ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ ଅରବପତି ଜଣେ ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି ୨୭ ବର୍ଷୀୟା ନତାଶା ବାସେଟ୍‌। ‘ସ୍ପେସ୍‌-ଏକ୍ସ’ ଏବଂ ‘ଟେସ୍‌ଲା’ର ସିଇଓ ମସ୍କ ଏବେ ସୁଦ୍ଧା ୩ ଥର ବିବାହ କରିଛନ୍ତି ଏବଂ ତାଙ୍କର ୬ ସନ୍ତାନ ରହିଛନ୍ତି। ୨୦୨୧ ସେପ୍ଟେମ୍ବରରେ ମସ୍କ ତାଙ୍କ ଲିଭିଂ ପାର୍ଟନର ୩୩ ବର୍ଷୀୟା କାନାଡିଆନ ପପ୍‌ ଗାୟିକା ଗ୍ରାଇମ୍ସ (କ୍ଲେର୍‌ ବୁଚର୍‌)ଙ୍କଠାରୁ ପୃଥକ୍‌ ହୋଇଯାଇଥିଲେ। ଉଭୟଙ୍କର ଦେଢ଼ ବର୍ଷର ପୁଅ ରହିଛି। ଅଲଗା ହେବା ପରେ ମଧ୍ୟ ମସ୍କଙ୍କ ସହ ରହୁଥିବା ନେଇ ଗ୍ରାଇମ୍ସ ଗତ ଅକ୍ଟୋବରରେ ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ଜଣାଇଥିଲେ। ଏବେ ମସ୍କ ନତାଶାଙ୍କୁ ଡେଟ୍‌ କରୁଛନ୍ତି। ଗତ ଗୁରୁବାର ମସ୍କ ତାଙ୍କ ପ୍ରାଇଭେଟ୍‌ ଜେଟ୍‌ ‘ଗଲ୍ଫଷ୍ଟ୍ରିମ୍‌’ରେ ନତାଶାଙ୍କ ସହ ଯାତ୍ରା କରିଥିବା ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଦେଖିବାକୁ ମିଳିଛି।
ବର୍ତ୍ତମାନ ମସ୍କଙ୍କ ସମ୍ପତ୍ତି ୨୩୩ ବିଲିୟନ ଡଲାର। ଗଣମଧ୍ୟାମ ‘ଡେଲି ମେଲ୍‌’ ଅନୁଯାୟୀ ମସ୍କଙ୍କ ବ୍ୟାଙ୍କ ବାଲାନ୍ସ ନୁହେଁ, ତାଙ୍କ ଅଦ୍ଭୁତ ପ୍ରତିଭା ଓ ବିଚକ୍ଷଣ ବୁଦ୍ଧିରେ ନତାଶା ପ୍ରଭାବିତ ହୋଇଛନ୍ତି। ଆଗାମୀ ଦିନରେ ରିଲିଜ୍‌ ହେବାକୁ ଥିବା ଏକ ବାୟୋପିକ ‘ଏଲ୍‌ଭିସ୍‌’ରେ ନତାଶାଙ୍କୁ କିମ୍ବଦନ୍ତୀ ଗାୟକ ଏଲ୍‌ଭିସ ପ୍ରେସ୍ଲିଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ଡିକ୍ସୀ ଲକ୍‌ ଭାବେ ଦେଖିବାକୁ ମିଳିବ। ଗତ କିଛି ମାସ ହେଲା ନତାଶା ଏବଂ ମସ୍କ ପରସ୍ପରକୁ ଡେଟ୍‌ କରିଆସୁଛନ୍ତି। ଗ୍ରାଇମ୍ସଙ୍କଠାରୁ ପୃଥକ୍‌ ହେବା ପରେ ମସ୍କ ଏବଂ ନତାଶାଙ୍କ ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଛି। ପ୍ରଥମେ ବନ୍ଧୁତା ପରେ ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଛି। ସୂଚନାଥାଉ କି, ମସ୍କ ୨୦୦୦ ମସିହାରେ କାନାଡିଆନ ଲେଖିକା ଜଷ୍ଟିନ୍‌ ଓ୍ବିଲ୍‌ସନଙ୍କୁ ବିବାହ କରିଥିଲେ। ଉଭୟଙ୍କ ୫ ସନ୍ତାନ ରହିଛନ୍ତି। ୨୦୦୮ରେ ଜଷ୍ଟିନଙ୍କୁ ଛାଡ଼ପତ୍ର ଦେବାପରେ ମସ୍କ ୨୦୧୦ରେ ବ୍ରିଟିଶ୍‌ ଅଭିନେତ୍ରୀ ତାଲୁଲା ରିଲେଙ୍କୁ ବିବାହ କରିଥିଲେ। ଏହି ଦାମ୍ପତ୍ୟ ଜୀବନ ୨୦୧୨ରେ ସମାପ୍ତ ହୋଇଥିଲା। କିନ୍ତୁ ମସ୍କ ୨୦୧୩ରେ ଅଭିନେତ୍ରୀ ତାଲୁଲାଙ୍କୁ ପୁନଃ ବିବାହ କରିଥିଲେ ଏବଂ ୨୦୧୬ରେ ପୁଣି ଛାଡ଼ପତ୍ର ଦେଇଥିଲେ। ପରେ ୨୦୧୮ରେ ଗ୍ରାଇମ୍ସଙ୍କ ସହ ଲିଭିଂ ପାର୍ଟନର ଭାବେ ରହିଆସୁଥିଲେ। ସେହି ସମ୍ପର୍କର ପରିସମାପ୍ତି ଗତ ସେପ୍ଟେମ୍ବରରେ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri