ଆଜିଠାରୁ ଭାଲେଣ୍ଟାଇନ୍ସ ଓ୍ବିକ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ)ବର୍ଷକର ଅପେକ୍ଷା ପରେ ପାଖେଇ ଆସୁଛି ପ୍ରେମ ଓ ପ୍ରେମୀଯୁଗଳଙ୍କ ଖାସ୍‌ ଦିନ ଭାଲେଣ୍ଟାଇନ୍ସ ଡେ। ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିବାବେଳେ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହ ଭାବେ ପାଳନ କରିବାକୁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଶୁକ୍ରବାରଠାରୁ ପ୍ରେମ ସପ୍ତାହ ଆରମ୍ଭ ହେଉଥିବାରୁ ପ୍ରେମର ମାସ ଫେବୃୟାରୀ ଓ ପ୍ରେମର ଏହି ସପ୍ତାହକୁ ନିଜ ପ୍ରେମିକା, ପ୍ରେମିକ ପାଇଁ କିଭଳି ଅଭୁଲା ଓ ସ୍ମରଣୀୟ କରିହେବ ସେଥିପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ବି ଚାଲିଛି ପ୍ରତିଯୋଗିତା।
ଭାଲେଣ୍ଟାଇନ୍ସ ଡେ’ର ସପ୍ତାହେ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ଫୁଲ ଦୋକାନ, କାର୍ଡ ଓ ଗିଫ୍ଟ ସେଣ୍ଟର, ଶପିଂ ମଲ୍‌, ସିନେମା ହଲ୍‌ ସବୁଠି ଦେଖିବାକୁ ମିଳୁଛି ପ୍ରେମୀଯୁଗଳଙ୍କ ଗହଳି। ଭାଲେଣ୍ଟାଇନ୍ସ ୱିକ୍‌ ଅବସରରେ ଫେବୃୟାରୀ ୭ ତାରିଖକୁ ରୋଜ୍‌ ଡେ, ୮କୁ ପ୍ରପୋଜ୍‌ ଡେ, ୯କୁ ଚକୋଲେଟ୍‌ ଡେ, ୧୦କୁ ଟେଡି ଡେ, ୧୧କୁ ପ୍ରମିଜ୍‌ ଡେ, ୧୨କୁ ହଗ୍‌ ଡେ, ୧୩କୁ କିସ୍‌ ଡେ ଏବଂ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ଭାବେ ପାଳନ କରାଯାଉଥିବାରୁ ଭିନ୍ନ ଭିନ୍ନ ଦିବସ ପାଇଁ ଭିନ୍ନ ପ୍ଲାନିଂ ହେଉଛି। କିଏ ସର୍‌ପ୍ରାଇଜ ପ୍ଲାନିଂ କରି ନିଜ ପ୍ରେମିକା ଓ ପ୍ରେମିକକୁ ଖୁସି କରିବାକୁ ଚାହୁଁଛି ତ ଆାଉ କିଏ ଗିଫ୍ଟ ଓ କାର୍ଡରେ ମନର କଥା ଲେଖି ଉପହାର ଦେବାକୁ ଯୋଜନା କରୁଛି। ପ୍ରେମରେ ପଡ଼ିଲେ ପ୍ରତ୍ୟେକ ଦିନ ଭାଲେଣ୍ଟାଇନ୍ସ ଡେ ମନେହେଲେ ବି ସହରର ଯୁବପିଢ଼ିଙ୍କ ମଧ୍ୟରେ ଏଥିପାଇଁ କିଛି କମ୍‌ ଉତ୍ସାହ ଦେଖିବାକୁ ମିଳୁନି। ସରପ୍ରାଇଜ୍‌ ବୁଲାଠାରୁ ଆରମ୍ଭକରି ରୋମାଣ୍ଟିକ କ୍ୟାଣ୍ଡେଲ ନାଇଟ୍‌ ଡିନର, ମୁଭି ଡେଟ୍‌, ଲଙ୍ଗ୍‌ ଡ୍ରାଇଭ୍‌ ଆଦି ପାଇଁ ଲୁଚାଛପା ପ୍ରସ୍ତୁତି ଚାଲିଛି। କେବଳ ପ୍ରେମିକା ପ୍ରେମିକ ନୁହଁନ୍ତି, ବିବାହିତମାନେ ମଧ୍ୟ ଭାଲେଣ୍ଟାଇନ୍ସ ଡେ’କୁ ସ୍ମରଣୀୟ କରିବାକୁ ପ୍ରସ୍ତୁତି କରିଛନ୍ତି। ପ୍ରେମ ତ ସବୁଦିନ ଥାଏ, ହେଲେ ପ୍ରେମକୁ ସ୍ମରଣୀୟ କରିବାକୁ ଏହି ଦିନ ଅନେକ ଅଭୂଲା ମୁହୂର୍ତ୍ତ ନେଇଆସିଥାଏ ବୋଲି ଅନେକଙ୍କ ମତ ରହିଛି।

ଆଜି ରୋଜ୍‌ ଡେ

ଶୁକ୍ରବାର ରୋଜ୍‌ ଡେ ହୋଇଥିବାବେଳେ ଗୁରୁବାରଠାରୁ ସହରରେ ଗୋଲାପ ଫୁଲର ଡିମାଣ୍ଡ ବହୁତ ବଢ଼ିଯାଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ରାଜ୍ୟ ସହ ରାଜ୍ୟ ବାହାରୁ ଭଳିକିଭଳି ଗୋଲାପ ଫୁଲ ମଗାଇଛନ୍ତି। ଓଡ଼ିଶା ସମେତ ବାଙ୍ଗାଲୋର ଏବଂ କୋଲକାତାରୁ ଆସିଥିବା ଗୋଲାପ ରାଜଧାନୀ ବଜାରରେ ବିକ୍ରି ହେଉଛି। ଗୁରୁବାର ସନ୍ଧ୍ୟାରୁ ଫୁଲ ଦୋକାନ ଆଗରେ ପ୍ରବଳ ଭିଡ଼ ଲାଗିଥିବାବେଳେ ଗୋଲାପ ଦର ଆକାଶଛୁଆଁ ରହିଥିଲା। ଗୋଟା ଗୋଲାପ ପିସ୍‌ ପିଛା ୨୦ରୁ ୨୫ଟଙ୍କା ରହିଥିବାବେଳେ ବୁକେ ବା ତୋଡ଼ାର ଦାମ୍‌ ୧୦୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବନ୍ଧୁତ୍ବର ପ୍ରତୀକଭାବେ ହଳଦିଆ ଗୋଲାପ ଦିଆଯାଉଥିବାବେଳେ ପ୍ରେମର ପ୍ରତୀକଭାବେ ଲାଲ୍‌ ଗୋଲାପ ଦିଆଯାଉଥିବାରୁ ଏହି ଦୁଇରଙ୍ଗ ଗୋଲାପ ଫୁଲର ବେଶୀ ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri