ଆଉ ୫ ସ୍ଥାନରେ ହେବ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ଆଉ ୫ ସ୍ଥାନରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହେବ। ୨୩ ତାରିଖରୁ କୋରାପୁଟ ଓ ବଲାଙ୍ଗୀର ମେଡିକାଲ୍‌ କଲେଜରେ କରୋନା ନମୁନା ପରୀକ୍ଷଣ ଆରମ୍ଭ ହେବ। ସେହିପରି ୩୧ ତାରିଖ ସୁଦ୍ଧା ବାଲେଶ୍ୱର ଓ ବାରିପଦା ମେଡିକାଲ୍‌ କଲେଜରେ ନମୁନା ପରୀକ୍ଷା କରାଯିବ। ଏହାଛଡ଼ା ଖୋର୍ଦ୍ଧା ଅରଗୋଳଠାରେ ଥିବା ପ୍ରାଣୀ ରୋଗ ଗବେଷଣା ପରୀକ୍ଷାଗାରରେ ମଧ୍ୟ ନମୁନା ପରୀକ୍ଷା ହେବ। ଆସନ୍ତା ଦୁଇଦିନ ମଧ୍ୟରେ ଏଠାରେ କରୋନା ପରୀକ୍ଷଣ ଆରମ୍ଭ ହେବ। ଏଠାରେ ଥିବା ଉନ୍ନତମାନର ଲାବାରୋଟୋରି ନିର୍ମାଣ ହେବା ପରଠାରୁ ବ୍ୟବହାର କରାଯାଇ ନ ଥିଲା। କୋଭିଡ୍‌ ପାଇଁ ଏହି ଲାବାରୋଟୋରି ପ୍ରଥମଥର କାର୍ଯ୍ୟ କରିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୧୬ରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେହି ସମୟରେ ଦିନକୁ ମାତ୍ର ୩ଟି କୋଭିଡ୍‌ ଟେଷ୍ଟ ହେଉଥିଲା। ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରିବା ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେବା ସହିତ ମେ’ ୨୦ ସୁଦ୍ଧା ଦିନକୁ ୫ହଜାର ନମୁନା ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଦିନକୁ ୪,୭୦୦ ନମୁନା ପରୀକ୍ଷଣ ହେଉଛି। ଆସନ୍ତା ୨୦ତାରିଖ ବେଳକୁ ଏହା ବଢ଼ି ୫ହଜାର ଉପରକୁ ଚାଲିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଦିଅ

କଟକ ଅଫିସ୍‌/କୁଜଙ୍ଗ, ୨୪।୯ (ଡି.ଏନ୍‌.ଏ.):ଜଗତ୍‌ସିଂପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ବଳାତ୍କାରର ଶିକାର ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

୪ ଏସିପିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୨। ୯ (ବ୍ୟୁରୋ):  ଭୁବନେଶ୍ୱର କମିଶନରେଟ ପୋଲିସର ଜୋନ୍‌-୧ ଏସିପି ମାନସ ଗଡ଼ନାୟକ ଓ ଜୋନ୍‌-୪ ଏସିପି ରବୀନ୍ଦ୍ରନାଥ ଶତପଥୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌...

ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା। ଏହାପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ...

ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ପୁରୀ ଅଫିସ,୬ା୯: ସେବାୟତ ପରିବାରର ପିଲାଙ୍କ ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଯୋଜନା କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କାମ ଆରମ୍ଭ କରାଯାଇ ନାହିଁ।...

ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର...

ପିଲାଙ୍କ ଘରେ ଖାଦ୍ୟ ପହଞ୍ଚାଇବେ ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ...

ଚଳିତବର୍ଷ ବଢ଼ିବନି ସ୍ଥାବର ସମ୍ପତ୍ତି ମୂଲ୍ୟ

ଭୁବନେଶ୍ୱର,୬ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଦ୍ୱିତୀୟ ଲହର ହୁ ହୁ ହୋଇ ମାଡ଼ିଚାଲିଛି। ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର...

ଅଧା ବାଟରେ ଖୋଳ

ଯାଜପୁର ଅଫିସ/ ଚଣ୍ଡିଖୋଲ(ଡି.ଏନ.ଏ.),୧୬।୧: ନକଲି ଟ୍ରାଞ୍ଜିଟ୍‌ ପାସ୍‌ (ଟିପି) ତିଆରି କରି ଲୁହାପଥର ଲୁଟ୍‌ ଓ ଚୋରି ଘଟଣା ଏବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦୁଝର...

Advertisement
Archives

Model This Week