ଅସମାହିତ ପ୍ରଶ୍ନ

ଖୋର୍ଦ୍ଧାରେ ବିସ୍ତାର ଲାଭ କରିଆସିଛି ଖଣି ଓ ଡ୍ରଗ୍ସ ମାଫିଆଙ୍କ ବ୍ୟବସାୟ। କେଇଟା ମାସ, ବର୍ଷ ଭିତରେ ସେମାନଙ୍କୁ କୋଟିପତି ଓ ଲକ୍ଷପତି କରି ପକାଇଛି। ବ୍ୟବସାୟକୁ ବଞ୍ଚାଇବା ପାଇଁ ରାଜନୈତିକ ଓ ପ୍ରଶାସନିକ ଢାଲ ସୃଷ୍ଟି କରାଯାଇଥିଲା। ମାସିକ କୋଟା ଓ ଉପହାର ପୋଲିସ ଏବଂ ଅବକାରୀ ବିଭାଗ ମୁହଁରେ ତାଲା ଝୁଲାଇ ଦେଇଥିଲା। ଟିକିଏ ଟିକିଏ କଥାରେ ଫୁଟୁଥିଲା ଗୁଳି, ବୋମା, ବୁଲୁଥିଲା ଭୁଜାଲି ଓ ମାରଣାସ୍ତ୍ର। ଅଭିଯୋଗ କରୁଥିଲେ ମିଳୁ ନ ଥିଲା ସୁଫଳ। ଏଭଳିସ୍ଥଳେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର ଓ ଅଭିଯୁକ୍ତଙ୍କୁ ଗିରଫଦାରି ପୋଲିସ, ଅବକାରୀ ଓ ପ୍ରଶାସନର ସ୍ବଚ୍ଛତାକୁ ପଦାରେ ପକାଇଥିଲା। ଏହି ଘଟଣାରେ ଗିରଫ ଓ ଏନ୍‌କାଉଣ୍ଟର ସଂଖ୍ୟା ବଢ଼ିଚାଲିଥିଲାବେଳେ ଖୋର୍ଦ୍ଧାର ନିଶା ସାମ୍ରାଜ୍ୟର ଅଭିଯୁକ୍ତ ସୁଧାଂଶୁ ପରିଡ଼ା ଓରଫ୍‌ ଛୋଟା ଆମତ୍ସମର୍ପଣ କରି ଜେଲ ଯିବା ଘଟଣା ଚର୍ଚ୍ଚାରେ ରହିଛି। ଛୋଟା ଆମତ୍ସମର୍ପଣ ବେଳେ କୋର୍ଟରେ ଓକିଲ ଓ ଏସ୍‌ଟିଏଫ୍‌ଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରରେ ସରକାରୀ ଜମିରେ ଥିବା ଛୋଟାର କୋଟିଏ ଟଙ୍କାର ଘର ଉଚ୍ଛେଦ ବି ହୋଇଛି। ଏସ୍‌ଟିଏଫ୍‌ର ଚଢ଼ାଉ ପରେ ବେଆଇନ କଳାମୁଗୁନି ପଥର ଖଣିରେ ଲଗାମ ଲାଗିଥିଲେ ହେଁ ଡ୍ରଗ୍ସ କାରବାର ରୋକିବାରେ ସକ୍ଷମ ହୋଇପାରିନାହିଁ। ବ୍ରାଉନସୁଗାର କାରବାର ରୋକିବାକୁ ଖୋର୍ଦ୍ଧା ସ୍ବପ୍ନେଶ୍ୱର ସାହିର ମହିଳା ଅଣ୍ଟା ଭିଡ଼ିଛନ୍ତି। ଏହି ଦୁଇ କାରବାରରେ କେତେଜଣ ପ୍ରତିଷ୍ଠିତ ଲୋକଙ୍କ ସମ୍ପୃକ୍ତି ଥିବାରୁ ଘଟଣା ଶୀତଳଭଣ୍ଡାରକୁ ଫୋପାଡ଼ିବାର ଉଦ୍ୟମ ଚାଲିଛି। ସେହିଭଳି ଜିଲାରେ ଘଟିଥିବା ଆଉ କିଛି ସମ୍ବେଦନଶୀଳ ଘଟଣା ଚିନ୍ତା ସୃଷ୍ଟି କରିଛି। ଭୁବନେଶ୍ୱରର ଏକ ସରକାରୀ ଛାତ୍ରୀ ନିବାସରେ ୪ଜଣ ନାବାଳିକା ଛାତ୍ରୀ ଗର୍ଭବତୀ ହେବାର ଖବର ବିଧାନସଭାରେ ଝଡ଼ ସୃଷ୍ଟି କରିଥିଲା। ଏଭଳି ଘଟଣା ଜିଲାକୁ ବଦନାମ କରିଥିବାବେଳେ ରାଜ୍ୟର ସରକାରୀ ଛାତ୍ରୀନିବାସର ଅନ୍ତେବାସୀ କେତେ ଅସୁରକ୍ଷିତ ତାହା ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଛି। କିନ୍ତୁ ଏଭଳି ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଇପାରିଲାନାହିଁ। ଚିନ୍ତା ବଢ଼ିଲା ଭଳି ଆଉ ଏକ ଘଟଣା ହେଲା ୬୦ ବର୍ଷର କୀଟନାଶକ ଜଟଣୀସ୍ଥିତ ମାର୍କଫେଡ୍‌ ଗୋଦାମର ଗର୍ତ୍ତରେ ପୋତାଯିବା। ଏଗୁଡ଼ିକ ଏକ୍ସପାଏରୀ ହୋଇଥିଲେ ମଧ୍ୟ ମାଟିରେ ପୋତିଲେ ଏହାର ଭୟାବହତା କ’ଣ ହେବ ତା’ର ସମୀକ୍ଷା କରାଯାଇ ନ ଥିଲା। ବର୍ଷା ପରେ ପୋତା ଯାଇଥିବା କୀଟନାଶକର ପ୍ରଭାବ ପଡ଼ିଲା କି ନାହିଁ ତା’ର ମଧ୍ୟ ସମୀକ୍ଷା ହୋଇ ନ ଥିଲା। କୀଟନାଶକ ପୋତାଯିବା ପରେ ଜଟଣୀ ସହରର ୧୧ ନମ୍ବର ୱାର୍ଡର ଜଳ ଜହର ପାଲଟିଯାଇଛି। ଏଭଳି ବହୁ ଅସମାହିତ ପ୍ରଶ୍ନ ଓ ଘଟଣା ରହିଛି, ଯାହା ଜିଲାବାସୀଙ୍କୁ ଦୁଃଖ ଦେଇଚାଲିଛି। ଲୋକେ କେବଳ ଅପେକ୍ଷା କରି ରହିଛନ୍ତି କେବେ ନ୍ୟାୟ ମିଳିବ, କାର୍ଯ୍ୟାନୁଷ୍ଠାନ ହେବ ଏବଂ ପରିବର୍ତ୍ତନର ସୂର୍ଯ୍ୟ ଉଇଁବ।
– ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri