ଆଖି ଗାଏବ, ନାବାଳିକା ବଳାତ୍କାର ଘଟଣା : ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ

ଅନୁଗୋଳ ଅଫିସ,୨୪।୭: ଅନୁଗୋଳ ଜିଲାରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ମୃତଦେହରୁ ଆଖି ଗାଏବ ଏବଂ ଜଣେ ଆଠ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣା ପ୍ରତିବାଦରେ ବୁଧବାର ଭାଜପା ଅନୁଗୋଳ ନଗର ମଣ୍ଡଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳୁ ସହରର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଭାଜପା ନେତା ଏବଂ କର୍ମୀମାନେ ପ୍ରମୁଖ ଛକଗୁଡ଼ିକରୁ ପିକେଟିଂ କରିବା ସହ ଟାୟାର୍‌ ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସହରର ପ୍ରବେଶ ଦ୍ୱାର ଯଥା ହୁଲୁରିସିଂହା ଛକ, ତୁରଙ୍ଗ ଛକ, ପ୍ରଗତିନଗର ଛକ ଏବଂ ହାଟ ଛକରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ସହର ଭିତରକୁ ଯାନବାହନ ପ୍ରବେଶ କରିପାରୁନାହିଁ। ବନ୍ଦକୁ କେତେକ ସଂଗଠନ ମଧ୍ୟ ସମର୍ଥନ କରୁଥିବା ଦଳ ପକ୍ଷରୁ କୁହାଯାଉଛି। ଭାଜପା ଅନୁଗୋଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ନଗର ମଣ୍ଡଳ ସଭାନେତ୍ରୀ ନମିତା ଦଳବେହେରାଙ୍କ, ରୂଦ୍ରନାରାୟଣ ପାଣି, ସରିତା ମିଶ୍ର, ରୋଜାଲିନ ଦାସ, ସୁଦୀପ ଗଡ଼ନାଏକ, ସୁଜାତା ଦାସ, ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ବହୁ କର୍ମୀ ଏବଂ ନେତା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଗତ ଶୁକ୍ରବାର ଜଣେ ଚାରି ବର୍ଷୀୟା ଶିଶୁକନ୍ୟାର ମୃତଦେହରୁ ଦୁଇଟି ଆଖି ଗାଏବ ହୋଇଯାଇଥିଲା। ତା’ର ଦୁଇ ଦିନ ପରେ ଆଠ ବର୍ଷୀୟା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ଏବେ ପୁଣି ଥରେ ମଙ୍ଗଳବାର ଏକ ମୃତଦେହରୁ ଆଖି ଗାଏବ ହୋଇଯାଇଛି। ବାରମ୍ବାର ଏଭଳି ଗୁରୁତର ଅପରାଧିକ ଘଟଣାକୁ ନେଇ ସହରବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଜିଲାପାଳ ଏବଂ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିଲା ନାହିଁ। ସେହିଭଳି ସହର ସାରା ଏବେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଯାଇଛି । ପୌରପରିଷଦ ଭାଙ୍ଗିବା ପରେ ପ୍ରଶାସନ ଦାୟିତ୍ୱ ନେଇଛି। କିନ୍ତୁ ଆବର୍ଜନା ସଫା ଦିଗରେ ପଦକ୍ଷେପ ନେଉନି। ପୌରପାଳିକାର କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି। ଏଣୁ ଏହି ବନ୍ଦ ଡାକରା ଦିଆଯାଇଛି। ଯଦି ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଆଖି ଗାଏବ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ପ୍ରଶାସନ ବିଫଳ ହୁଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ଡାକରା ଦିଆଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri