନ ଆଲୋକମାଳା ଏବଂ ଫୁଲରେ ସଜ୍ଜିତ କରାଯାଇଛି। ସିନ୍ଦୂର ଅର୍ପଣ ସହ ସମଲେଇଙ୍କ ଆଭୂଷଣ ପ୍ରସ୍ତୁତ କରାଯାଇଛି। ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ଦେବୀଙ୍କ ପ୍ରିୟ ସାରୁପତ୍ର ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri