ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏହି ରାଜିନାମା ସ୍ବାକ୍ଷର କରିଥିଲେ। ବିଭିନ୍ନ ଦେଶ ମଧ୍ୟରେ ଅସ୍ତ୍ର ବ୍ୟବସାୟକୁ ନିୟନ୍ତ୍ରଣ କରିବା ଥିଲା ଏହି ଚୁକ୍ତିନାମାର ଉଦ୍ଦେଶ୍ୟ। ତେବେ ଏହାକୁ ଭୁଲ୍‌ ଢଙ୍ଗରେ ପରିଚାଳନା କରାଯାଉଥିବା ଟ୍ରମ୍ପ ନ୍ୟାଶନାଲ୍‌ ରାଇଫଲ ଆସୋସିଏଶନ୍‌ (ଏନ୍‌ଆର୍‌ଏ)ର ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ସେ ବନ୍ଧୁକ ଅଧିକାର ଲାଗି ସଂଘର୍ଷ କରିବେ ବୋଲି ପ୍ରତିଜ୍ଞା କରିବା ସହ ତାଙ୍କର ପୁନଃ ନିର୍ବାଚନ ଦୌଡ଼ରେ ସହଯୋଗ ଲାଗି ଦେଶର ବନ୍ଧୁକ ସପକ୍ଷବାଦୀ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।
ଅନ୍ତର୍ଜାତୀୟ ବନ୍ଧୁକ ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ଥିବାବେଳେ ଅସ୍ତ୍ର ଧାରଣ ଅଧିକାର ସମ୍ପର୍କିତ ଦ୍ୱିତୀୟ ସଂଶୋଧନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଏନ୍‌ଆର୍‌ଏ ପକ୍ଷରୁ କୁହାଯାଇଛି। ଏହି ରାଜିନାମାକୁ ମଞ୍ଜୁର ନ କରିବା ଲାଗି ଆମେରିକା ସିନେଟକୁ କହିବେ ବୋଲି ଟ୍ରମ୍ପ ଏନ୍‌ଆରଏକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ବିଶ୍ୱର ସର୍ବବୃହତ ଅସ୍ତ୍ର ରପ୍ତାନିକାରୀ ହୋଇଥିବାବେଳେ ଏହା ପଛକୁ ରହିଛି ରୁଷିଆ। ତେବେ ରୁଷିଆଠାରୁ ଆମେରିକାର ଅସ୍ତ୍ର ବିକ୍ରି ୫୮ ପ୍ରତିଶତ ଅଧିକ। ତାଙ୍କ ପ୍ରଶାସନରେ ଆମେରିକାର ସାର୍ବଭୌମତ୍ୱକୁ କାହା ନିକଟରେ ନଇଁବାକୁ କଦାପି ଦେବେନାହିଁ ବୋଲି ଟ୍ରମ୍ପ କହିଛନ୍ତି।
ଉକ୍ତ ଚୁକ୍ତିନାମା ଦାୟିତ୍ୱହୀନ ଅସ୍ତ୍ର ହସ୍ତାନ୍ତର ସମସ୍ୟାର ସମାଧାନ କରିବାରେ ବାସ୍ତବରେ ବିଫଳ ହୋଇଥିବା ହ୍ବାଇଟ୍‌ହାଉସ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କାରଣ ରୁଷିଆ, ଚାଇନା ଭଳି ବଡ଼ ଅସ୍ତ୍ର ବ୍ୟବସାୟୀମାନେ ଏହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ଘୋଷଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାନବାଧିକାର ସଂଗଠନ ଏହାକୁ ନିନ୍ଦା କରିଛି। ଟ୍ରମ୍ପ୍‌ ମୁକ୍ତ ବିଶ୍ୱର ନେତା ନୁହନ୍ତି, ଏହା ତାଙ୍କ ବିବୃତିରୁ ସ୍ପଷ୍ଟ ହୋଇଯାଇଛି ବୋଲି ବ୍ରିଟେନର ଛାୟା ବୈଦେଶିକ ସଚିବ ଏମିଲି ଥର୍ନବେରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଯୁଦ୍ଧ ମଧ୍ୟରେ ଭିଡ଼ିଓ ଜାରି କରି ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘ଜୀବିତ ନାହାଁନ୍ତି ଇରାନର ଟପ କମାଣ୍ଡର’

ଓ୍ବାଶିଂଟନ,୫।୪: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ବିରୁଦ୍ଧରେ କରାଯାଇଥିବା ଏକ ବଡ଼ ଆକ୍ରମଣରେ ଇରାନର ଅନେକ…

ଦ୍ୱିତୀୟ F-15E ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା, ଟ୍ରମ୍ପ କହିଲେ ଆମେ ଆମର ଯୋଦ୍ଧାଙ୍କୁ…

ଓ୍ବାଶିଂଟନ,୫।୪: ଗ୍ରାଉଣ୍ଡ ଅପରେଶନ ସମୟରେ ଆମେରିକା ଏହାର ଦ୍ୱିତୀୟ ପାଇଲଟଙ୍କୁ ଠାବ କରିଛି । ଦେଶରେ ସାମରିକ ଅଭିଯାନ ସମୟରେ ଇରାନ ଦ୍ୱାରା ଏକ ଆମେରିକୀୟ F-15E…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri