Posted inଫୁରସତ

ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ

ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ କରାଇଛନ୍ତି। ତେବେ ନିଜ କାନ୍ଧରେ ଭାରା କରି ନୁହେଁ ବରଂ ୨୦ ବର୍ଷ ପୁରୁଣା ଚେତକ ସ୍କୁଟରରେ ବସାଇ ତୀର୍ଥ କରାଇଛନ୍ତି। ମା’ଙ୍କର ତୀର୍ଥ କରିବାର ଆଶାକୁ ପୂରଣ କରିବା ପାଇଁ ମହୀଶୂର ନିବାସୀ ଡି. କୃଷ୍ଣ କୁମାର ଶ୍ରବଣକୁମାର ସାଜିଲେ। ଆଉ ବ୍ୟାଙ୍କ ଚାକିରି ଛାଡି ୭୦ ବର୍ଷୀୟା ମା’ଙ୍କୁ ସ୍କୁଟରରେ ବସାଇ ସାରା ଭାରତରେ ଥିବା ତୀର୍ଥସ୍ଥଳ ଭ୍ରମଣ କରାଇଲେ। ମା’ପୁଅ ଦୁହେଁ ୪୮,୧୦୦ କି.ମି.ର ଯାତ୍ରା କରି ତୀର୍ଥସ୍ଥଳ ଭ୍ରମଣ କରିଛନ୍ତି। କୃଷ୍ଣ କୁମାରଙ୍କର ଏହି ମାତୃଭକ୍ତିକୁ ଦେଖି ମହିନ୍ଦ୍ରା ସମୂହର ଚେୟାରମ୍ୟାନ ଆନନ୍ଦ ଗୋପାଳ ମହିନ୍ଦ୍ରା ଟୁଇଟରରେ ପ୍ରଶଂସା କରିବା ସହ କୃଷ୍ଣ କୁମାରଙ୍କୁ ଏକ କାର୍‌ ଉପହାର ଦେବାକୁ ସ୍ଥିର କରିଛନ୍ତି। ତେବେ ଏହି ହୃଦୟସ୍ପର୍ଶୀ ଘଟଣା ସେତେବେଳେ ଲୋକଲୋଚନକୁ ଆସିଲା ଯେବେ ମନୋଜ କୁମାର ନାମକ ଜଣେ ବ୍ୟକ୍ତି ମା’ ପୁଅଙ୍କ ତୀର୍ଥ ସମୟର ଫଟୋ ଓ ତଥ୍ୟକୁ ଶେୟାର କଲେ। ଆଉ ତାହା ଭାଇରାଲ ହୋଇଗଲା। ଏଭଳି ତୀର୍ଥ କରାଇବା ପଛର କାରଣ ସମ୍ପର୍କରେ କୃଷ୍ଣ କୁମାର କହନ୍ତି, ‘ଯୌଥ ପରିବାରରେ ଆମେ ବଢିଛୁ। ବାପାଙ୍କ ଦେହାନ୍ତ ପରଠାରୁ ମା’ର ଜୀବନ କେବଳ ରୋଷେଇ ଓ ଘରକାମରେ ସୀମିତ ରହିଗଲା। ତେଣୁ ନିଷ୍ପତ୍ତି ନେଲି ମା’କୁ ପୂରା ସମୟ ଦେବି ଓ ତାକୁ ଖୁସି କରାଇବି। ତା’ର ଇଚ୍ଛା ଥିଲା ତୀର୍ଥ କରିବାକୁ। ସେଥିପାଇଁ ହଜାର ହଜାର କି.ମି. ସ୍କୁଟରରେ ବସାଇ ମା’ଙ୍କୁ ତୀର୍ଥସ୍ଥଳ ଭ୍ରମଣ କରାଇଲି।’


Enter your email to get our daily news in your inbox.

All Right Reserved By Dharitri.Com

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri