ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଚଳିତ ଆର୍ଥିକବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଆଗତ ଅତିରିକ୍ତ ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ ହୋଇଥିଲା। ପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖର୍ଚ୍ଚଦାବି ସମ୍ପର୍କିତ ଆଲୋଚନା ଓ ଗୃହୀତ ହେବା ପାଇଁ ପ୍ରସ୍ତାବ ଆଣିଥିଲେ। ଏହି ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ମୁକେଶ ମହାଲିଙ୍ଗ, ସନାତନ ବିଜୁଳି, ସୁକାନ୍ତ ନାୟକ, ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ ପାତ୍ର, ପ୍ରଶାନ୍ତ ମୁଦୁଲି ଏବଂ ରମେଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରଶାସନିକ ବ୍ୟୟ ବାବଦକୁ ୫୭,୪୬,୩୨,୦୦୦ ଟଙ୍କା ଏବଂ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୯୮,୪୪,୫୫,୦୦୦ ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଥିଲା। ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ବିଭାଗୀୟ ଆଲୋଚନା ସମୟରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ସଭ୍ୟମାନେ ଖର୍ଚ୍ଚଦାବି ଗୃହୀତ ହେବା ପୂର୍ବରୁ କକ୍ଷତ୍ୟାଗ କରିଥିଲେ।
ଆଲୋଚନା ଆରମ୍ଭ କରି ପ୍ରଦୀପ୍ତ କହିଥିଲେ ଯେ ରାଜ୍ୟରେ ହେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ହେଉନାହିଁ। ୫-ଟି ମନ୍ତ୍ର କଥା କୁହାଯାଉଛି। ହେଲେ ବଡ ଅପରାଧରେ ଏହି ବୈଷୟିକ ଜ୍ଞାନ(ଟେକ୍ନୋଲୋଜି) ବ୍ୟବହାର କରି ପ୍ରକୃତ ଅପରାଧୀଙ୍କୁ ଛାଡିଦିଆଯାଉଛି। କୁନ୍ଦୁଲି ଏବଂ ପିପିଲି ବେବିନା ଘଟଣାରେ ପୀଡିତା ଉପଯୁକ୍ତ ନ୍ୟାୟ ପାଇଲେ ନାହିଁ। ରାଜସ୍ବ ଆଦାୟ ନାଁରେ ମଦ ବୃଦ୍ଧିକୁ ପ୍ରଶ୍ରୟ ଦିଆଯାଉଛି। ପୋଲିସ ଛାଉଣୀ ଥିବା ରଥଯାତ୍ରା ସମୟରେ ବଳାତ୍କାର କରାଯିବା ଦୃଷ୍ଟାନ୍ତ ଉଦାହରଣ ରହିଛି। ସରକାର ସ୍ପଷ୍ଟ ଉତ୍ତର ରଖୁ ନ ଥିଲେ ମଧ୍ୟ ତଥ୍ୟ ରାଜ୍ୟରେ ଅପରାଧ ବୃଦ୍ଧି ନେଇ ସ୍ପଷ୍ଟଚିତ୍ର ଦେଉଛି। କେବଳ ଚଳିତ ବର୍ଷ ରିପୋର୍ଟକୁ ଆଧାର କଲେ ୫୬୩ ହତ୍ୟା, ୯୩୭ ବଳାତ୍କାର ଓ ୩୬୦୯ ଚୋରି ଘଟଣା ଘଟିଛି। ୨୦୧୮ରେ ୧୦୭୪୦୮ ଅପରାଧ ପଞ୍ଜୀକୃତ ହୋଇଛି। କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରାଜ୍ୟ ଗୃହ ବିଭାଗ ପାଇଁ ଏକ କଳାଦିନ ଥିଲା ବୋଲି ପ୍ରଦୀପ୍ତ କହିଥିଲେ। କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ ଶୃଙ୍ଖଳିତ ଶାସନ ଦେବା ଅପେକ୍ଷା ସରକାର ନିର୍ବାଚନ ଜିତିବା ଉପରେ ଗୁରୁତ୍ୱ ଦେଉଛନ୍ତି। ବିଧାନସଭାରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ନେଇ ପ୍ରଶ୍ନ କରାଗଲେ ଉତ୍ତର ମିଳୁନାହିଁ। ଯଦି ଅଧିକାରୀଙ୍କ ବିରୋଧରେ ରହିଥିବା ଆପରାଧିକ ପରିସଂଖ୍ୟାନ ନାହିଁ, ତେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବାର କୌଣସି ନୈତିକତା ଥିବା ମନେ ହୁଏ ନାହିଁ। ୨୦୧୭ରୁ ଅପରାଧ ସମ୍ପର୍କରେ ପ୍ରଶ୍ନ ପଚରାଯାଉଥିଲେ ବି ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ମିଳୁଛି। ଏପରି ଲକ୍ଷଣ ସଂସଦୀୟ ଗଣତନ୍ତ୍ର ପରମ୍ପରା ନୁହେଁ। ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ପକ୍ଷରୁ ଦାୟର ହୋଇଥିବା ବିଭିନ୍ନ ମାମଲାରେ ଦଣ୍ଡବିଧାନ ହାର ନୈରାଶ୍ୟଜନକ ରହିଛି। ପୋଲିସ ମହାନିର୍ଦ୍ଦେଶକ ପଦରେ ରହିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଉଛି। ଏହା କ’ଣ ସତର୍କଘଣ୍ଟି ନୁହେଁ କି ବୋଲି ନରସିଂହ ପ୍ରଶ୍ନ କରିଥିଲେ। ସନ୍ତୋଷ ସିଂ ସାଲୁଜା ଅଧିକାରୀଙ୍କ ଜମି ଦୁର୍ନୀତି ଏବଂ ବିଦାୟୀ ପୋଲିସ ମହାନିର୍ଦ୍ଦେଶକ ବି.କେ. ଶର୍ମାଙ୍କ ମିଥ୍ୟା ସତ୍ୟପାଠ ପ୍ରସଙ୍ଗ ଉଠାଇଥିଲେ। ଅମର ଶତପଥୀ ଓଡ଼ିଶାର ଆଇନ ଶୃଙ୍ଖଳା ଅନ୍ୟ ରାଜ୍ୟ ତୁଳନାରେ ଉତ୍ତମ ଥିବା ମନ୍ତବ୍ୟ ରଖିଥିଲେ। ଗୃହ ବିଭାଗ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଏଣ୍ଡ ପିଜି)ର ମଧ୍ୟ ଖର୍ଚ୍ଚଦାବି ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri