Posted inଖେଳ

ଅଷ୍ଟ୍ରେଲୀୟ ବୋଲର ମେଗାନଙ୍କ ବିରଳ ରେକର୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୨।୯ (ପି.ଟି.)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମେଗାନ ସ୍କଟ୍ଟ ମହିଳା କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ସୀମିତ ଓଭର ଫର୍ମାଟ୍‌ରେ ୨ଟି ହ୍ୟାଟ୍ରିକ ଉଇକେଟ୍‌ ନେବାର ରେକର୍ଡ ସ୍ଥାପନ କରିଛନ୍ତି। ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌ ଅବସରରେ ୨୬ ବର୍ଷୀୟା ସ୍କଟ୍‌ ଏହି ସଫଳତା ପାଇଛନ୍ତି। ଏଥିସହ ପ୍ରଥମ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଭାବେ ଦିନିକିଆ କ୍ରିକେଟ୍‌ରେ ହ୍ୟାଟ୍ରିକ ଉଇକେଟ୍‌ ତାଙ୍କ ନାମରେ ମଧ୍ୟ ଲିପିବଦ୍ଧ ହୋଇଛି। ଏହି ମ୍ୟାଚ୍‌ରେ ସ୍କଟ୍‌ ୯ ଓଭର ବୋଲିଂ କରିଥିଲେ ମଧ୍ୟ ଉଇକେଟ୍‌ଶୂନ୍ୟ ରହିଥିଲେ। ତେବେ ନିଜର ୧୦ମ ତଥା ଓ୍ବେଷ୍ଟଇଣ୍ଡିଜ ଇନିଂସ ୫୦ତମ ଓଭର ବୋଲିଂ କରିବାକୁ ଆସିଥିବା ମେଗାନ ଶେଷ ୩ ବଲରେ ଉଇକେଟ୍‌ ହାସଲ କରି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ। ସେ ଯଥାକ୍ରମେ ସିନେଲ ହେନରୀ, କରିଶ୍ମା ରାମହରକ ଓ ଏଫି ଫ୍ଲେଚରଙ୍କୁ ତାଙ୍କ ଶିକାର ବନାଇଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ୧୮୦ରେ ଅଲ୍‌ଆଉଟ୍‌ ହୋଇଥିବାବେଳେ ଅଷ୍ଟ୍ରେଲିଆ ୮ ଉଇକେଟ୍‌ରେ ଜିତି ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ଏହି ଡାହାଣହାତୀ ଦ୍ରୁତ ବୋଲର ପୂର୍ବରୁ ଗତବର୍ଷ ମାର୍ଚ୍ଚରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଭାରତ ବିପକ୍ଷ ଏକ ଟି୨୦ ମ୍ୟାଚ୍‌ରେ ହ୍ୟାଟ୍ରିକ ନେଇଥିଲେ। ସେତେବେଳେ ଓପନର୍‌ ସ୍ମୃତି ମନ୍ଧାନା, ଅଧିନାୟିକା ମିଥାଲି ରାଜ ଓ ଦୀପ୍ତି ଶର୍ମାଙ୍କ ଉଇକେଟ୍‌ ନେଇ ସେ ହ୍ୟାଟ୍ରିକ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri