ଆଉ ନୁହେଁ ପଲିଥିନ: ୨ରୁ ସବୁ ସହରରେ ନିଷେଧ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ପ୍ଲାଷ୍ଟିକ ୫୦୦ ବର୍ଷ ଧରି ନଷ୍ଟ ହେଉ ନାହିଁ। ଏହା ମାଟିର ଉର୍ବରତାକୁ ନଷ୍ଟ କରିବା ସହ ଡ୍ରେନ ଅବରୋଧ, ବର୍ଷା ପାଣି ଅବରୋଧ ଓ ବୃକ୍ଷଲତା ବୃଦ୍ଧିରେ ବାଧା ସୃଷ୍ଟି କରୁଛି। ଗୋରୁ ପଲିଥିନକୁ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ପଲିଥିନ ମୁକ୍ତ କରିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ ଟି ମହାନଗର ନିଗମ(ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର) ରେ ପଲିଥିନ ଉପରେ କଟକଣା ଲଗାଯାଇଥିବାବେଳେ ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ୧୦୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି ) ଏବଂ ମ୍ୟୁନିସିପାଲିଟିରେ ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଜାରି କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପରିବେଶ(ସୁରକ୍ଷା) ଆଇନ ୧୯୮୬ ଆଧାରରେ ପ୍ରସ୍ତୁତ କରାଯାଇଥିବା ନିର୍ଦ୍ଦେଶନାମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି।
କଟକଣା ଜାରି ହେବା ପରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ଜାଣିକରି ହେଉ କିମ୍ବା ଅନ୍ୟ ମାଧ୍ୟମରେ ପଲିଥିନ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ପରିବହନ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ କରି ପାରିବେ ନାହିଁ। ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ, ୨୦୦ ମିଲିଲିଟରରୁ କମ ପାଣିବୋତଲ, ଥର୍ମୋକୋଲ, ସାଜସଜା ପାଇଁ ବ୍ୟବହୃତ ଥର୍ମୋକୋଲ, ପ୍ଲାଷ୍ଟିକ ଚାମଚ, କପ, ପ୍ଲେଟ, ଗ୍ଲାସ, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। ନଷ୍ଟ ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ଆଇଏସ)୧୭୦୮୮:୨୦୦୮ ମାନଦଣ୍ଡ ଅନୁଯାୟୀ ହେବା ଆବଶ୍ୟକ। ଏହାର ଉତ୍ପାଦନକାରୀ ଏବଂ ବିକ୍ରେତାଙ୍କୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଠାରୁ ସାର୍ଟିଫିକେଟ ଆଣିବାକୁ ହେବ। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରି ପାରିବେ ନାହିଁ କିମ୍ବା ୫୦ ମାଇକ୍ରନ ମୋଟେଇ ପଲିଥିନରେ କୌଣସି ଖାଦ୍ୟ ସାମଗ୍ରୀ, ଦୁଗ୍ଧ, ପାଣି, ଖାଇବା ତେଲକୁ ପ୍ୟାକ କରି ପାରିବେ ନାହିଁ। ସେଥିପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ତେବେ ମେଡିସିନ, ରକ୍ତ ସଂରକ୍ଷଣ, ନମୁନା ସଂଗ୍ରହ, ଡାକ୍ତରୀ ଯନ୍ତ୍ରପାତି ପାଇଁ ଏହି କଟକଣାକୁ କୋହଳ କରାଯାଇଛି।
ମହାନଗର ନିଗମର କମିଶନର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହି ଅଧିକାରୀମାନେ ପରିବେଶ (ସୁରକ୍ଷା) ଆଇନ ୧୯୮୬ ଅନୁଯାୟୀ ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ବିଧାନ କରି ପାରିବେ। ଜିଲାପାଳ ପଲିଥିନ କଟକଣାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସକାଶେ ଏଡିଏମ, ଏସପି, ବନଖଣ୍ଡ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌର ସଂସ୍ଥାର ଅଧିକାରୀମାନଙ୍କୁ ସାମିଲ କରିବେ। ପ୍ଲାଷ୍ଟିକ ନିଷେଧ ବିଷୟରେ ସିନେମା ହଲ ମାଲିକମାନେ ଶୋ’ ଆରମ୍ଭ କରିବା ପୂର୍ବରୁ ପ୍ରଦର୍ଶନ କରିବେ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେଣ୍ଟର ଫର ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ ବିକ୍ରି, ଉତ୍ପାଦନ, ଗଚ୍ଛିତ କରୁଥିବା ସଂସ୍ଥା କିମ୍ବା ବ୍ୟବସାୟୀ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୧ ମାସ ମଧ୍ୟରେ ସେଗୁଡ଼ିକୁ ନଷ୍ଟ କରିବାକୁ କୁହାଯାଇଛି।
ଏଠାରେ ସୂଚନାଯୋଗ୍ୟ ରାଜ୍ୟ ସରକାର ୨୦୧୮ରେ ୫ ମହାନଗର ନିଗମରେ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଥିବା ବେଳେ ଚଳିତ ବର୍ଷ ସମସ୍ତ ସହରରେ ଏହାକୁ ଲାଗୁ କରାଯିବ। ଆସନ୍ତା ବର୍ଷରୁ ସମଗ୍ର ରାଜ୍ୟରେ ପଲିଥିନ ଉପରେ କଟକଣା ଜାରି କରାଯିବ ବୋଲି ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣା ଯୋଜନା

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ସୋମବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ୫ମ ଆର୍ନ୍ତଜାତିକ ବାଘ ଦିବସ ପାଳିତ ହୋଇଯାଇଛି। ପୃଥିବୀର ୧୩ ଦେଶରେ...

୫ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨। ୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ...

ଓଡ଼ିଶାରେ ଝାଡ଼ଖଣ୍ଡ ଫଳାଫଳ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ବଡ଼ ସଫଳତା ମିଳିଛି। ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଭାଜପାକୁ ଶକ୍ତ ଧକ୍କା ଦେଇଛି। ଭାଜପାକୁ ପଛରେ ପକାଇ ଜେଏମ୍‌ଏମ୍‌-କଂଗ୍ରେସ...

ନପଙ୍ଗ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭଣ୍ଡାରିପୋଖରୀ,୧୭ା୬(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପଞ୍ଚାୟତର ଚଣ୍ଡୀମାତା ଉଚ୍ଚ ବିଦ୍ୟାଳୟ...

କଂଗ୍ରେସର ୯ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବୁଧବାର ଶାସକ...

ଜଳିଗଲାଣି ଧାନଗଛ, ଚିନ୍ତାରେ ଚାଷୀ

ଉଲୁଣ୍ଡା, ୨୩ା୭ (ଡି.ଏନ.ଏ.) ଶ୍ରାବଣ ମାସର ଆଦ୍ୟ ଚଉଠି, ଚାରିଦିଗୁ ମେଘ ଆସିବ ଘୋଟି। ଫେଲ ମାରିଲା ଏହି ଖନା ବଚନ। ଚଳିତ ବର୍ଷ ଶ୍ରାବଣ...

କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ପୁଣି କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ ହୋଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ପିସିପିଏନ୍‌ଡିଟି ସେଲ୍‌ ପକ୍ଷରୁ ସୋମବାର ମିଳିତ...

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍‌ ଭଡ଼ା ୯ କୋଟି ଦେଇଛନ୍ତି ସରକାର

ଭୁବନେଶ୍ୱର,୩୦ା୯(ବ୍ୟୁରୋ): କରୋନା ସମୟରେ ମୋଟ ୮,୫୩,୭୭୭ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ। ସେମାନଙ୍କ ପଞ୍ଜୀକରଣ, କାମ ଓ ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା...

Advertisement


Archives

Model This Week