ଆକ୍ଟ୍ରେସ୍‌ ହେବା ନିଷ୍ପତ୍ତିରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ

ପାଠପଢ଼ା ଆଉ ଅଭିନୟ – ଏହି ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ନେଇ ଆଗେଇ ଚାଲିଛନ୍ତି ନବାଗତା ଆହାନା । ଡେବ୍ୟୁ ଫିଲ୍ମ ‘ଭରବ’ ପରେ ତାଙ୍କ ଅଭିନୀତ ଅନ୍ୟତମ ଫିଲ୍ମ ‘ବ୍ଲାକ୍‌ମେଲ୍‌’ ଗତବର୍ଷ ରିଲିଜ ହୋଇଥିଲା । ନିଜ ରିଲ୍‌ ଏବଂ ରିୟଲ ଲାଇଫ ସମ୍ପର୍କରେ ପାଞ୍ଚଟି କଥା…

-ଅଭିନେତ୍ରୀ ହେବାର ନିଷ୍ପତ୍ତି ନିଜକୁ କେତେ ଆତ୍ମତୃପ୍ତି ଦେଇଛି ?
ହେବି ଆଉ ଓଡ଼ିଆ ସିନେମାରେ ଏହାକୁ କ୍ୟାରିୟର କରିବି-ମୋର ଏଭଳି ଡିସିସନ୍‌ରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ। ଏବେ ତ ପାଠପଢ଼ା ଚାଲିଛି। ତେଣୁ ମୋତେ ବାଲାନ୍ସ କରି ଚଳିବାକୁ ପଡୁଛି।
-ଅବସର ମିଳିଲେ କ’ଣ କରନ୍ତି ?
ଓ ହୋ, ଅବସର ! କୁହନ୍ତୁନି। ବର୍ତ୍ତମାନ ମୋର ଟାଇଟ ଶିଡ୍ୟୁଲ। ପାଠପଢ଼ା ଚାଲିଛି ପୁଣି ତା’ ସହ ଆକ୍ଟିଂ। ପୁଣି ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ଏକ୍ସରସାଇଜ। ଯେତେବେଳେ ମୋତେ ଅବସର ମିଳେ ମୁଁ ଶୋଇବାକୁ ପସନ୍ଦ କରେ। କିଛି ସମୟ ଶୋଇ ପଡିଲେ କି ଶାନ୍ତି! ଅନ୍ୟପକ୍ଷରେ ଅବସର ମିଳିଲେ ମୁଁ ୟୁ ଟ୍ୟୁବ୍‌ରେ ଭଲ ଭଲ ମେକ୍‌ଅପ ଷ୍ଟାଇଲ, ପେଣ୍ଟିଂ, ଡେୟାରଡେଭିଲ ଗେମ୍‌ ଦେଖିଥାଏ। ସବୁଠାରୁ ଖାସ୍‌ କଥା ହେଲା ସମୟ ମିଳିଲେ ମୁଁ ଲଙ୍ଗ୍‌ ଡ୍ରାଇଭରେ ବାହାରିଯାଏ। ଏକୁଟିଆ ରାସ୍ତାରେ ମନ ପସନ୍ଦର ଗୀତ ଶୁଣି ଗାଡି ଚଲାଇବାର ମଜା ନିଆରା।
-କେବେ ମିଛ କହିଛନ୍ତି ?
ମିଛ କହିବା ପିଲାଦିନେ ମୋର ଏକ ଅଭ୍ୟାସ ଥିଲା। କେଉଁଠି ଭୁଲ୍‌ କରିଥିବି ତାକୁ ଲୁଚାଇବାକୁ ମିଛ କହେ। ଲୁଚାଇ କିଛି ଖାଇଦେଇଥିବି, ମୋତେ ପଚାରିଲେ ମୁଁ କୁହେ-ମୁଁ ଖାଇନି କି ଜାଣିନି। ତା’ ପରେ କେତେ ଥର ପରିସ୍ଥିତିର ସାମନା କରି ମିଛ କହିଛି। ହେଲେ ବଡ଼ ହେବା ପରେ ଜାଣିପାରିଲି ଯେ ମିଛ କହିବା ସବୁଠାରୁ ବଡ଼ ଭୁଲ୍‌।
-ଏ ପର୍ଯ୍ୟନ୍ତ କିଛି ଅବସୋସ ରହିଛି କି ?
ଅବସୋସ ତ ନିଶ୍ଚୟ ରହିଛି। ମୋ ଆକ୍ଟିଂ ଲାଇଫକୁ ନେଇ ବଡ଼ ଆଶା ରହିଛି। କେବଳ ଓଡ଼ିଆ ସିନେମା ନୁହେଁ, ହିନ୍ଦୀ କିମ୍ବା ଅନ୍ୟ ପ୍ରାନ୍ତୀୟ ଭାଷାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ରରେ ମୋତେ ଯଦି ସେପରି ଭଲ ସୁଯୋଗ ମିଳେ ତେବେ ତାହାକୁ କେବେ ହାତଛଡା କରିବି ନାହିଁ। ମୁଁ ନିଜକୁ କେବଳ ରୋମାଣ୍ଟିକ ରୋଲ୍‌ରେ ସୀମିତ କରି ରଖିବାକୁ ଚାହେଁନା। ମୁଁ ଅପରାଜିତା, ମହାଶ୍ୱେତାଙ୍କ ପରି ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ଚାହେଁ, ଯାହାକୁ ଦର୍ଶକ ସବୁବେଳେ ମନେରଖିବେ।
-କିପରି ବ୍ୟକ୍ତିଙ୍କୁ ଜୀବନସାଥୀ ଭାବରେ ଚଏସ୍‌ କରିବେ ?
ଏକଥା ଏବେ ମୁଁ ଚିନ୍ତା କରିନି। ଯେତେବେଳେ ସମୟ ଆସିବ, ତାହା ମୁଁ ସମ୍ପୂର୍ଣ୍ଣ ଭାବରେ ମୋ ମା’-ବାପାଙ୍କ ଉପରେ ଛାଡ଼ିଦେଇଛି। ତଥାପି ସେହି ବ୍ୟକ୍ତି, ଯାହାଙ୍କ ସହ ମୁଁ ବାକି ଜୀବନ କଟାଇବି, ସେ ପ୍ରଥମେ ଭଦ୍ର, ନମ୍ର ସ୍ବଭାବ ତଥା ସୋବର ପର୍ସନାଲିଟିର ହୋଇଥିବେ। ମୋତେ ଖୁସିର ମାହୋଲରେ ରଖିପାରୁଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri