ମୁମ୍ବାଇ, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ସଂକ୍ରାନ୍ତରେ ଭାରତ ସରକାର ହିଁ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କୌଣସି ଭୂମିକା ରହିବ ନାହିଁ। ବୋର୍ଡ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବ ନାହିଁ। କରୋନା ଭାଇରସ ମହମାରୀକୁ କିଭଳି ନିୟନ୍ତ୍ରଣ କରାଯାଇଛି ତାହା ଉପରେ ଆଇପିଏଲ୍ର ଭାଗ୍ୟ ନିର୍ଭର କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସର୍ବସାଧାରଣଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ। ଯଦି ଏ ନେଇ କୌଣସ ବିପଦ ନ ଥାଏ ତାହାଲେ ଆଇପିଏଲ୍ ଆୟୋଜନ ନେଇ ନିଷ୍ପତ୍ତି ନିଆଯିବ। ମହମାରୀର ସ୍ଥିତିକୁ ମଧ୍ୟ ଆକଳନ କରାଯିବ। ଯଦି ସବୁକିଛି ଠିକ୍ଠାକ୍ ଲାଗେ ତାହାଲେ ସରକାର ଏହି ଲିଗ୍ ନେଇ ନିଷ୍ପତ୍ତି ନେବେ ବୋଲି ରିଜିଜୁ ରବିବାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍କାର ଦେବା ଅବସରରେ କହିଛନ୍ତି। ଆମେ ପ୍ରକୃତରେ କୋଭିଡ-୧୯ ବିପକ୍ଷରେ ଲଢେଇ କରୁଛୁ। ଆଇପିଏଲ ଭଳି କ୍ରୀଡ଼ା ଇଭେଣ୍ଟ ଆୟୋଜନ ପାଇଁ ସାରା ଦେଶକୁ ବିପଦରେ ପକାଇବୁ ନାହିଁ। ଟି୨୦ ବିଶ୍ୱକପ୍ ଆୟୋଜନ ନ ହେଲେ ଅକ୍ଟୋବର- ନଭେମ୍ବରରେ ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ କହିଥିଲା। ଆଇପିଏଲ୍ ସହିତ ୫୩୦ ମିଲିୟନ ଆମେରିକୀୟ ଡଲାର ସାମିଲ ରହିଛି। ତେଣୁ ଏହା କେବଳ ବିସିସିଆଇ ନୁହଁ ସାରା ବିଶ୍ୱର କ୍ରିକେଟର ଓ ସେମାନଙ୍କ ବୋର୍ଡ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି।
ମହିଳା ସୁରକ୍ଷା ଆଇନ, ବାଲ୍ୟବିବାହ, ଶିଶୁ ଶ୍ରମିକ ଆଇନକୁ ଗୁରୁତ୍ୱ
ଦାରିଙ୍ଗବାଡି,୨୪।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସାରିଙ୍ଗିଇର୍ପି ଠାରେ ରହିଥିବା ପାଳକ ସଙ୍ଘର ସଭାଗୃହଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲା…
ଆସିଲା ମହିଳା ଟି୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍
ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…
ପ୍ରାଇଭେଟ କର୍ମଚାରୀଙ୍କ ମଉଜ, ଏତେ ବଢିକି ଆସିବ ଦରମା…
ନୂଆଦିଲ୍ଲୀ,୨୪।୨: ଘରୋଇ କର୍ମଚାରୀଙ୍କ ପାଇଁ ଖୁସି ଖବର। ଭାରତରେ ଦରମା ବୃଦ୍ଧି 2026 ରେ 9.1% ହେବ ବୋଲି ଆକଳନ କରାଯାଇଛି, ଯାହା 2025 ରେ ରେକର୍ଡ…
ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସିଥିଲେ , ୩ ଲକ୍ଷ ଟଙ୍କାର ସୁନା ନେଇ ପ୍ରେମିକ ସାଙ୍ଗରେ ଫେରାର
ବଲାଙ୍ଗୀର,୨୪।୨(ସୁନିଲ କୁମାର ମହାନ୍ତି): ବାହାଘରର ୧୦ ଦିନ ପରେ ପ୍ରେମିକ ସହ ନବବଧୂ ଫେରାର। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ । ବାହାଘରର…
ଭିନ୍ନକ୍ଷମ ଯୁବତୀ ୬ ମାସର ଗର୍ଭବତୀ
କୁଆଁରମୁଣ୍ଡା,୨୪ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ଗାଈ ଚରାଳି ଭିନ୍ନକ୍ଷମ ୧୯ ବର୍ଷୀୟା ଯୁବତୀ ୬ ମାସର ଗର୍ଭବତୀ ହେବା ଅଭିଯୋଗରେ…
ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଟଙ୍କଧର: କହିଲେ ନୂଆପଡ଼ାରୁ ମିଳିଲା ଜବାବ
ଭୁବନେଶ୍ୱର,୨୪।୨: ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୋଲା ଆହ୍ବାନ ଦେଇଛନ୍ତି। ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ବୋଲି ଟଙ୍କଧର ଆହ୍ବାନ ଦେଇଛନ୍ତି। ବିଜେଡି ଶାସନରେ…
ଟୁଇନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା : ୩ ଘଣ୍ଟିଆ ୱାର୍ନିଂ
ଭୁବନେଶ୍ୱର,୨୪।୨: ଟୁଇନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ନିଂ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତିି। ଅନ୍ୟପକ୍ଷେ ପୁରୀ, ମୟୂରଭଞ୍ଜ,…
୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା
ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…
Archives

