Posted inଖେଳ

ଆଇସିସି ବିଶ୍ୱକପ୍‌: ଅସମ୍ଭବ ଫଳାଫଳ ଲକ୍ଷ୍ୟରେ ପାକିସ୍ତାନ

ଲଣ୍ଡନ,୫।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୂର୍ବତନ ଚାମ୍ପିୟନ ପାକିସ୍ତାନ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ଭେଟିବାକୁ ଯାଉଛି। ସେମିଫାଇନାଲରେ ପହଞ୍ଚିବା ପାକିସ୍ତାନ ପାଇଁ ଏକପ୍ରକାର ଅସମ୍ଭବ ମନେହେଉଛି। ସେମିଫାଇନାଲକୁ ଉଠିବା ପାକିସ୍ତାନ ପାଇଁ ଏବେ କେବଳ ମାତ୍ର ଏକ ଗାଣିତିକ ସମ୍ଭାବନା ହୋଇ ରହିଛି। ତେବେ ଏହା ସତ୍ତ୍ୱେ ଅନ୍ତିମ ମ୍ୟାଚ୍‌ରେ ପାକିସ୍ତାନ ବୃହତ୍‌ ବ୍ୟବଧାନରେ ବାଂଲାଦେଶକୁ ହରାଇବା ଲକ୍ଷ୍ୟରେ ରହିଛି।
ଆୟୋଜକ ଇଂଲଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ୧୯୯୨ରେ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିବା ପାକିସ୍ତାନର ସେମିଫାଇନାଲ ଆଶା ମଉଳିଯାଇଥିଲା। ଏହାପରେ ନ୍ୟୁଜିଲାଣ୍ଡ ଇଂଲଣ୍ଡଠାରୁ ହାରିବା ପରେ ପାକିସ୍ତାନର ଏହି ଆଶା ଏକପ୍ରକାର ଶେଷ ହୋଇଥିଲା କହିଲେ ଭୁଲ୍‌ ହେବନାହିଁ। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ପାଇଁ ଏବେ ଗାଣିତିକ ହିସାବ ନାମକୁ ମାତ୍ର ଆଶା ସୃଷ୍ଟି କରିଛି, ଯାହାର କିଛି ମୂଲ୍ୟନାହିଁ ବୋଲି ମନେହୁଏ। ପୁଣି ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବା ଅପରିହାର୍ଯ୍ୟ ହୋଇପଡିଛି। ଏହାହେଲେ ଏହି ଗାଣିତିକ ହିସାବକିତାବର ମୂଲ୍ୟ ରହିବ। କାରଣ ଯଦି ପାକିସ୍ତାନ ଟସ୍‌ ହାରେ ଓ ଫିଲ୍ଡିଂ କରିବା ପାଇଁ ଆମନ୍ତ୍ରଣ ପାଏ ତାହେଲେ ପ୍ରଥମ ବଲ୍‌ ପଡିବା ପୂର୍ବରୁ ପାକିସ୍ତାନ ଆଶାର ପରିସମାପ୍ତି ଘଟିବ। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଏକପ୍ରକାର ତା’ର ଆକର୍ଷଣ ହରାଇଛି।
ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ବୁଧବାର ଇଂଲଣ୍ଡଠାରୁ ବୃହତ୍‌ ୧୧୯ ରନରେ ପରାସ୍ତ ହୋଇଥିଲେ ମଧ୍ୟ ନେଟ୍‌ ରନ୍‌ରେଟ୍‌ରେ ପାକିସ୍ତାନଠାରୁ ବହୁ ଉଚ୍ଚରେ ରହିଛି। ନ୍ୟୁଜିଲାଣ୍ଡର ନେଟ୍‌ ରନ୍‌ଟେ୍‌ +୦.୧୭୫ ରହିଥିବା ବେଳେ ପାକିସ୍ତାନର -୦.୭୯୨ ରହିଛି। ଅନ୍ୟପଟେ ପାକିସ୍ତାନ ୮ଟି ମ୍ୟାଚ୍‌ ଖେଳି ୪ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ୯ ପଏଣ୍ଟ ପାଇଁ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ରେ ବାଂଲାଦେଶକୁ ଏବେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୫୦ ରନ ସ୍କୋର କରିବା ପରେ ୩୧୧ ରନରେ ହରାଇବାକୁ ପଡିବ କିମ୍ବା ୪୦୦ ରନ ସ୍କୋର କରି ୩୧୬ରେ ବିଜୟୀ ହେବାକୁ ପଡିବ। ବ୍ୟବହାରିକ ଭାବେ ଏହା ନିହାତି ଅସମ୍ଭବ ମନେ ହେଉଛି।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ହାରିବା ପରେ ପାକିସ୍ତାନ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ହରାଇଥିଲା। ବାବର ଆଜମ ଓ ହାରିସ ସୋହେଲ ଦମ୍‌ଦାର ବ୍ୟାଟିଂକରି ପାକିସ୍ତାନ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବାମହାତୀ ଦ୍ରୁତ ବୋଲର ଶାହିନ ଆଫ୍ରିଦୀ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଉଇକେଟ ଅକ୍ତିଆର କରିଥିଲେ। ପୁଣି ଅଭିଜ୍ଞ ମହମ୍ମଦ ଆମୀର ମଧ୍ୟ ସାରା ଟୁର୍ନାମେଣ୍ଟରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ।
ଅପରପକ୍ଷରେ ବାଂଲାଦେଶ ପାକିସ୍ତାନକୁ ହରାଇ ବିଜୟ ସହ ସ୍ବଦେଶ ଫେରିବା ଲକ୍ଷ୍ୟ ରହିଛି। ୧୯୯୯ ବିଶ୍ୱକପ୍‌ରେ ବାଂଲାଦେଶ ପାକିସ୍ତାନକୁ ପରାସ୍ତ କରିଥିଲା ଓ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଥିଲା। ବାଂଲାଦେଶ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୩ ବିଜୟ, ୪ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ବାଂଲାଦେଶ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଭଳି ଦଳଗୁଡିକୁ ହରାଇଛି। ହାରିଥିବା ମ୍ୟାଚ୍‌ଗୁଡିକରେ ମଧ୍ୟ ବାଂଲାଦେଶ ଦମ୍‌ ଦେଖାଇଛି। ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଉପରେ ବାଂଲାଦେଶ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଛି। ବିଶ୍ୱର ଏକମାତ୍ର କ୍ରିକେଟର ଭାବେ ସେ ୫୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିବା ସହ ସେ ବିଶ୍ୱକପ୍‌ରେ ୧୦ ଉଇକେଟ ହାସଲ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ସାକିବଙ୍କ ନେତୃତ୍ୱରେ ଦମ୍‌ଦାର ବ୍ୟାଟିଂ କରି ବାଂଲାଦେଶ ଏକାଧିକବାର ୩୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଛି। କିନ୍ତୁ ବୋଲିଂରେ ବାଂଲାଦେଶ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଖାସ୍‌ କରି ବୋଲିଂରେ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା ଚମକ ଦେଖାଇପାରି ନାହାନ୍ତି। ଭାରତ ବିପକ୍ଷରେ ମୁସ୍ତାଫିଜୁର ରହମାନ ୫ ଉଇକେଟ ହାସଲ କରିଥିଲେ। ସେହିପରି ମହମ୍ମଦ ସୈଫୁଦ୍ଦିନ ଅର୍ଦ୍ଧଶତକ ହାସଲ କରି ଭାରତକୁ ଏହି ମ୍ୟାଚ୍‌ରେ ଚିନ୍ତାରେ ପକାଇଥିଲା। ପୁଣିଥରେ ପାକିସ୍ତାନ ବିପକ୍ଷରେ ଏହି ପ୍ରଦର୍ଶନ ବାଂଲାଦେଶ ଦୋହରାଇବା ଲକ୍ଷ୍ୟରେ ରହିଛି।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜାମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନୈନ, ଶାହିନ ଶାହ ଆଫ୍ରିଦି, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ବାଂଲାଦେଶ ଦଳ: ମଶ୍ରାଫି ମୋର୍ତ୍ତାଜା (ଅଧିନାୟକ), ତାମିମ ଇକବାଲ, ସୌମ୍ୟ ସରକାର, ସାକିବ ଅଲ ହାସନ, ମୁସ୍‌ଫିକର ରହିମ୍‌, ମହମୁଦୁଲ୍ଲା ରିୟାଦ, ସବର ରହମାନ, ମେହେଦି ହାସନ ମିରାଜ, ମୋସାଡେକ ହୋସେନ, ମହମ୍ମଦ ସୈଫୁଦ୍ଦିନ, ମୁସ୍ତାଫିଜୁର ରହମାନ, ରୁବେଲ ହୋସେନ, ଲିଟନ କୁମାର ଦାସ, ଅବୁ ଜାଏଦ ଓ ମହମ୍ମଦ ମିଥୁନ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri