ଆଜି ଗଣଶିକ୍ଷା ବିଭାଗ ଆଣିବ ମଧୁ ଆପ୍‌

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍‌କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବ। ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍‌ଟିକୁ ନାମିତ କରାଯାଇଛି। ଏହି ଆପ୍‌ ପ୍ରଥମେ ଗଞ୍ଜାମ ଜିଲା ଲାଗି କାର୍ଯ୍ୟକାରୀ କରାଯାଉଛି। ଗଞ୍ଜାମ ଜିଲାପାଳ ଏହି ଆପ୍‌ ଗଠନ କରିଛନ୍ତି। ଏହି ଆପ୍‌ ଜରିଆରେ ସ୍କୁଲ ପିଲାମାନେ ସିଧାସଳଖ ନିଜ ବହିର ଯେକୌଣସି ବିଷୟ ସମ୍ପର୍କରେ ବୁଝି ନ ପାରିବେ ତା’ର ସମାଧାନ ପାଇଯିବେ। ଏହି ଆପ୍‌ରେ ପିଲାମାନେ ସିଲାବସ୍‌ ସମ୍ପର୍କିତ ସମସ୍ତ ପାଠ୍ୟପୁସ୍ତକରେ ଉପଲବ୍ଧ ପାଠକୁ ଭିଡିଓ ମାଧ୍ୟମରେ ଦେଖି ବୁଝିପାରିବେ। ସବୁ ବିଷୟର ପ୍ରଶ୍ନ ଉତ୍ତରକୁ ଜଣେ ଲେଖା ଶିକ୍ଷକ ବୁଝାଉଥିବାର ଭିଡିଓ ଏହି ଆପ୍‌ରେ ମାରିଲେ ତାହା ଚାଲିଆସିବ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ପଢିବା ସହିତ ଇଲର୍ନିଂ କରିପାରିବେ ଏବଂ ଉକ୍ତ ଆପ୍‌ ମାଧ୍ୟମରେ ଦୁଇଟି ପ୍ରଶ୍ନୋତ୍ତର ସେଟ୍‌ ପାଇବେ। ତାକୁ କରିବାପରେ ନିଜ ମାର୍କିଂ ସମ୍ପର୍କରେ ମଧ୍ୟ ଜାଣିପାରିବେ। ଏହାଦ୍ୱାରା ପିଲାଙ୍କ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇପାରିବ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଏହି ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ଯଦି ଏହି ଆପ୍‌ ସଫଳ ହୁଏ ତେବେ ପର୍ଯ୍ୟାୟକ୍ରମେ ସମସ୍ତ ଜିଲାରେ ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ସୁଦ୍ଧା ସବୁ ସ୍କୁଲ ଖୋଲିଯିବ

ଭୁବନେଶ୍ୱର/ସମ୍ବଲପୁର ୪।୧୧(ବ୍ୟୁରୋ): ଦୀପାବଳି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ...

ଭିଜିଲାନ୍ସ ଜାଲରେ ଏମ୍‌କେସିଜି ମେଡିକାଲ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୭ା୧-ଏମ୍‌କେସିଜି ମେଡିକାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଥିବା ଏକ ଏଲଆଇସି କ୍ଲେମ୍‌ ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ ନେଇ...

ଜଗତ୍‌ସିଂହପୁର ଥାନା: ସପ୍ତାହରେ ସର୍ବାଧିକ ନାରୀ ନିର୍ଯାତନା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନାରେ ଗତ୬ରୁ ୧୨ତାରିଖ ମଧ୍ୟରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ନାରୀ ନିର୍ଯାତନା ସମ୍ବନ୍ଧୀୟ ଥିବା ଜଣାଯାଇଛି।...

ପୋଲିସ-ମାଓବାଦୀ ଗୁଳି ବିନିମୟ : ଯବାନ ଶହୀଦ

ମାଲକାନଗିରି,୧୯ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକୁମା ଜିଲାରେ ବୁଧବାର ପୋଲିସ-ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ...

CORONAVIRUS UPDATE: ରାଜ୍ୟରେ ୩୭୭୭ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୮୦୦ ପାର

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଶନିବାର ୩୭୭୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୪୬୮୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାଷୀଙ୍କ ଆଢୁଆଳରେ ଆନ୍ଦୋଳନ କରୁଛନ୍ତି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଚାଷୀଙ୍କୁ ଦିଆଯାଉଥିବା ଟୋକନ ଏବଂ ଧାନକିଣାରେ ଅନିୟମିତତା ହେଉଥିବା ନେଇ କେତେକ ସଂଗଠନ ଚାଷୀଙ୍କ ନାମରେ ନିଜର ନ୍ୟସ୍ତ ସ୍ବାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି...

ନିର୍ବାଚନରେ ହାରିବି ଅଥବା ଜିତିବି ଜଣାନାହିଁ, ହେଲେ ଲୋକଙ୍କ ସେବା ଜାରି ରଖିବି: ଦାମ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଗୁରୁବାର ଭୋଟ ଗଣତି। ଏହା ପରେ କିଏ ଜିତିବ, କିଏ ହାରିବ ତାହା ସ୍ପଷ୍ଟ ହୋଇଯିବ। ମାତ୍ର ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା। ବିଭିନ୍ନ...

ଖୁବ୍‌ଶୀଘ୍ର ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍‌ସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍‌ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ...

Advertisement
Archives

Model This Week