Posted inଖେଳ

ଆଜିଠୁ ବିଶ୍ୱକପ୍‌: ଦେଖନ୍ତୁ ୧୯୭୫ରୁ ୨୦୧୯ ମଧ୍ୟରେ କେମିତି ବଦଳିଛି ଟିମ୍‌ ଇଣ୍ଡିଆର ଜର୍ସି

ନୂଆଦିଲ୍ଲୀ, ୩୦।୫: ମେ ୩୦ ଅର୍ଥାତ୍‌ ଗୁରୁବାରଠାରୁ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଜର୍ସି ଉନ୍ମୋଚିତ ହୋଇଥିଲା। ଟିମ୍‌ ଇଣ୍ଡିଆର ଜର୍ସି ପ୍ରତି ବିଶ୍ୱକପରେ ବଦଳାଯାଏ। ଏହି ପରମ୍ପରା ୧୯୮୫ରୁ ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା ୧୯୭୫ରୁ ୨୦୧୯ ମଧ୍ୟରେ କେମିତି ବଦଳିଛି ଟିମ୍‌ ଇଣ୍ଡିଆର ଜର୍ସି।

୧୯୮୫
୧୯୮୫ କ୍ରିକେଟ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଜର୍ସି ଖୁବ୍‌ ସାଧାରଣ ଥିଲା। ସ୍କାଏ ବ୍ଲ ଏବଂ ହଳଦିଆ ରଙ୍ଗ ଥିବା ଏହି ଜର୍ସିରେ ଭାରତୀୟ ଟିମ୍‌ ନାଁ ଲେଖାଯାଇ ନ ଥିଲା।

୧୯୯୨
୧୯୯୨ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳର ଜର୍ସି ସ୍କାଲ ବ୍ଲୁରୁ ଡାର୍କ ବ୍ଲୁରେ ପରିବର୍ତ୍ତନ କରାଯାଇଥିଲା। ଏହାସହ ପଛପଟେ କ୍ରିକେଟରଙ୍କ ନାଁ ଲେଖାଯିବା ସହ ଟିମ୍‌ ଇଣ୍ଡିଆର ନାଁ ମଧ୍ୟ ଜର୍ସିରେ ଥିଲା।

୧୯୯୬
୧୯୯୬ ବିଶ୍ୱକପ୍‌ରେ ପୁଣି ଥରେ ଜର୍ସିରେ ପରିବର୍ତ୍ତନ କରାଯାଇଥିଲା। ଲାଇଟ୍‌ ବ୍ଲୁ, ହଳଦୀ ରଙ୍ଗ ମିଶା ଜର୍ସିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଲୋଗୋ ରହିଥିଲା।

୨୦୦୩
୨୦୦୩ ବିଶ୍ୱକପ୍‌ର ଉପବିଜେତା ଥିବା ଭାରତୀୟ ଦଳର ଜର୍ସିରେ ତ୍ରିରଙ୍ଗା ଚିହ୍ନ ଥିଲା। ତ୍ରିରଙ୍ଗା ଉପରେ ଇଣ୍ଡିଆ ଲେଖାଥିଲା।

୨୦୦୭
୨୦୦୭ ବିଶ୍ୱକପରେ ଲାଇଟ୍‌ ବ୍ଲୁ ରଙ୍ଗର ଜର୍ସିରେ ସ୍ପନସର ସାହାରା ଲେଖାଯାଇଥିଲା। ଏହାସର ତ୍ରିରଙ୍ଗା ଚିହ୍ନ ମଧ୍ୟ ଥିଲା।

୨୦୧୧
୨୦୧୧ ବିଶ୍ୱକପରେ ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟଥର ବିଶ୍ୱକପ୍‌ ଜିତିଥିଲା। ଗାଢ୍‌ ବ୍ଲୁ ରଙ୍ଗର ଜର୍ସିର ଦୁଇପଟେ ତ୍ରିରଙ୍ଗାର ପଟି ରହିଥିଲା। ବାହୁ ପଟରେ ସ୍ପନସର୍‌ ନାମ ଏବଂ ପଛ ପଟେ କ୍ରିକେଟର ନାମ ଲେଖାଥିଲା।

୨୦୧୫
୨୦୧୫ ବିଶ୍ୱକପ୍‌ ଜର୍ସିର ଡିଜାଇନ୍‌ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଏହି ଜର୍ସିରେ ଇଣ୍ଡିଆ ଲେଖା ପୂର୍ବରୁ ସ୍ପନସର୍‌ ଷ୍ଟାର୍‌ ଲେଖାଯାଇଥିଲା। ଜର୍ସିରୁ ତ୍ରିରଙ୍ଗା ହଟାଇଦିଆଯାଇଥିବାବେଳେ ବିସିସିଆଇ ଲୋଗୋ କିନ୍ତୁ ରହିଥିଲା।

୨୦୧୭
୨୦୧୭ ବିଶ୍ୱକପ୍‌ରେ ଖେଳାଳିଙ୍କ ଜର୍ସିରେ ହାତ ପାଖ ଗାଢ ବ୍ଲୁ ଥିବାବେଳେ ମଝି ଅଂଶ ଲାଇଟ୍‌ ବ୍ଲୁ ଥିଲା। କଲର୍‌ରେ ତ୍ରିରଙ୍ଗା ଚିହ୍ନ ରହିଥିଲା।


୨୦୧୯
୨୦୧୯ ବିଶ୍ୱକପ୍‌ରେ ଜର୍ସିର ମଝି ଅଂଶ ଗାଢ୍‌ ବ୍ଲୁ ହୋଇଥିଲାବେଳେ ହାତ ପାଖ ଲାଇଟ୍‌ ବ୍ଲୁ ରହିଛି। ସେହିପରି ସ୍ପନସର୍‌ ନାମ ଜର୍ସିର ବାମ ଏବଂ ଡାହାଣ ପାର୍ଶ୍ୱରେ ଲେଖାଯାଇଥିଲାବେଳେ ମଝିରେ ନାରଙ୍ଗୀ ରଙ୍ଗରେ ଇଣ୍ଡିଆ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri