ଆଜିଠୁ ବାଲିଯାତ୍ରା

କଟକ ଅଫିସ, ୧୨ା୧୧: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ଏହାକୁ ନେଲ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ପଡିଆର ଉଭୟ ପଟେ ପାଖାପାଖି ୯ଟି ଦୋଳି ପଡିଛି। ସୋମବାର ବାଲିଯାତ୍ରା ପଡିଆରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିବାବେଳେ ମୁଖ୍ୟ ଗେଟ୍‌ ଆଲୋକମାଳାରେ ସଜାଯାଇଛି। ଏଥିସହ ବାଲିଯାତ୍ରା ପଡ଼ିଆରେ ଥିବା ବୈଷ୍ଣବ ପାଣି ମଞ୍ଚକୁ ପ୍ରଶାସନ ପକ୍ଷରୁ ସଜାଯାଇଛି।
ବ୍ୟବସାୟୀଙ୍କୁ ସଚେତନ କରାଯିବ
ବାଲିଯାତ୍ରା ପଡ଼ିଆରେ ସମସ୍ତ ବ୍ୟବସାୟୀଙ୍କୁ ନେଇ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖାଦ୍ୟ ନିରାପତ୍ତା ଆଇନ-୬୯ ଅନୁଯାୟୀ ବ୍ୟବସାୟୀମାନେ ବାସି ଖାଦ୍ୟ ବିକ୍ରି କଲେ, ଖାଦ୍ୟରେ ରଙ୍ଗ ମିଶାଇଲେ, ବିଶୁଦ୍ଧ ପାଣିରେ ରନ୍ଧାରନ୍ଧି ନ କଲେ କିମ୍ବା ଫୁଡ୍‌ ଲାଇସେନ୍ସ ନ ଥିଲେ ସେମାନଙ୍କୁ ୧୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ନିଆଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି। ଏଥର ବାଲିଯାତ୍ରାରେ କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ବରଗଡ଼, କେନ୍ଦୁଝର, ବାଲେଶ୍ୱରରୁ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ ଅଧିକାରୀ ଖାଦ୍ୟର ମାନ ଯାଞ୍ଚ କରିବେ। ଏ ନେଇ ୨ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୩ ଜଣ ଅଫିସର ନିୟୋଜିତ କରାଯାଇଛି। ଚଳିତଥର ବାଲିଯାତ୍ରାରେ ମୋବାଇଲ ଫୁଡ୍‌ ଟେଷ୍ଟିଂ ଲାବରେଟୋରି ଜରିଆରେ ଖାଦ୍ୟର ମାନ ଯାଞ୍ଚ କରାଯିବ।
ପଡିଆ ସଫେଇକୁ ଗୁରୁତ୍ୱ
ବାଲିଯାତ୍ରାରେ ସିଏମ୍‌ସି ପକ୍ଷରୁ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ସଫେଇ କାର୍ଯ୍ୟ ନିମନ୍ତେ ୨୦୦ ମିଟରକୁ ଗୋଟିଏ ବିଟ୍‌ କରାଯାଇଛି। ଏହିପରି ଭାବେ ୧୮୦ଟି ବିଟ୍‌ ଚିହ୍ନଟ କରାଯାଇଛି। ଏଥିରେ ୧୨୦ ଜଣ ସୁଇପର, ୨୦ ଜମାଦାର, ୨୦ ଜଣ ସାନିଟାରୀ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଦିନକୁ ଦୁଇବେଳା ପଡିଆ ସଫେଇ କରାଯିବ। ଏଥିସହ ୨୨ଟି ଅଟୋ, ୬ ଟ୍ରାକ୍ଟର, ୫ଟି ବକେଟ୍‌ ମାଧ୍ୟମରେ ଆବର୍ଜନା କଢାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ .୮୦ କୋଟିର ବ୍ୟାଙ୍କ ଋଣ ଠକେଇ: ଟିମ୍ବର ଡିପୋ ପ୍ରୋପ୍ରାଇଟର ଗିରଫ

ଭୁବନେଶ୍ୱର,୭।୪(ବ୍ୟୁରୋ): ଜନପଥସ୍ଥିତ ଆଇଡିବିଆଇ ବ୍ୟାଙ୍କରେ ୬ଟି ପ୍ଲଟ ବନ୍ଧକ ରଖି ୪ କୋଟି ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆର.କେ. ଟିମ୍ବର କମ୍ପାନୀର ପ୍ରୋପ୍ରାଇଟର...

୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୪ା୨(ଡି.ଏନ୍‌.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍‌ ପାଇଁ ଭୋଟିଂ...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ...

ଭାଜପା ସଂଖ୍ୟାଗରିଷ୍ଠତା ହାସଲ ପରେ ମୋଦି ଫ୍ୟାନଙ୍କ ୨୪୦ କି.ମି.ସାଇକେଲ ଯାତ୍ରା: ମହାପ୍ରଭୁଙ୍କ ଦର୍ଶନ କରିି ପୂରଣ କଲେ ମାନସିକ

ପୁରୀ ଅଫିସ,୨୬।୫: ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ବିପୁଳ ଜନ ସମର୍ଥନ ହାସଲ କରିଛନ୍ତି । ଦ୍ୱିତୀୟ ଥରଲାଗି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ।...

ଜେଲ ଗଲେ କୋଟିପତି ଟେକ୍‌ନିକାଲ କନସଲଟାଣ୍ଟ

କେନ୍ଦୁଝର,୧୧ା୮(ସ୍ବ.ପ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଭିଜିଲାନ୍ସ ଯୋଡ଼ା ବ୍ଲକରେ କାର୍ଯ୍ୟରତ ସମଗ୍ର ଶିକ୍ଷା ଅଭିଯାନର ଟେକ୍‌ନିକାଲ୍‌ କନ୍‌ସଲ୍‌ଟାଣ୍ଟ ଇଂ. କ୍ଷେତ୍ରବାସୀ ମହାନ୍ତଙ୍କୁ...

କପିଳାସ ଅଭୟାରଣ୍ୟରେ ହେବ ଓଭରପାସ୍‌

ଢେଙ୍କାନାଳ ଅଫିସ୍‌, ୨୩।୪: ତଳେ ଯିବ ଟ୍ରେନ୍‌। ଉପରେ ଓଭରପାସ୍‌ ରାସ୍ତାଦେଇ ଚଳପ୍ରଚଳ କରିବେ ହାତୀ। ଫଳରେ ହ୍ରାସ ପାଇବ ରେଳଧାରଣାରେ ଟ୍ରେନ୍‌ ଧକ୍କାଜନିତ ହାତୀମୃତ୍ୟୁ।...

ଦଶମ ଛାତ୍ରୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୪।୯: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ...

ଷ୍ଟାର୍ଟଅପ୍‌ ଚିଠାନୀତି ଖୁବ୍‌ଶୀଘ୍ର

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଚନ୍ଦ୍ରଶେଖରପୁରଠାରେ ଓ-ହବ୍‌ ଷ୍ଟାର୍ଟଅପ୍‌ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି।...

Advertisement
Archives

Model This Week