ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏହି ରାଜିନାମା ସ୍ବାକ୍ଷର କରିଥିଲେ। ବିଭିନ୍ନ ଦେଶ ମଧ୍ୟରେ ଅସ୍ତ୍ର ବ୍ୟବସାୟକୁ ନିୟନ୍ତ୍ରଣ କରିବା ଥିଲା ଏହି ଚୁକ୍ତିନାମାର ଉଦ୍ଦେଶ୍ୟ। ତେବେ ଏହାକୁ ଭୁଲ୍‌ ଢଙ୍ଗରେ ପରିଚାଳନା କରାଯାଉଥିବା ଟ୍ରମ୍ପ ନ୍ୟାଶନାଲ୍‌ ରାଇଫଲ ଆସୋସିଏଶନ୍‌ (ଏନ୍‌ଆର୍‌ଏ)ର ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ସେ ବନ୍ଧୁକ ଅଧିକାର ଲାଗି ସଂଘର୍ଷ କରିବେ ବୋଲି ପ୍ରତିଜ୍ଞା କରିବା ସହ ତାଙ୍କର ପୁନଃ ନିର୍ବାଚନ ଦୌଡ଼ରେ ସହଯୋଗ ଲାଗି ଦେଶର ବନ୍ଧୁକ ସପକ୍ଷବାଦୀ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।
ଅନ୍ତର୍ଜାତୀୟ ବନ୍ଧୁକ ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ଥିବାବେଳେ ଅସ୍ତ୍ର ଧାରଣ ଅଧିକାର ସମ୍ପର୍କିତ ଦ୍ୱିତୀୟ ସଂଶୋଧନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଏନ୍‌ଆର୍‌ଏ ପକ୍ଷରୁ କୁହାଯାଇଛି। ଏହି ରାଜିନାମାକୁ ମଞ୍ଜୁର ନ କରିବା ଲାଗି ଆମେରିକା ସିନେଟକୁ କହିବେ ବୋଲି ଟ୍ରମ୍ପ ଏନ୍‌ଆରଏକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ବିଶ୍ୱର ସର୍ବବୃହତ ଅସ୍ତ୍ର ରପ୍ତାନିକାରୀ ହୋଇଥିବାବେଳେ ଏହା ପଛକୁ ରହିଛି ରୁଷିଆ। ତେବେ ରୁଷିଆଠାରୁ ଆମେରିକାର ଅସ୍ତ୍ର ବିକ୍ରି ୫୮ ପ୍ରତିଶତ ଅଧିକ। ତାଙ୍କ ପ୍ରଶାସନରେ ଆମେରିକାର ସାର୍ବଭୌମତ୍ୱକୁ କାହା ନିକଟରେ ନଇଁବାକୁ କଦାପି ଦେବେନାହିଁ ବୋଲି ଟ୍ରମ୍ପ କହିଛନ୍ତି।
ଉକ୍ତ ଚୁକ୍ତିନାମା ଦାୟିତ୍ୱହୀନ ଅସ୍ତ୍ର ହସ୍ତାନ୍ତର ସମସ୍ୟାର ସମାଧାନ କରିବାରେ ବାସ୍ତବରେ ବିଫଳ ହୋଇଥିବା ହ୍ବାଇଟ୍‌ହାଉସ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କାରଣ ରୁଷିଆ, ଚାଇନା ଭଳି ବଡ଼ ଅସ୍ତ୍ର ବ୍ୟବସାୟୀମାନେ ଏହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ଘୋଷଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାନବାଧିକାର ସଂଗଠନ ଏହାକୁ ନିନ୍ଦା କରିଛି। ଟ୍ରମ୍ପ୍‌ ମୁକ୍ତ ବିଶ୍ୱର ନେତା ନୁହନ୍ତି, ଏହା ତାଙ୍କ ବିବୃତିରୁ ସ୍ପଷ୍ଟ ହୋଇଯାଇଛି ବୋଲି ବ୍ରିଟେନର ଛାୟା ବୈଦେଶିକ ସଚିବ ଏମିଲି ଥର୍ନବେରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବଡ଼ ଖୁଲାସା: କହିଲେ ବିଦେଶୀ ଛାତ୍ରମାନଙ୍କୁ ନିଷେଧ କଲେ ବନ୍ଦ ହୋଇପାରେ…

ଓ୍ବାଶିଂଟନ,୧୨ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବିଦେଶୀ ଛାତ୍ରମାନଙ୍କୁ ପଢ଼ିବାକୁ ଅନୁମତି ଦେବା ପାଇଁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହା କେବଳ...

ବିଶ୍ୱର ନୂଆ ଧନୀ ଲିଷ୍ଟ ଜାରି: ଜାଣନ୍ତୁ ନମ୍ବର-୧ କିଏ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଲୁଇସ ଭୁଇଟନ ଏବଂ ଟିଫାନି ଆଣ୍ଡ କୋ ଭଳି କମ୍ପାନୀର ପ୍ରତିନିଧିମାନେ ନିଜ ପାଇଁ ଏକ...

ବୁକର୍‌ ପୁରସ୍କାର ଘୋଷଣା: ଏହି ବ୍ୟକ୍ତିଙ୍କୁ ମିଳିଲା…

ଲଣ୍ଡନ୍‌,୧୨ା୧୧:ହଙ୍ଗେରୀୟ-ବ୍ରିଟିଶ୍‌ ଲେଖକ ଡାଭିଡ୍‌ ଜାଲେ ଭାରତୀୟ ଔପନ୍ୟାସିକା କିରନ୍‌ ଦେଶାଇଙ୍କୁ ପଛରେ ପକାଇ ୨୦୨୫ ବୁକର୍‌ ପୁରସ୍କାର ବିଜୟୀ ହୋଇଛନ୍ତି। ଲୋକପ୍ରିୟ ଉପନ୍ୟାସ ‘ଫ୍ଲେସ୍‌’ ପାଇଁ...

ଇସ୍ଲାମାବାଦ୍ ଆତ୍ମଘାତୀ ବିସ୍ଫୋରଣ: ଭାରତକୁ ଦୋଷ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୧୧: ଇସ୍ଲାମାବାଦର ଏକ କୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଭାରତକୁ ଦାୟୀ କରିଛନ୍ତି।...

କାର୍‌ ଭିତରେ ଭୟଙ୍କର ବିସ୍ଫୋରଣ: ୧୨ ମୃତ, ଅନେକ ଆହତ

ଇସଲାମାବାଦ,୧୧ା୧୧: ମଙ୍ଗଳବାର ଅପରାହ୍ନରେ ପାକିସ୍ତାନର ରାଜଧାନୀ ଇସଲାମାବାଦର ଜିଲା କୋର୍ଟ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ଅତି କମ୍‌ରେ ୧୨ ଜଣଙ୍କର...

ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି କ’ଣ ଲେଖୁଛି ପାକିସ୍ତାନ ଖବର କାଗଜ? ୧୨ ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ

ଇସଲାମାବାଦ,୧୧।୧୧: ସୋମବାର, ନଭେମ୍ବର ୧୦, ୨୦୨୫ ରେ ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ Hyundai i20 କାରରେ ଏକ ବଡ଼ ବିସ୍ଫୋରଣ ଘଟିବା ପରେ...

୧୧ ବର୍ଷରେ ଚତୁର୍ଥ ଥର ଭୁଟାନ ଗସ୍ତ କରିଛନ୍ତି ମୋଦି, ଜାଣନ୍ତୁ ଏହି ଗସ୍ତର ବିଶେଷତ୍ୱ

ଥିମ୍ପୁ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ ଭୁଟାନକୁ ଦୁଇ ଦିନିଆ ଗସ୍ତରେଯାଇଛନ୍ତି। ତାଙ୍କ ଗସ୍ତ ସମୟରେ, ସେ ଭୁଟାନ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱ ଶାନ୍ତି...

ମୋଦିଙ୍କ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ, ଭାରତ ଉପରେ…

ଓ୍ବାଶିଂଟନ୍‌, ୧୧।୧୧: ଆମେରିକା ଏବଂ ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ପୁନଃସ୍ଥାପିତ କରିବାର ଦାୟିତ୍ୱ ଏବେ ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri