Posted inଖେଳ

ଆକ୍ସନ ପ୍ଲାନ୍‌ ଆରମ୍ଭ କରିବ ହକି ଇଣ୍ଡିଆ

ନୂଆଦିଲ୍ଲୀ, ୩୧।୩-
ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ସଜବାଜ ହୋଇଛି। ନୂଆ ତାରିଖ ଅନୁସାରେ ଟୋକିଓ ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ୧୫ ମାସ ସମୟ ଥିବାବେଳେ ଉଭୟ ଦଳର କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଆଲୋଚନା କରି ହକି ଇଣ୍ଡିଆ ପକ୍ଷରୁ ଆକ୍ସନ ପ୍ଲାନ ଆରମ୍ଭ ହେବାକୁ ଯାଉଛି। ” ଆସନ୍ତା ବର୍ଷ ଅଲିମ୍ପିକ୍ସ ନୂଆ ତାରିଖକୁ ଆମେ ଅପେକ୍ଷା କରିଥିଲୁ। ଏବେ ସମୟ ମିଳିଥିବାରୁ ଆମେ ଯୋଜନାବଦ୍ଧଭାବେ ପ୍ରସ୍ତୁତ ହେବୁ। ଆମେ ଯୋଗ୍ୟତା ଅର୍ଜନ କରିଥିବାରୁ ଏବେ କେବଳ ଅଲିମ୍ପିକ୍ସ ଉପରେ ଲକ୍ଷ୍ୟ ରହିବ। ଆମେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓସି), କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ସ୍ପୋଟ୍ସ ଅଥରିଟି ଅଫ ଇଣ୍ଡିଆ ସହିତ ଆମେ ଆଗାମୀ ୧୫ ମାସଧରି କାମ କରିବୁ। ଅଲିମ୍ପିକ୍ସରେ ଭାରତୀୟ ଦଳ ଯେପରି ସଫଳ ହୋଇପାରିବ ତା ଉପରେ ମୁଖ୍ୟତଃ ନଜର ରହିବ। ବର୍ତ୍ତମାନ ପରିସ୍ଥିତିରେ କେଉଁ ପ୍ରତିଯୋଗିତା ଆମପାଇଁ ଉପଲବ୍ଧ ହେବ ତାହା ଜାଣିବା କଷ୍ଟକର। ତେବେ ଆମର ଉଭୟ ଦଳ ବେଙ୍ଗାଲୁରୁଠାରେ ସୁରକ୍ଷିତ ପରିବେଶରେ ରହିଛନ୍ତି। କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ ମଧ୍ୟ ସେଠାରେ ରହିଛନ୍ତି। ଆମକୁ ଅନୁମତି ମିଳିଲେ ଖେଳାଳିମାନେ ପ୍ରକୃତ ଟ୍ରେନିଂକୁ ଫେରିବେ“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।
ଭାରତୀୟ ପୁରୁଷ ହକି ଦଳର କୋଚ୍‌ ଗ୍ରାହାମ ରିଡ୍‌ଙ୍କ ମତରେ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିବାରୁ ଆମେ ଆସନ୍ତା ବର୍ଷ ଜୁଲାଇକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବୁ। ସାମ୍ପ୍ରତିକ କଠିନ ପରିସ୍ଥିତିକୁ ପଛରେ ପକାଇ ଆମେ ଯଥା ସମ୍ଭବ ଶୀଘ୍ର ଟ୍ରେନିଂପାଇଁ ପଡ଼ିଆକୁ ଓହ୍ଲାଇବୁ ବୋଲି ଆଶା ରଖିଛୁ। ପ୍ରତିଯୋଗିତା ସ୍ଥଗିତ ରହିବାଦ୍ୱାରା ଦଳପାଇଁ ଅନେକ କିଛି କରିବାକୁ ସମୟ ମିଳିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ”ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଆମ ସମସ୍ତଙ୍କ ପାଇଁ ଖୁସି ଖବର। ଆମେ ଏଥର ଅଲିମ୍ପିକ୍ସ ଲକ୍ଷ୍ୟରେ ଅଗ୍ରସର ହେବୁ। କଠିନ ପରିସ୍ଥିତିରେ ଆମେ ଗୋଟିଏ ସ୍ଥାନରେ ରହି ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଥିଲୁ। ଏବେ ଆମକୁ ସମୟ ଅନୁସାରେ ଗତି କରିବାକୁ ହେବ। ଉଭୟ ଶାରୀରିକ ଓ ମାନସିକଭାବେ ଦୃଢ଼ ରହିବା ସହ ସ୍ବାଭାବିକ ରୁଟିନକୁ ଫେରିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଆମେ ମୁଖ୍ୟ ସ୍ରୋତକୁ ଫେରିବାକୁ ପ୍ରସ୍ତୁତ“ ବୋଲି ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଭାରତର ଉଭୟ ମହିଳା ଓ ପୁରୁଷ ଦଳର କୋର୍‌ ଖେଳାଳିମାନେ ଏବେ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରହିଛନ୍ତି। ପ୍ରକାଶ ଯୋଗ୍ୟ ଯେ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮କୁ ଅଲିମ୍ପିକ୍ସର ନୂଆ ତାରିଖ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri