Posted inଜାତୀୟ

ଆଇଏସ୍‌ଆଇ ଏଜେଣ୍ଟ୍‌ ହନିଟ୍ରାପ୍‌ ମାୟାରେ ଭାରତୀୟ ସେନା କର୍ମଚାରୀ

ନୂଆଦିଲ୍ଲୀ,୧୩।୭: ଫେସ୍‌ବୁକ୍‌ରେ ହାଏ ହାଲୋ ପରେ ଭାରତୀୟ ସେନା କର୍ମଚାରୀଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ମୁଭମେଣ୍ଟ୍‌ ସମ୍ପର୍କରେ ତଥ୍ୟ ଚୋରାଇ ନେଉଛି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ସୁନ୍ଦରୀ ଏଜେଣ୍ଟ୍‌। ଇତିମଧ୍ୟରେ କିଛି ସେନା କର୍ମଚାରୀ ଏହି ଏଜେଣ୍ଟର ହନିଟ୍ରାପ୍‌ରେ ଫଶିଛନ୍ତି। ଏବେ ଭାରତୀୟ ସେନା ଯବାନ ରବୀନ୍ଦ୍ର ଯାଦବ ଏହାର ଜାଲରେ ଫଶିଥିବା ଜଣାପଡ଼ିଛି। ଏହି ଏଜେଣ୍ଟ୍‌ର ନାମ ହେଉଛି ଅନିକା ଚୋପ୍ରା। ଏହି ଫେକ୍‌ ନାମ ଜରିଆରେ ଆଇଏସ୍‌ଆଇ ଭାରତୀୟ ସେନା କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଥିବା କୁହାଯାଉଛି। ପୂର୍ବରୁ ଚଳିତବର୍ଷ ଜାନୁୟାରୀରେ ରାଜସ୍ଥାନ ଜୈସଲମେର୍‌ରେ ମୁତୟନ ଥିବା ସୋମବୀରଙ୍କୁ ଗିରଫ କରାଯାଇଥିଲା। ସେ ପ୍ରତିଦିନ ଅନିକାଙ୍କ ସହିତ ଫେସବୁକ୍‌ରେ ଯୋଗାଯୋଗରେ ରହୁଥିଲେ। ତାଙ୍କଠାରୁ କେତେକ ଗୁପ୍ତତଥ୍ୟ ଅନିକା ହାସଲ କରିଥିବା ଜଣାପଡ଼ିଥିଲା। ସେହିପରି ୨୦୧୮ ଫେବୃୟାରୀରେ ୫୧ ବର୍ଷ ବୟସ୍କ ଭାରତୀୟ ବାୟୁସେନା କ୍ୟାପଟେନ୍‌ ଅରୁଣ ମାରବାହାଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ ମାମଲାରେ ଗିରଫ କରାଯାଇଥିଲା। ଅନିକା ରୋହତକ୍‌ର ସେନା ଯବାନ ଗୌରବ ଏବଂ ପଠାଣକୋଟରେ ମୁତୟନ ଥିବା ଏୟାରମ୍ୟାନ୍‌ ସୁନୀଲ କୁମାରଙ୍କୁ ମଧ୍ୟ ହନିଟ୍ରାପ୍‌ କରିଥିଲେ। ଏହାପୂର୍ବରୁ ସିକନ୍ଦରାବାଦ୍‌ରେ ମୁତୟନ ଥିବା ନାଏବ୍‌ ସୁବେଦାର ପାଟନ କୁମାର ପୋଦାର ମଧ୍ୟ ଅନିକାଙ୍କ ମାୟା ଜାଲରେ ପଡ଼ି କେତେକ ଗୁପ୍ତ ତଥ୍ୟ ହସ୍ତାନ୍ତର କରିଥିଲେ। ଏହା ବଦଳରେ ପାଟନ କୁମାରଙ୍କ ପାଖକୁ କେତେକ ଅଶ୍ଳୀଳ ଫଟୋ ଅନିକା ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସହ ଫୋନ୍‌ରେ କଥା ହେଉଥିବା ଦେଖି ଝିଅର ଚୁଟିକାଟି ହାତୁଡ଼ିରେ ହାତପାଦ ଛେଚିଲେ ପିତା

ବରେଲି,୯।୬: ଉତ୍ତର ପ୍ରଦେଶର ବରେଲିରେ ଏକ ଲୋମ ଟାଙ୍କୁର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଇଜ୍ଜତନଗରରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଫୋନ୍‌ରେ...

କେଜରିଓ୍ବାଲଙ୍କ ଲୋକପ୍ରିୟତା: ବିବାହ ନିମନ୍ତ୍ରଣ କାର୍ଡରେ ବି ଛପାଗଲା ନାମ

ଯୋଧପୁର,୧୭।୨: ତୃତୀୟଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। ରାଜସ୍ଥାନ ଯୋଧପୁରର ବାଲେସର ଅଞ୍ଚଳର...

ଫଡ୍‌ନବିସଙ୍କୁ ଗୃହ, ଅର୍ଥ

ମୁମ୍ବାଇ,୧୫।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଗୃହ, ଅର୍ଥ ଏବଂ ଯୋଜନା ବିଭାଗ...

ଆମ୍ବୁଲାନ୍ସ ନ ମିଳିବାରୁ ପୁଅର ମୃତଦେହକୁ ବ୍ୟାଗରେ ନେଲେ ବାପା

କାଟିହାର (ବିହାର),୭।୩ : ବିହାରର କାଟିହାର ଜିଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ୧୩ ବର୍ଷର ପୁଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା...

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ...

ଗେହଲଟ-ପାଇଲଟଙ୍କୁ ପରାମର୍ଶ ଦେଲେ ଥରୁର…

ଜୟପୁର,୨୧।୧ : କଂଗ୍ରେସ ନେତା ଶଶି ଥରୁର ଶନିବାର କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର କିଛି ନା କିଛି ଗୋଷ୍ଠୀ କନ୍ଦଳ ରହିଛି। କିନ୍ତୁ...

ଉପେନ୍ଦ୍ର କୁଶଓ୍ବାହାଙ୍କୁ Y+ ସୁରକ୍ଷା

ପାଟନା,୯।୩: ଜେଡିୟୁରୁ ଇସ୍ତଫା ଦେଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ Y+ ସୁରକ୍ଷା ମିଳିଛି।...

ଲତା ମଙ୍ଗେସକର ଅସୁସ୍ଥ

ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ...

Advertisement
Archives

Model This Week