Posted inଖେଳ

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ସିଡନୀ, ୪।୩(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଟାଇଟଲ ଫେଭରାଇଟ୍‌ ଭାରତ ଓ ଇଂଲଣ୍ଡ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ସେମିଫାଇନାରେ ମୁହଁ।ମୁହିଁ ହେବେ। ସେହିପରି ଏହି ଦିନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଉପ-ମହାଦେଶର ଏକମାତ୍ର ଦଳ ଭାବେ ଭାରତ ସେମିକୁ ଉଠିଛି।
ବିଶ୍ୱକପ୍‌ରେ ଭାରତ ଏପର୍ଯ୍ୟନ୍ତ ସବୁଠାରୁ ଉନ୍ନତ ପ୍ରଦର୍ଶନ କରି ଲିଗ୍‌ ପର୍ଯ୍ୟାୟରେ ସବୁ ମ୍ୟାଚ୍‌ ଜିତିଛି। ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍‌ ଇତିହାସରେ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଏହାପୂର୍ବରୁ ଖେଳାଯାଇଥିବା ବିଶ୍ୱକପ୍‌ର ୬ଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ପ୍ରବେଶ କରି ନ ଥିଲା। ତେବେ ଏଥର ଦମ୍‌ଦାର ପ୍ରଦର୍ଶନ କରି ଭାରତ ଦୃଢ଼ ଦାବିଦାର ଭାବେ ଉଭା ହୋଇଛି। ପ୍ରଥମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଭାରତ ଏହାପରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ୪ଟି ମ୍ୟାଚ୍‌ ଖେଳି ୮ ପଏଣ୍ଟ ହାସଲ କରିବା ସହ ଗ୍ରୁପ୍‌- ଏ’ରେ ଶୀର୍ଷରେ ରହି ଭାରତ ସେମିକୁ ଉଠିଥିଲା।
ଭାରତ ଜବରଦସ୍ତ ଫର୍ମରେ ରହିଥିଲେ ମଧ୍ୟ ରେକର୍ଡ ଓ ଇତିହାସ ଇଂଲଣ୍ଡକୁ ସୁହାଉଛି। ବିଶ୍ୱକପ୍‌ରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ୫ଥର ଭେଟିଛନ୍ତି। ଏଥିରେ ଇଂଲଣ୍ଡ ସବୁଥିରେ ବିଜୟୀ ହୋଇଛି। ଶେଷଥର ପାଇଁ ଦୁଇ ଦଳ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଗତ ଟି୨୦ ବିଶ୍ୱକପ୍‌୍‌ ସେମିଫାଇନାରେ ମୁହଁ।ମୁହିଁ ହୋଇଥିଲେ। ଏଥିରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଥିଲା। ଏହାପୂର୍ବରୁ ଭାରତ ୨୦୦୯, ୨୦୧୨, ୨୦୧୪ ଓ ୨୦୧୬ ବିଶ୍ୱକପ୍‌ରେ ଗ୍ରୁପ ପର୍ଯ୍ୟାୟରେ ଇଂଲଣ୍ଡଠାରୁ ହାରିଥିଲା। ଏବେ କିନ୍ତ ଏକ ଭିନ୍ନ ପ୍ରକାର ଭାରତୀୟ ଦଳକୁ ଇଂଲଣ୍ଡ ଭେଟିବାକୁ ଯାଉଛି। ଗତ ବିଶ୍ୱକପ୍‌ ସେମିଫାଇନାଲ ପରାଜୟ ପରେ ଆମେ ଏକ ୟୁନିଟ୍‌ ଭାବେ ଖେଳିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ଭାରତୀୟ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି। ଆମେ ମଧ୍ୟ ସଂଘବଦ୍ଧ ଭାବେ ଖେଳିବାରେ ସଫଳ ହୋଇଛୁ। ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କ ଉପରେ ଦଳ ନିର୍ଭରଶୀଳ ହୋଇ ରହିନାହିଁ। ଏବେକାର ୭ ଖେଳାଳି ୨୦୧୮ ସେମିଫାଇନାଲ ଖେଳିଥିଲେ। ଏଥର ଏହି ଖେଳାଳିମାନେ ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ହରମନପ୍ରୀତ କୌର କହିଛନ୍ତି।
ଏହାପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ବିଜୟରୁ ଭାରତ ଏବେ ପ୍ରେରଣା ନେଇପାରିବ। ଫର୍ମ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ ଖେଳାଳିମାନେ ବେଶ୍‌ ଆଗରେ ରହିଛନ୍ତି। ଟିଏଜ୍‌ ସେନସେସନ ଶେଫାଳି ବର୍ମା ଟୁର୍ନାମେଣ୍ଟରେ ୪ଟି ଇନିଂସରୁ ୧୬୧ ରନ ସଂଗ୍ରହ କରିଛନ୍ତି। ଏଥିସହିତ ସେ ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ମଧ୍ୟ ଉଠିଛନ୍ତି। ୧୬ ବର୍ଷୀୟା ଶେଫାଳି ୪୦.୨୫ ରନ ହାରରେ ସର୍ବାଧିକ ରନ୍‌ ସଂଗ୍ରହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ନାଟାଲି ସ୍କିଭର ୨୦୨ ଓ ହିଦର ନାଇଟ୍‌ ୧୯୩ ରନ ସଂଗ୍ରହ କରି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ଫାଷ୍ଟ ଡାଉନ୍‌ରେ ବ୍ୟାଟିଂ କରିବାକୁ ଆସୁଥିବା ଜେମିମା ରୋଡ୍ରିଗୁଏଜ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ବଡ଼ ସ୍କୋର ହାସଲ କରି ନ ଥିଲେ ମଧ୍ୟ ସେ ଉପଯୋଗୀ ବ୍ୟାଟିଂ କରି ବ୍ୟକ୍ତିଗତ ସର୍ବାଧିକ ୩୪ ରନସଂଗ୍ରହ କରିଛନ୍ତି। ମିଡଲ ଅର୍ଡରରେ ବେଦା କ୍ରିଷ୍ଣମୁର୍ତ୍ତୀ, ଶିଖା ପାଣ୍ଡେ ଓ ରାଧା ଯାଦବ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛନ୍ତି। ତେବେ ସବୁଠାରୁ ଅଭିଜ୍ଞ ଖେଳାଳି ଅଧିନାୟିକା ହରମନପ୍ରୀତ ଓ ଓପନର ସ୍ମୃତି ମାନ୍ଧନା ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ସେମିରେ ଏହି ଦୁଇ ଖେଳାଳି ଦୃଢ଼ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ବୋଲିଂରେ ଲେଗ୍‌ ସ୍ପିନର ପୁନମ ଯାଦବ ୪ଟି ମ୍ୟାଚ୍‌ରୁ ୯ ଉଇକେଟ ହାସଲ କରି ତାଲିକାର ଶୀର୍ଷରେ ରହିଛନ୍ତି। ଶିଖା ପାଣ୍ଡେ ୪ଟି ମ୍ୟାଚ୍‌ରୁ ୭ ଉଇକେଟ ଅକ୍ତିଆର କରି ପୁନମ୍‌ଙ୍କୁ ଆବଶ୍ୟକିୟ ସହାୟତା ପ୍ରଦାନ କରିଛନ୍ତି।
ଅପରପକ୍ଷରେ ଗ୍ରୁପ୍‌ ବି’ରେ ଇଂଲଣ୍ଡ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିକୁ ଉଠିଛି। ବ୍ୟାଟିଂ ହେଉଛି ଇଂଲଣ୍ଡର ବଳ। ନାଟାଲି ୬୭.୩୩ ରନ ହାରରେ ୨୦୨ ରନ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି। ଭାରତୀୟ ବୋଲର ନାଟାଲିଙ୍କୁ ରୋକିବା ଜରୁରୀ ହୋଇପଡିଛି। ବୋଲିଂ ବିଭାଗରେ ଇଂଲଣ୍ଡ ଦଳରେ କେତେକ କ୍ୱାଲିଟି ବୋଲର ରହିଛନ୍ତି। ବାମହାତୀ ସ୍ପିନର ସାଫି ଏକଲେଷ୍ଟୋନ ୮ ଓ ଦ୍ରୁତ ବୋଲର ଅନ୍ୟା ଶ୍ରୁବୋସଲେ ୭ ଉଇକେଟ ନେଇ ବୋଲି ତାଲିକରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗୁଏଜ, ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ଶିଖା ପାଣ୍ଡେ, ପୁନମ ଯାଦବ, ଦୀପ୍ତି ଶର୍ମା, ବେଦା କ୍ରଷ୍ଣମୁର୍ତ୍ତୀ, ତାନିୟା ଭାଟିଆ (ଉଇକେଟକିପର), ରାଧା ଯାଦବ, ଅରୁନ୍ଧତି ରେଡ୍ଡୀ, ହରଲୀନ ଦେଓଲ, ରାଜେଶ୍ୱରରୀ ଗାଏକ୍ୱାଡ. ରିଚା ଘୋଷ ଓ ପୂଜା ବସ୍ତ୍ରକାର।
ଇଂଲଣ୍ଡ ଦଳ: ହିଦର ନାଇଟ୍‌ (ଅଧିନାୟିକା), ଟାମି ବିଉମାଉଣ୍ଟ, କାଥେରାଇନ ବ୍ରଣ୍ଟ, କେଟ କ୍ରସ୍‌, ଫ୍ରେୟା ଡେଭିସ୍‌, ସୋଫି ଇକ୍ଲେଷ୍ଟୋନ, ଜର୍ଜିଆ ଏଲଓ୍ବିସ୍‌, ସାରା ଗ୍ଲେନ, ଏମି ଜୋନ୍ସ, ନାଟାଲି ସ୍କିଭର, ଅନ୍ୟ ଶ୍ରୁବୋସ୍‌ଲେ, ମାଡି ଭିଲ୍ଲିଏର୍ସ, ଫ୍ରାନ୍‌ ଓ୍ବିଲସନ, ଲଉରେନ ଓ୍ବିନ୍‌ଫିଲ୍ଡ ଓ ଡାନ୍ନି ଓ୍ବାଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri