Posted inଖେଳ

ଆଇସିସି କ୍ରିକେଟ ବିଶ୍ୱକପ୍‌: ଓ୍ବେଷ୍ଟଇଣ୍ଡିଜର ବିଜୟ ଅଭିଯାନ

ନଟିଂହାମ,୧।୬(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ୍‌ ୨୧୮ଟି ବଲ ବାକିଥାଇ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ପୂରା ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ପୂର୍ବରୁ ୨ଥର ଚାମ୍ପିୟନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସମ୍ପୂର୍ଣ୍ଣ ଏକପାଖିଆ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୨୧.୪ ଓଭରରେ ମାତ୍ର ୧୦୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିସ୍‌ ଗେଲ୍‌ଙ୍କ ୫୦ ରନର ଅର୍ଦ୍ଧଶତକୀୟ ପାଳି ବଳରେ ୧୩.୪ ଓଭରରେ ୩ ଉଇକେଟ ହରାଇ ୧୦୮ ରନ କରି ବିଜୟ ହାସଲ କରିଛି। ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ପାଇଁ ଏହା ସର୍ବବୃହତ ପରାଜୟ ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍‌ ୨୨ ବର୍ଷୀୟ ଯୁବ ଦ୍ରୁତ ବୋଲର ଓଶେନ ଥୋମାସ ୫.୪ ଓଭର ବୋଲିଂ କରି ମାତ୍ର ୨୭ ରନ ବ୍ୟୟ କରିବା ସହ ମୂଲ୍ୟବାନ ୪ ଉଇକେଟ ନେଇ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଓ୍ବେଷ୍ଟଇଣ୍ଡିଜ ୨ ପଏଣ୍ଟ ହାସଲ କରିଛି।
୧୦୬ ରନ ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ଆରମ୍ଭରୁ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲା। ବିସ୍ଫୋରକ ଅଭିଜ୍ଞ ଓପନର କ୍ରିସ୍‌ ଗେଲ୍‌ ୬ ଚୌକା ଓ ୩ ଛକା ସହ ୫୦ ରନକରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ୧୧ ଓ ଡ୍ବେନ ବ୍ରାଭୋ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୩ଟି ଯାକ ଉଇକେଟ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଆମୀର ଅକ୍ତିଆର କରିଥିଲେ। ନିକୋଲାସ ପୁରାନ ୧୯ ବଲରୁ ୪ ଚୌକା ଓ ୨ ଛକା ସହ ୩୪ ରନ ଓ ଶିମରନ ହେଟମେୟର ୭ ରନ କରି ଅପରାଜିତ ରହିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଓ୍ବାହାବ ରିୟାଜଙ୍କ ବଲ୍‌କୁ ସ୍କୋୟାର ଲେଗ୍‌ ବାଉଣ୍ଡାରୀ ଉପରେ ଏକ ବଡ଼ ଛକା ମାରି ପୁରାନ ଦଳକୁ ଜିତାଇଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନର ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ସାମନା କରିପାରି ନ ଥିଲା। ଦଳର ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫକାର ଜମାନ ୨୨, ବାବର ଆଜମ ୨୨, ମହମ୍ମଦ ହାଫିଜ୍‌ ୧୬ ଓ ଓ୍ବାହାବ ରିୟାଜ ୧୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇମାମ ଉଲ ହକ ୨, ହାରିସ ସୋହେଲ ୮, ଅଧିନାୟକ ସର୍ଫରାଜ ଅହମ୍ମଦ ୮, ଇମାଦ ଓ୍ବାସିମ ୧, ହାସନ ଅଲି ୧ ରନ କରି ଆଉଟ ହୋଇଥିବା ବେଳେ ଶଦାବ ଖାଁ ଖାତା ଖୋଲି ପାରି ନ ଥିଲେ। ଆମୀର ୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ୍‌ ତରଫରୁ ଓଶେନ ଥୋମାସ ସର୍ବାଧିକ ୪, ହୋଲ୍ଡର ୩, ଆନ୍ଦ୍ରେ ରସେଲ ୨ ଓ ଶେଲଡନ କୋଟ୍ରେଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଆମ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ଆମୀରଙ୍କୁ ବାଦ ଦେଲେ ପାକିସ୍ତାନର ଅନ୍ୟ ସମସ୍ତ ଖେଳାଳିମାନେ ବିଫଳ ହୋଇଛନ୍ତି। ଏହି ମ୍ୟାଚ୍‌ରେ ପାକିସ୍ତାନର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି। ପୂର୍ବରୁ ପାକିସ୍ତାନର ସର୍ବନିମ୍ନ ବିଶ୍ୱକପ୍‌ ସ୍କୋର ୭୪ ରହିଥିଲା। ୧୯୯୨ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ଏହି ସ୍କୋରରେ ଅଲଆଉଟ ହୋଇଥିଲା। ଦଳର ବ୍ୟାଟିଂ ନୈରାଶ୍ୟଜନକ ଥିଲା ଓ ଓ୍ବେଷ୍ଟଇଣ୍ଡିଜ ଅପେକ୍ଷାକୃତ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲା ବୋଲି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୨୧.୪ ଓଭରରେ ୧୦୫ ଅଲଆଉଟ
(ଜମାନ- ୨୨, ବାବର- ୨୨, ହାଫିଜ- ୧୬, ରିଆଜ- ୧୮, ଥୋମାସ- ୪/୨୭, ହୋଲ୍ଡର- ୩/୪୨, ରସେଲ- ୨/୪, କୋଟ୍ରେଲ- ୧/୧୮)।
ଓ୍ବେଷ୍ଟଇଣ୍ଡିଜ ୧୩.୪ ଓଭରରେ ୧୦୮/୩
(ଗେଲ- ୫୦, ପୁରାନ- ୩୪*, ଆମୀର- ୩/୨୬ )।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri