Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ଲକ୍ଷ୍ୟରେ ଭାରତ

ମେଲବୋର୍ନ,୨୬।୨(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଭାରତ ଗୁରୁବାର ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ ହାସଲ କରି ଭାରତର ଆତ୍ମବିଶ୍ୱାସ ବେଶ୍‌ ଉଚ୍ଚରେ ରହିଛି। ଏବେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସେମିଫାଇନାଲର ନିକଟବର୍ତ୍ତୀ ହେବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଗତଥରର ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆକୁ ୧୭ ରନରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଥିଲା।
ନ୍ୟୁଜିଲାଣ୍ଡକୁ ହରାଇପାରିଲେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟ ନିକଟତର ହେବ। ୪ ପଏଣ୍ଟ ହାସଲ କରି ଭାରତ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଛି। ୧୬ ବର୍ଷୀୟା ଓପନର ଶେଫାଳି ବର୍ମା ବାଂଲାଦେଶ ବିପକ୍ଷରେ ୧୭ ବଲରୁ ୩୯ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୨୯ ରନର ଉପଯୋଗୀ ପାଳି ଖେଳିଥିଲେ। ଫାଷ୍ଟ ଡାଉନ୍‌ ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗୁଏଜ ଯଥାକ୍ରମେ ଦୁଇଟି ମ୍ୟାଚ୍‌ରେ ୨୬ ଓ ୩୪ ରନ ସଂଗ୍ରହ କରିଥିଲେ। କେବଳ ଅଧିନାୟିକା ହରମନପ୍ରୀତ ଟପ୍‌ ଅର୍ଡରରେ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଛନ୍ତି। ତାରକା ଓପନର ସ୍ମୃତି ମାନ୍ଧନା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଜ୍ୱର କାରଣରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିପାରି ନ ଥିଲେ। ମିଡଲଅର୍ଡରରେ ଦୀପ୍ତି ଶର୍ମା ଅଷ୍ରେଲିଆ ବିପକ୍ଷରେ ଅପରାଜିତ ୪୯ ରନକରିଥିବା ବୋଳ ବେଦା କ୍ରିଷ୍ଣମୂର୍ତ୍ତୀ ବାଂଲାଦେଶ ବିପକ୍ଷରେ ୧୧ ବଲରୁ ୨୦ ରନ ସଂଗ୍ରହ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ବୋଲିଂ ବିଭାଗରେ ଲେଗ୍‌ ସ୍ପିନର ପୁନମ ଯାଦବ ଦୁଇଟି ଯାକ ମ୍ୟାଚ୍‌ରେ ୭ ଉଇକେଟ ନେଇ ଦଳ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଦ୍ରୁତ ବୋଲର ଶିଖା ପାଣ୍ଡେ ୫ ଉଇକେଟ ନେଇ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଛନ୍ତି।
ଗତ କିଛିବର୍ଷ ହେବ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ ରହିଛି। ଗତ ୩ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଗୋଟିଏ ବର୍ଷ ତଳେ ନ୍ୟୁଜିଲାଣ୍ଡ ଘରୋଇ ସିରିଜରେ ଭାରତକୁ ୩-୦ରେ ପରାସ୍ତ କରିଥିଲା। ତେବେ ୨୦୧୮ ବିଶ୍ୱକପ୍‌ରେ ଭାରତ ୩୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଥିଲା। ଏହି ମ୍ୟାଚ୍‌ରେ ହରମନପ୍ରୀତ ୧୦୨ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ କେତେଜଣ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି। ଅଧିନାୟିକା ତଥା ଅଲରାଉଣ୍ଡର ସୋଫି ଡିଭାଇନ୍‌ ଓ ଟପଅର୍ଡର ବ୍ୟାଟ୍ସଓମ୍ୟାନ ସୁଜି ବେଟ୍ସଙ୍କ ସମେତ ଦ୍ରୁତ ବୋଲର ଲିଆ ତାହୁହୁ ଓ ଲେଗ୍‌ ସ୍ପିନର ଆମେଲିଆ କେର ଭାରତକୁ ସମସ୍ୟାରେ ପକାଇବେ। ଶନିବାର ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଥିଲା। ଡିଭାଇନ୍‌ ୫୫ ବଲରୁ ୭୫ ରନ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ଏକ ବିଶ୍ୱସ୍ତରୀୟ ଦଳ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଦନା, ଜେମିମା ରୋଡ୍ରିଗୁଏଜ, ଦୀପ୍ତି ଶର୍ମା, ଶେଫାଳୀ ବର୍ମା, ପୁନମ ଯାଦବ, ରାଧା ଯାଦବ, ତାନିୟା ଭାଟିଆ (ଉଇକେଟକିପର), ହରଲିନ୍‌ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ, ରିଚା ଘୋଷ, ବେଦା କ୍ରିଷ୍ଣମୂର୍ତ୍ତୀ, ଶିଖା ପାଣ୍ଡେ, ଅରୁନ୍ଧତି ରେଡ୍ଡୀ ଓ ପୂଜା ବସ୍ତ୍ରକାର।
ନୂଆଦିଲ୍ଲୀ, ସୋଫି ଡିଭାଇନ (ଅଧିନାୟିକା), ରୋସେମେରି ମାଏର, ଆମେଲିଆ କେର, ସୁଜି ବେଟ୍ସ, ଲଉରେନ ଡାଉନ, ମାଡି ଗ୍ରୀନ, ହୋଲି ହଡଲଷ୍ଟୋନ, ହେଲି ଜନ୍‌ସନ, ଲେହ କାସପେରେକ, ଜେସ୍‌ କେର, କେଟେ ମାର୍ଟିନ (ଉଇକେଟକିପର), ଆନ୍ନା ପିଟରସନ, ରାଚେଲ ପ୍ରିଷ୍ଟ ଓ ଲି ତାହୁହୁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri