Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ପ୍ରଥମ ଟାଇଟଲ ଲକ୍ଷ୍ୟରେ ଭାରତ

ମେଲବୋର୍ନ, ୮।୩(ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍‌ ଆୟୋଜନ ହେବ। ଟାଇଟଲ ପାଇଁ ଫାଇନାଲରେ ଗତଥରର ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମୁହାଁମୁହିଁ ହେବେ। ପ୍ରଥମଥର ପାଇଁ ବିଶ୍ୱକପ୍‌ ଚାମ୍ପିୟନ ହେବାର ସୁଯୋଗ ପାଇଛି ଭାରତ। ଅନ୍ୟପଟେ ୪ଥର ଟାଇଟଲ ହାସଲ କରିସାରିଥିବା ଅଷ୍ଟ୍ରେଲିଆ ଏଠାରେ ବିଜୟୀ ହୋଇ ପଞ୍ଚମଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି। ଘରୋଇ ପରିବେଶରେ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ଅଷ୍ଟ୍ରେଲିଆକୁ ହରାଇବା ଭାରତ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌।
ଅପରାଜେୟ ରହିବା ସହ ଭାରତ ଗ୍ରୁପ୍‌ ଏ’ର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ବର୍ଷା ଯୋଗୁ ବାତିଲ ହେବା ଫଳରେ ଗ୍ରୁପ୍‌ ଟପ୍ପର ହୋଇଥିବାରୁ ଭାରତ ପ୍ରଥମଥର ପାଇଁ ଫାଇନାଲକୁ ଉଠିଥିଲା। ସେହିପରି ବର୍ଷା ବାଧା ପ୍ରାପ୍ତ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ହରାଇ କ୍ରମାଗତ ଷଷ୍ଠଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା।
୧୬ ବର୍ଷୀୟା ବିସ୍ଫୋରକ ଓପନର ଶେଫାଳି ବର୍ମାଙ୍କ ଜବରଦସ୍ତ ବ୍ୟାଟିଂ ଓ ସ୍ପିନରମାନଙ୍କ ସ୍ଥିର ପ୍ରଦର୍ଶନ ଭାରତକୁ ଚଳିତ ବିଶ୍ୱକପ୍‌ରେ ବେଶ୍‌ ସଫଳ କରାଇଛି। କିନ୍ତୁ ଦୁଇ ତାରକା ବ୍ୟାଟ୍ସଓମ୍ୟାନ ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌର ଏପର୍ଯ୍ୟନ୍ତ ଚମକ ଦେଖାଇପାରି ନାହାନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ନିଜ ଦକ୍ଷତା ଅନୁରୂପ ଖେଳିବାକୁ ପଡିବ। ଭାରତ ଟାଇଟଲ ହାସଲ କରିବାକୁ ହେଲେ ଏହି ଦୁଇ ଖେଳାଳି ଉପଯୋଗୀ ଇନିଂସ ଖେଳିବା ଜରୁରୀ ହୋଇପଡିଛି। ଏଥିସହିତ ଭାରତକୁ ତା’ର ମିଡଲ ଅର୍ଡର ପ୍ରଦର୍ଶନରେ ସୁଧାର ଆଣିବାକୁ ହେବ। ମଧ୍ୟକ୍ରମ ବ୍ୟାଟ୍ସଓମ୍ୟାନମାନେ ସାମାନ୍ୟ ଅସ୍ଥିର ପ୍ରଦର୍ଶନ କରୁଛନ୍ତି। କେବଳ ସେତିକି ନୁହେଁ, ଭାରତକୁ ଚାପର ସଫଳ ମୁକାବିଲା କରିବାକୁ ହେବ। ଏହା ଏକ ହାଇଭୋଲ୍ଟେଜ ମ୍ୟାଚ୍‌ ହୋଇଥିବାରୁ ଭାରତୀୟ ଖେଳାଳିଙ୍କୁ ଧୈର୍ଯ୍ୟର ସହ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ହେବ।
ଅଷ୍ଟ୍ରେଲିଆ ଗତ ତ୍ରିରାଷ୍ଟ୍ରୀୟ ସିରିଜ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା। ଗତ ୭ଟି ସଂସ୍କରଣରେ ଅଷ୍ଟ୍ରେଲିଆ କ୍ରମାଗତ ଷଷ୍ଠଥର ପାଇଁ ଫାଇନାଲକୁ ଉଠିଛି। ହାଇ ପ୍ରେସର ଗେମ୍‌ରେ କିଭଳି ଖେଳିବାକୁ ହୁଏ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ବେଶ୍‌ ଭଲଭାବେ ଜଣାଅଛି। ଭାରତ ୨୦୧୭ ଦିନିକିଆ ବିଶ୍ୱକପ୍‌ ଫାଇନାଲ ଓ ୨୦୧୮ ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ପରାଜୟରୁ ଭାରତ ବହୁତ କିଛି ଶିକ୍ଷା କରିଥିବ ବୋଲି ଆଶା କରାଯାଉଛି। ଶେଫାଳିଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଠିକ୍‌ ନୁହଁ। କିନ୍ତୁ ସେ ଆଉଏକ ବିସ୍ଫୋରକ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି। ସେହିପରି ମାନ୍ଧନା ଓ ହରମନପ୍ରୀତ ଶସ୍ତାରେ ଉଇକେଟ ନ ଫୋପାଡି ନିଜ ଅଭିଜ୍ଞତାରୁ ଫାଇଦା ଉଠାଇ ଅଧିକ କିଛି କରିବା ସହ ଦଳକୁ ଦିଗ୍‌ଦର୍ଶନ ଦେବେ ବୋଲି ଆଶା କରାଯାଉଛି। ଶେଫାଳି ସଫଳ ହୋଇ ନ ଥିଲେ ଭାରତ ଫାଇନାଲରେ ପହଞ୍ଚିବା ଅସମ୍ଭବ ହୋଇପଡିଥାନ୍ତା। କାରଣ ମିଡଲଅର୍ଡରରେ ଏବେବି ବହୁତ ଦୁର୍ବଳତା ଅଛି। ତେଣୁ ଭାରତକୁ ଏହି ଦୁର୍ବଳତା ଦୂର କରିବାକୁ ପଡିବ। ଲୋୟର ଅର୍ଡର ବ୍ୟାଟ୍ସଓମ୍ୟାନଙ୍କୁ ମଧ୍ୟ ଯୋଗଦାନ କରିବାକୁ ହେବ। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ କୌଣସି ମ୍ୟାଚ୍‌ରେ ୧୫୦ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିପାରିନାହିଁ। ଭାରତର ଏହି ଦୃଷ୍ଟାନ୍ତମୂଳକ ସଫଳତା ପଛରେ ଶୃଙ୍ଖଳିତ ବୋଲିଂର ଭୂମିକା ରହିଛି।
ଲେଗ୍‌ ସ୍ପିନର ପୁନମ ଯାଦବ ଫିଙ୍ଗର ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମେଗା ସ୍କଟଙ୍କ ସହ ସେ ୯ ଉଇକେଟ ହାସଲ କରି ସର୍ବାଧିକ ସଫଳ ବୋଲରର ମାନ୍ୟତା ପାଇଛନ୍ତି। ଦ୍ରୁତ ବୋଲର ଶିଖା ପାଣ୍ଡେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ବାମହାତୀ ସ୍ପିନ ଯୋଡି ରାଧା ଯାଦବ ଓ ରାଜେଶ୍ୱରୀ ଗାଏକ୍ୱାଡ଼ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଛନ୍ତି। ପୁନମଙ୍କୁ ଅଷ୍ଟ୍ରେଲିଆ ଖେଳାଳିମାନେ କିପରି ସାମ୍ନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। କାରଣ ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ବେଶ୍‌ ସମସ୍ୟାରେ ପକାଇଥିଲେ ପୁନମ। ଫାଇନାଲ ମ୍ୟାଚ୍‌ ପାଇଁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ୭୫, ୦୦୦ ଟିକେଟ ବିକ୍ରି ହୋଇସାରିଛି। ମୋଟ ଉପରେ ୯୦,୦୦୦ ଟିକେଟ ବିକ୍ରି ହୋଇଯିବ ବୋଲି ଆଶା କରାଯାଉଛି। ଏକ ମହିଳା ମ୍ୟାଚ୍‌ରେ ଏତେ ସଂଖ୍ୟକ ଟିକେଟ ବିକ୍ରି ହେବା ନିଶ୍ଚିତ ଭାବେ ଏକ ବଡ଼ କଥା।
ଅପରପକ୍ଷରେ ମେଗ୍‌ ଲାନିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଘରୋଇ ଦର୍ଶକଙ୍କ ସମର୍ଥନ ହାସଲ କରି ପ୍ରଭାବୀ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଅବଶ୍ୟ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଭାରତୀୟ ଦର୍ଶକ ମଧ୍ୟ ଉପସ୍ଥିତ ରହିବେ। ଉଇକେଟକିପର ବ୍ୟାଟ୍ସଓମ୍ୟାନ ଏଲିସା ହିଲିଙ୍କ ସ୍ବାମୀ ତଥା କ୍ରିକେଟର ମିଚେଲ ଷ୍ଟାର୍କ ମଧ୍ୟ ଏହି ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ରହିବେ। ତାଙ୍କୁ ଅନୁମତି ମିଳିବା ପରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ଆସି ମେଲବୋର୍ନରେ ପହଞ୍ଚିଛନ୍ତି।
ଆଘାତ ସମସ୍ୟ ଅଷ୍ଟ୍ରେଲିଆକୁ ଚିନ୍ତାରେ ପକାଇଛି। ଆରମ୍ଭରୁ ଦ୍ରୁତ ବୋଲର ଟେଲା ଭ୍ଲାଏମିଙ୍କ୍‌ ଓ ଅଲ- ରାଉଣ୍ଡର ଏଲିସ୍‌ ପେରୀ ଇଞ୍ଜୁରି କାରଣରୁ ସେମିଫାଇନାଲ ପୂର୍ବରୁ ଦଳରୁ ବାଦ୍‌ ପଡିଛନ୍ତି। ଏହି ଡବଲ ଝଟ୍‌କା ସତ୍ତ୍ୱେ ଦମ୍‌ଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଆମେ ବିଜୟୀ ହୋଇ ଚାମ୍ପିୟନ ହେବା ପାଇଁ ପଡିଆକୁ ଓହ୍ଲାଇବୁ ବୋଲି ଲାନିଂ କହିଛନ୍ତି। ପାଖାପାଖି ୯୦ ହଜାର ଦର୍ଶକଙ୍କ ସାମ୍ନାରେ ଏକ ହାଇଭୋଲ୍ଟେଜ ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଆମେ ଉତ୍ସାହିତ ଅଛୁ। ମ୍ୟାଚ୍‌ ଓ ଖେଳକୁ ଉପଭୋଗ କରିବା ସହ ବିଜୟୀ ହୋଇ ଟାଇଟଲ ହାସଲ କରିବାକୁ ପ୍ରୟାସ କରିବୁ ବୋଲି ଭାରତୀୟ ଅଧିନାୟକ ହରମନପ୍ରୀତ ମ୍ୟାଚ୍‌ ପୂର୍ବରୁ କହିଛନ୍ତି। ପିଚ୍‌ ତଥା ଉଇକେଟ ଫ୍ଲାଟ ଓ ହାର୍ଡ ହେବ। ପାଗ ମଧ୍ୟ ସଫା ରହିବ। ମ୍ୟାଚ୍‌ ନିଶ୍ଚିତ ରୂପେ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବ। ସୁପର ସନ୍‌ଡେରେ ଏକ ସୁପର ଶୋ ଦେଖିବାକୁ ବିଶ୍ୱବ୍ୟାପୀ ପ୍ରଶଂସକ ଏକ ସୁଯୋଗ ପାଇବେ।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା, ଶିଖା ପାଣ୍ଡେ, ପୁନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ବେଦା କ୍ରିଷ୍ଣମୂର୍ତ୍ତୀ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁଏଜ, ପୂଜା ବସ୍ତ୍ରକାର, ତାନିୟା ଭାଟିଆ, ରାଧା ଯାଦବ, ହରଲିନ ଦେଓଲ, ଅରୁନ୍ଧତି ରେଡ୍ଡୀ, ଶେଫାଳି ବର୍ମା ଓ ରିଚା ଘୋଷ।
ଅଷ୍ଟ୍ରେଲିଆ ଦଳ: ମେଗ୍‌ ଲାନିଙ୍ଗ (ଅଧିନାୟିକା), ରାଚେଲ ହେନ୍ସ, ମେଗାନ ସ୍କଟ, ଅଲିସା ହିଲି, ଏଲିସ ପେରୀ, ଜେସ ଜୋନସିନ, ଡେଲିସା କିମିନ୍ସ, ବେଥ ମୁନି, ନିକୋଲା କେରୀ, ଆଶଲେ ଗାର୍ଡନର, ସୋଫଇ ମେଲିନେଉକ୍ସ, ଜର୍ଜିଆ ଓ୍ବାରେହାମ, ଏରିନ ବନର୍‌ସ, ମୋଲି ଷ୍ଟ୍ରାନୋ ଓ ଆନ୍ନାବେଲ ସଦରଲାଣ୍ଡ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧୨.୩୦
ସ୍ଥାନ: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ
ସିଧା ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ରହିଛି…

ଇସଲାମାବାଦ,୨୧ା୨: ଶନିବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)…

ଆତଙ୍କବାଦୀ ଟାର୍ଗେଟ୍‌ରେ ରାଜଧାନୀ: ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା…

ପତ୍ନୀଙ୍କୁ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ…. କାହିଁକି ଏଭଳି କହିଲେ ହାଇକୋର୍ଟ ଜାଣନ୍ତୁ

ଚଣ୍ଡିଗଡ଼,୨୧।୨: ଗୁଜରାଟ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବର୍ତ୍ତମାନ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି । କେତେକ ଏହାକୁ ଧାର୍ମିକ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ସମ୍ପୂର୍ଣ୍ଣ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri