ଆଜିଠୁ ମାଟ୍ରିକ ପରୀକ୍ଷା

କଟକ ଅଫିସ,୧୯ା୨: ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଗୋଟିଏ ଦିନରୁ ହିଁ ଆରମ୍ଭ ହେବ। ଚଳିତବର୍ଷ ମୋଟ୍‌ ୨୮୮୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ହଜାର ୯୦୫ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ବୋଲି ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫେବୃୟାରୀ ୨୯ ଓ ମଧ୍ୟମା ପରୀକ୍ଷା ଫେବୃୟାରୀ ୨୮ରେ ଶେଷ ହେବ। ଦୁଇଟି ସିଟିଂରେ ପରୀକ୍ଷାଗୁଡ଼ିକ କରାଯିବ। ପରୀକ୍ଷା ଖାତା ଗଚ୍ଛିତ ରଖିବା ପାଇଁ ୩୦୭ ନୋଡାଲ କେନ୍ଦ୍ର ସ୍ଥିର କରାଯାଇଛି। ସେଥିମଧ୍ୟରୁ ସମ୍ବେଦନଶୀଳ ସ୍ଥାନ ଭାବେ ଗଣା ହେଉଥିବା ପରୀକ୍ଷାକେନ୍ଦ୍ରର ପରୀକ୍ଷା ଖାତା ଥାନାରେ ରଖାଯିବ। କୋରାପୁଟ ଜିଲାର ୫, କନ୍ଧମାଳ ଜିଲାର ୭ ଓ ମାଲକାନଗିରି ଜିଲାର ୧୦ଟି ଥାନାକୁ ନୋଡାଲ କେନ୍ଦ୍ର କରାଯାଇଛି। ପରୀକ୍ଷା ପରିଚାଳନା ନିମନ୍ତେ ବୋର୍ଡ କର୍ତ୍ତୃପକ୍ଷ ୪ ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବୋର୍ଡ ପକ୍ଷରୁ ୬୯ଟି ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍‌ ଓ ଜିଲା ଶିକ୍ଷାଧିକାରୀମାନଙ୍କୁ ନେଇ ୪୪ଟି ସ୍କ୍ବାଡ୍‌ ଗଠନ ହୋଇଛି। ଫ୍ଲାଇଂ ସ୍କ୍ବାଡ୍‌ରେ ଅଧ୍ୟାପକମାନଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ କପି ରୋକିବା ପାଇଁ ଚଳିତବର୍ଷ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ଗତବର୍ଷ ୪୦୪ଟି ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ସୁଦ୍ଧା ପ୍ରଶ୍ନପତ୍ର ଭାଇରାଲକୁ ରୋକାଯାଇ ପାରି ନ ଥିଲା। ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ଏଭଳି ପଦକ୍ଷେପ ବୋର୍ଡ କର୍ତ୍ତୃପକ୍ଷ ନେଇଛନ୍ତି। ପରୀକ୍ଷାକୁ ନେଇ କୌଣସି ଅଭିଭାବକ ଅଭିଯୋଗ କରିବାକୁ ଚାହିଁଲେ ବୋର୍ଡ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଅନୁଗୋଳ ସ୍ପେଶାଲ ହୋମ୍‌ରେ ୪ଜଣ ଓ ଚୌଦ୍ୱାର ସର୍କଲ ଜେଲ୍‌ରେ ୨ଜଣ ଅନ୍ତେବାସୀ ପରୀକ୍ଷା ଦେବେ। ଏମାନଙ୍କ ନିମନ୍ତେ ସମ୍ପୃକ୍ତ ଜେଲ୍‌ରେ ଉପକେନ୍ଦ୍ର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚଳିତବର୍ଷଠାରୁ ଓଏମ୍‌ଆର୍‌ ସିଟ୍‌ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଓଏମ୍‌ଆର୍‌ ସିଟ୍‌ରେ ଅବ୍‌ଜେକ୍‌ଟିଭ୍‌ ପରୀକ୍ଷା କରାଯିବନାହିଁ। ୫୦ ମାର୍କ ଅବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀ ଲିଖିତ ଭାବେ ଦେବେ ବୋଲି ବୋର୍ଡ ସଭାପତି ହାଜରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri