Posted inଖେଳ

ଆକ୍ସନ ପ୍ଲାନ୍‌ ଆରମ୍ଭ କରିବ ହକି ଇଣ୍ଡିଆ

ନୂଆଦିଲ୍ଲୀ, ୩୧।୩-
ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ସଜବାଜ ହୋଇଛି। ନୂଆ ତାରିଖ ଅନୁସାରେ ଟୋକିଓ ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ୧୫ ମାସ ସମୟ ଥିବାବେଳେ ଉଭୟ ଦଳର କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଆଲୋଚନା କରି ହକି ଇଣ୍ଡିଆ ପକ୍ଷରୁ ଆକ୍ସନ ପ୍ଲାନ ଆରମ୍ଭ ହେବାକୁ ଯାଉଛି। ” ଆସନ୍ତା ବର୍ଷ ଅଲିମ୍ପିକ୍ସ ନୂଆ ତାରିଖକୁ ଆମେ ଅପେକ୍ଷା କରିଥିଲୁ। ଏବେ ସମୟ ମିଳିଥିବାରୁ ଆମେ ଯୋଜନାବଦ୍ଧଭାବେ ପ୍ରସ୍ତୁତ ହେବୁ। ଆମେ ଯୋଗ୍ୟତା ଅର୍ଜନ କରିଥିବାରୁ ଏବେ କେବଳ ଅଲିମ୍ପିକ୍ସ ଉପରେ ଲକ୍ଷ୍ୟ ରହିବ। ଆମେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓସି), କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ସ୍ପୋଟ୍ସ ଅଥରିଟି ଅଫ ଇଣ୍ଡିଆ ସହିତ ଆମେ ଆଗାମୀ ୧୫ ମାସଧରି କାମ କରିବୁ। ଅଲିମ୍ପିକ୍ସରେ ଭାରତୀୟ ଦଳ ଯେପରି ସଫଳ ହୋଇପାରିବ ତା ଉପରେ ମୁଖ୍ୟତଃ ନଜର ରହିବ। ବର୍ତ୍ତମାନ ପରିସ୍ଥିତିରେ କେଉଁ ପ୍ରତିଯୋଗିତା ଆମପାଇଁ ଉପଲବ୍ଧ ହେବ ତାହା ଜାଣିବା କଷ୍ଟକର। ତେବେ ଆମର ଉଭୟ ଦଳ ବେଙ୍ଗାଲୁରୁଠାରେ ସୁରକ୍ଷିତ ପରିବେଶରେ ରହିଛନ୍ତି। କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ ମଧ୍ୟ ସେଠାରେ ରହିଛନ୍ତି। ଆମକୁ ଅନୁମତି ମିଳିଲେ ଖେଳାଳିମାନେ ପ୍ରକୃତ ଟ୍ରେନିଂକୁ ଫେରିବେ“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।
ଭାରତୀୟ ପୁରୁଷ ହକି ଦଳର କୋଚ୍‌ ଗ୍ରାହାମ ରିଡ୍‌ଙ୍କ ମତରେ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିବାରୁ ଆମେ ଆସନ୍ତା ବର୍ଷ ଜୁଲାଇକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବୁ। ସାମ୍ପ୍ରତିକ କଠିନ ପରିସ୍ଥିତିକୁ ପଛରେ ପକାଇ ଆମେ ଯଥା ସମ୍ଭବ ଶୀଘ୍ର ଟ୍ରେନିଂପାଇଁ ପଡ଼ିଆକୁ ଓହ୍ଲାଇବୁ ବୋଲି ଆଶା ରଖିଛୁ। ପ୍ରତିଯୋଗିତା ସ୍ଥଗିତ ରହିବାଦ୍ୱାରା ଦଳପାଇଁ ଅନେକ କିଛି କରିବାକୁ ସମୟ ମିଳିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ”ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଆମ ସମସ୍ତଙ୍କ ପାଇଁ ଖୁସି ଖବର। ଆମେ ଏଥର ଅଲିମ୍ପିକ୍ସ ଲକ୍ଷ୍ୟରେ ଅଗ୍ରସର ହେବୁ। କଠିନ ପରିସ୍ଥିତିରେ ଆମେ ଗୋଟିଏ ସ୍ଥାନରେ ରହି ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଥିଲୁ। ଏବେ ଆମକୁ ସମୟ ଅନୁସାରେ ଗତି କରିବାକୁ ହେବ। ଉଭୟ ଶାରୀରିକ ଓ ମାନସିକଭାବେ ଦୃଢ଼ ରହିବା ସହ ସ୍ବାଭାବିକ ରୁଟିନକୁ ଫେରିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଆମେ ମୁଖ୍ୟ ସ୍ରୋତକୁ ଫେରିବାକୁ ପ୍ରସ୍ତୁତ“ ବୋଲି ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଭାରତର ଉଭୟ ମହିଳା ଓ ପୁରୁଷ ଦଳର କୋର୍‌ ଖେଳାଳିମାନେ ଏବେ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରହିଛନ୍ତି। ପ୍ରକାଶ ଯୋଗ୍ୟ ଯେ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮କୁ ଅଲିମ୍ପିକ୍ସର ନୂଆ ତାରିଖ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri