ଆଗକୁ ଆସୁଛି ପର୍ବପର୍ବାଣି, ଡିସିପିଙ୍କ ବୈଠକ : ଅପରାଧୀଙ୍କୁ ଧରିବାକୁ କମିଶନ୍‌ରେଟ ପୋଲିସର ବ୍ଲ୍ୟୁ ପ୍ରିଣ୍ଟ

ଭୁବନେଶ୍ୱର,୨୩ା୮(ବ୍ୟୁରୋ) : ଆଗକୁ ଆସୁଛି ଗଣେଶ ପୂଜାଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ପର୍ବପର୍ବାଣି। ତେଣୁ ରାଜଧାନୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ତେଣୁ କିଭଳି ଶାନ୍ତିଶୃଙ୍ଖଳାରେ ପର୍ବ ଶେଷ ହେବ ସେଥିଲାଗି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ପୌରୋହିତ୍ୟରେ ଏକ ବୈଠକ ଗୁରୁବାର ଅପରାହ୍ନରେ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୋନ୍‌ ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବିଶେଷକରି ପୂଜା ପାର୍ବଣରେ ରାଜ୍ୟ ବାହାରର ଅପରାଧୀ ସହ ଅନ୍ୟ ଜିଲାର ଅପରାଧୀମାନେ ଭୁବନେଶ୍ୱର ଆସିବେ। ତେଣୁ କିଭଳି ଏହିସବୁ ଅପରାଧୀଙ୍କୁ ପୂଜା ପୂର୍ବରୁ ଗିରଫ କରାଯିବ ସେନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପ୍ରତି ଥାନା ଅଞ୍ଚଳରେ ରହୁଥିବା ପେସାଦାର ଆପରାଧିକଙ୍କ ତାଲିକା ବାହାରି କରି ସେମାନଙ୍କୁ ଗିରଫ କରିବାକୁ ଥାନା ଅଧିକାରୀମାନଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଥାନାଗୁଡିକରେ ପଡି ରହିଥିବା ମାମଲାକୁ କ୍ଲୋଜ୍‌ କରିବା ସହ ଏହିସବୁ ମାମଲାରେ ଫେରାର ଥିବା ଅପରାଧୀଙ୍କୁ ଗିରଫ କରିବାକୁ କୁହାଯାଇଛି। ସ୍ପେଶାଲ ସ୍କ୍ବାଡ ଏବଂ କ୍ୟୁଏଟିକୁ ଅଧିକ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ପୋଲିସ ରବି ରାଓ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରି ଜେଲ ପଠାଇଛନ୍ତି। ହେଲେ ଏହି ଗ୍ୟାଙ୍ଗରେ ଆଉ କେତେଜଣ ରହି ଯାଇଛନ୍ତି। ସେମାନଙ୍କ ଉପରେ ନଜର ରଖିବା ସହ ସେମାନେ କୌଣସି ଅପରାଧ ଘଟାଇବା ପୂର୍ବରୁ ଗିରଫ କରିବାକୁ ବୈଠକରେ ଡିସିପି କହିଛନ୍ତି। ପୂଜାରେ ଅନେକ ଗୋଷ୍ଠୀ କନ୍ଦଳ ଓ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି। ତେଣୁ ପୋଲିସ କିଭଳି ନିଜର କାର୍ଯ୍ୟ କରିବା ସହ ଗଣ୍ଡଗୋଳ ହେବା ପୂର୍ବରୁ ଗଣ୍ଡଗୋଳକାରୀଙ୍କୁ ଗିରଫ କରିବ ସେ ନେଇ ମଧ୍ୟ କୁହାଯାଇଛି। ପୂଜା ପାଇଁ ଯଦି କୌଣସି ମଣ୍ଡପ ଓ କ୍ଲବ ଜୋରଜବରଦସ୍ତ ଚାନ୍ଦା ମାଗନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ପୂଜାରେ କିଭଳି ଲାଇସେନ୍ସ ଦିଆଯିବ, ବିଳମ୍ବିତ ରାତିରେ ଯଦି କୌଣସି ଅନୁଷ୍ଠାନ ମ୍ୟୁଜିକ୍‌ ବଜାଇବେ ସେମାନଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ। ଏହାସହ ରାଜଧାନୀରେ ଥିବା ପୂଜା ମଣ୍ଡପଗୁଡିକର ମୁରବୀମାନଙ୍କୁ ନେଇ ଆଲୋଚନା କରିବା ସହ ସେମାନଙ୍କ ସହ ନିୟମିତ ସମ୍ପର୍କ ରଖି ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହ ଗୁଇନ୍ଦା ପୋଲିସକୁ ରାଜ୍ୟ ବାହାର ଅପରାଧୀଙ୍କ ଉପରେ ନଜର ରଖିବ। ଅନ୍ୟ ଜିଲାର ଏସ୍‌ପିଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ରାଜ୍ୟ ବାହାର କେଉଁ ପେସାଦାର ଅପରାଧୀ ଜେଲରୁ ବାହାରିଛନ୍ତି ସେମାନେ ଜେଲରୁ ବାହାରିବା ପରେ କୁଆଡେ ଯାଉଛନ୍ତି ସେନେଇ ମଧ୍ୟ ନଜର ରଖାଯିବ। ଫଳରେ ଅନ୍ୟ ଜିଲାରୁ ରାଜଧାନୀକୁ ଆସୁଥିବା ଅପରାଧୀଙ୍କୁ କିଛି ଘଟଣା ଘଟାଇବା ପୂର୍ବରୁ ଗିରଫ କରାଯିବ। ସହରରେ ଏବେ କିଛି ଛୋଟ ଅପରାଧୀ ଗ୍ୟାଙ୍ଗ୍‌ ରହିଛନ୍ତି। ସେମାନଙ୍କୁ ମଧ୍ୟ ଗିରଫ କରାଯିବାକୁ କୁହାଯାଇଛି। ବିଶେଷକରି କେଉଁ ଥାନା ଅଞ୍ଚଳରେ କିଭଳି ଅପରାଧ ଘଟୁଛି ସେନେଇ ଡିସିପି ଥାନା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏପରିକି ଏହିସବୁ ଅପରାଧକୁ କିଭଳି ନିୟନ୍ତ୍ରଣ କରିହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ପାର୍ବଣ ଋତୁକୁ ନଜରରେ ଥିବା ଅପରାଧୀ ନିୟନ୍ତ୍ରଣ ପାଇଁ ବୈଠକରେ ଆଲୋଚନା ହୋଇଛି।
ଏହାସହ ନିକଟରେ ନୂଆ ପୋଲିସ କମିଶନର ନିୟୁକ୍ତ ହୋଇଛନ୍ତି। ତାଙ୍କ ଆଭିମୁଖ୍ୟ କ’ଣ ରହିବ ସେନେଇ ମଧ୍ୟ ଏଥିରେ ପ୍ରମୁଖ ବିଷୟ ହୋଇଥିଲା। ସେ କେଉଁ ପ୍ରକାର ଷ୍ଟାଷ୍ଟେଜି ଆପଣାଇଛନ୍ତି ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ଏସିପି ଏବଂ ଥାନା ଅଧିକାରୀମାନଙ୍କୁ କୁହାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକାଧିକ ଥାନା ପରିଦର୍ଶନରେ ଯାଉଛନ୍ତି। ଦାୟିତ୍ୱ ନେବା ପରେ ବୁଧବାର ରାତିରେ ସେ ନୟାପଲ୍ଲୀ ଥାନା ଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସିପି ଷଡଙ୍ଗୀ ଖଣ୍ଡଗିରି ଥାନା ପରିଦର୍ଶନ କରିଥିଲେ। ତେଣୁ ସିପିଙ୍କ ଏଭଳି ଥାନା ପରିଦର୍ଶନ ପାଇଁ ଥାନା ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ଏ ନେଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି, ବୈଠକ ଅଫିସିଆଲି ହୋଇଥିଲା। ଏଥିରେ ଅପରାଧ ନିୟନ୍ତ୍ରଣ ଓ ଅନ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri